ନିଜ ସାଂସଦଙ୍କ ବିଶ୍ୱାସ ଜିଣିବାରେ ଟ୍ରସ ବିଫଳ, ଅବିଶ୍ୱାସ ପ୍ରସ୍ତାବ ପାଇଁ ପ୍ରସ୍ତୁତି…

ଲଣ୍ଡନ,୧୭।୧୦ : ବ୍ରିଟେନ ପୁଣି ଥରେ ଏକ ଗୁରୁତର ରାଜନୈତିକ ସଙ୍କଟର ସମ୍ମୁଖୀନ ହୋଇଛି। ନିକଟରେ ନିର୍ବାଚିତ ପ୍ରଧାନମନ୍ତ୍ରୀ ଲିଜ ଟ୍ରସଙ୍କ ପଦବୀ ବିପଦରେ ଅଛି। ତାଙ୍କୁ ମଧ୍ୟ ଏହି ସପ୍ତାହରେ ଇସ୍ତଫା ଦେବାକୁ ପଡିପାରେ। ଡେଲି ମେଲ ଖବର ଅନୁଯାୟୀ ଶାସକ କଞ୍ଜରାଭେଟିବ ଦଳର ୧୦୦ ରୁ ଅଧିକ ସାଂସଦ ପ୍ରଧାନମନ୍ତ୍ରୀ ଲିଜ ଟ୍ରସଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଣିବାକୁ ଯାଉଛନ୍ତି।

ଯଦି ଏହା ଘଟେ, ଏକ ମାସ ମଧ୍ୟରେ ଟ୍ରସ କ୍ଷମତାଚ୍ୟୁତ ହୋଇ ପାରନ୍ତି। ସୂଚନାନୁସାରେ, ୧୦୦ରୁ ଅଧିକ ସାଂସଦ ଖୁବ ଶୀଘ୍ର କମିଟିର ମୁଖ୍ୟ ଗ୍ରାହାମ ବ୍ରାଟିଙ୍କ ନିକଟରେ ଟ୍ରସଙ୍କ ବିରୋଧରେ ଏକ ଅବିଶ୍ୱାସ ପ୍ରସ୍ତାବ ଦାଖଲ କରିବାକୁ ଯାଉଛନ୍ତି। ଚିଠି ମାଧ୍ୟମରେ, ବିଶ୍ୱାସର ସମୟ ସମାପ୍ତ ହୋଇଛି ବୋଲି ଜଣାଇବାକୁ ଚେଷ୍ଟା କରାଯିବ, ନଚେତ ତାଙ୍କୁ ତାଙ୍କ ସମର୍ଥନରେ ବିଶ୍ୱାସ ପ୍ରସ୍ତାବ ଆଣିବାକୁ କୁହାଯିବ ।

Share