ଟ୍ରମ୍ପ୍‌ଙ୍କ ଟାରିଫ୍‌: ଯେସାକୁ ତେସା

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ(ରଏଟର୍ସ/ଏଜେନ୍ସି),୧୫।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବାର ଠିକ୍‌ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଏକ ନୂଆ ନିର୍ଦ୍ଦେଶନାମାରେ ସ୍ବାକ୍ଷର କରିଛନ୍ତି। ଏହା ହେଉଛି ରେସିପ୍ରୋକାଲ୍‌ ଟାରିଫ୍‌ ବା ପାରସ୍ପରିକ ଶୁଳ୍କ। ଅର୍ଥାତ୍‌ ଯେଉଁ ଦେଶଗୁଡ଼ିକ ଆମେରିକାଠାରୁ ଆମଦାନୀ କରୁଥିବା ସାମଗ୍ରୀଗୁଡ଼ିକ ଉପରେ ଯେତେ ଟିକସ କଷୁଛନ୍ତି, ଏଣିକି ସେହି ଦେଶରୁ ଆମେରିକାକୁ ରପ୍ତନୀ ହେଉଥିବା ସାମଗ୍ରୀ ଉପରେ ମଧ୍ୟ ସମପରିମାଣର ଶୁଳ୍କ ଲାଗୁହେବ। ଅର୍ଡରରେ ସ୍ବାକ୍ଷର କରିବା ପରେ ଟ୍ରମ୍ପ୍‌ କହିଛନ୍ତି, ଯେଉଁ ରାଷ୍ଟ୍ର ଆମେରିକାରେ ଫ୍ୟାକ୍ଟ୍ରି, ପ୍ଲାଣ୍ଟ ଆଦି ପ୍ରତିଷ୍ଠା କରି ସାମଗ୍ରୀ ଉତ୍ପାଦନ କରିବେ, ସେମାନଙ୍କ ମେଡିକାଲ, କାର୍‌, ଚିପ୍ସ, ସେମିକଣ୍ଡକ୍ଟର ଆଦି ଉତ୍ପାଦିତ ସାମଗ୍ରୀ ଉପରେ ଟିକସ ଲାଗିବ ନାହିଁ। କାରଣ ଏହାଦ୍ୱାରା ଆମେରିକାରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ଟ୍ରମ୍ପ୍‌ଙ୍କ ଏହି ନିଷ୍ପତ୍ତି ଭାରତ ପାଇଁ ବିଶେଷ ଗୁରୁତ୍ୱ ବହନ କରେ। କାରଣ ଟିକସ କ୍ଷେତ୍ରରେ ସେ ଆପଣାଇଥିବା ‘ଯେସାକୁ ତେସା’ ନୀତିରେ ଭାରତୀୟ ବଜାର ବହୁଳ ଭାବେ କ୍ଷତିଗ୍ରସ୍ତ ହେବ। ଆମେରିକୀୟ ସାମଗ୍ରୀଗୁଡ଼ିକ ଉପରେ ଭାରତ କଷୁଥିବା ହାରାହାରି ଟିକସ ହେଉଛି ୯.୫%। ଅନ୍ୟପକ୍ଷେ ଆମେରିକା ଭାରତୀୟ ସାମଗ୍ରୀ ଉପରେ ୩% ଟିକସ କଷିଥାଏ। ପ୍ରତିଷୋଧମୂଳକ ଟିକସ ଲାଗୁ ହେଲେ ଭାରତୀୟ ସାମଗ୍ରୀଗୁଡ଼ିକୁ ଆମେରିକା ବଜାରରେ ପ୍ରବେଶ ପାଇଁ କଷ୍ଟକର ହୋଇଯିବ। ଏଥିଯୋଗୁ ଭାରତର ରପ୍ତାନି ବାଧାପ୍ରାପ୍ତ ହେବ ବୋଲି ନୋମୁରା ରେଟିଂ ଏଜେନ୍ସିର ବିଷେଜ୍ଞମାନେ ମତ ଦେଇଛନ୍ତି।
ମୋଦିଙ୍କୁ ଭେଟିବା ପୂର୍ବରୁ ଟ୍ରମ୍ପ୍‌ ଆହୁରି କହିଥିଲେ, ଭାରତ ହେଉଛି ‘ବ୍ୟବସାୟ ପାଇଁ କଷ୍ଟକର ସ୍ଥାନ’। କାରଣ ଏହାର ଟାରିଫ୍‌ ଅତ୍ୟନ୍ତ ଉଚ୍ଚ ରହିଛି। କିନ୍ତୁ ସେମାନେ ଆମ ପାଇଁ ଟିକସରେ ଯେଉଁ ପରିବର୍ତ୍ତନ ଆଣିବେ, ଆମେ ମଧ୍ୟ ଅନୁରୂପ ଆଭିମୁଖ୍ୟ ଗ୍ରହଣ କରିବୁ। ଏପରି ହେଲେ ଉତ୍ତମ କାରବାର ଚାଲିବ। ଏଭଳି ସ୍ଥଳେ ଟ୍ରମ୍ପ୍‌ଙ୍କ ପାରସ୍ପରିକ ଶୁଳ୍କର ପ୍ରଭାବ ସୁଦୂରପ୍ରସାରୀ ହୋଇପାରେ। ଭାରତର ଖାଦ୍ୟ ସାମଗ୍ରୀ, ପନିପରିବା, ଟେକ୍ସାଇଲ୍ସ ଓ କପଡ଼ା ସେକ୍ଟର ବିଶେଷ ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି। ଇଲେକ୍ଟ୍ରିକାଲ ସାମଗ୍ରୀ, ରନତ୍,
ଫାର୍ମା ଉତ୍ପାଦ, ଲୌହ, ଷ୍ଟିଲ୍‌ ଆଦି ମଧ୍ୟ ଭାରତ ଆମେରିକାକୁ ପଠାଇଥାଏ, ଯାହାକି ରପ୍ତାନି କରିବାରେ ଅସୁବିଧା ହେବ। ରପ୍ତାନିରେ ବାଧା ଉପୁଜିଲେ ଏହି ସାମଗ୍ରୀଗୁଡ଼ିକର ଦରଦାମ୍‌ ଭାରତରେ ବଢ଼ିଯିବା ଆଶଙ୍କା ସୃଷ୍ଟି ହୋଇଛି।
ପ୍ରକାଶ ଯେ, ୟୁଏସ୍‌ ରେସିପ୍ରୋକାଲ୍‌ ଟ୍ରେଡ୍‌ ଏଗ୍ରିମେଣ୍ଟ୍‌ସ ଆକ୍ଟ, ୧୯୩୪କୁ ସମ୍ପ୍ରତି ଆମେରିକାର ଜାତୀୟ ସ୍ବାର୍ଥ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଛି। ଏହାଦ୍ୱାରା ଆମେରିକା ଓ ବାଣିଜି୍ୟକ ସହଯୋଗୀ ପରସ୍ପରର ଉତ୍ପାଦ ଉପରେ ନିମ୍ନ ଟିକସ ଲଗାଇବା ପାଇଁ ମୂଲଚାଲ କ୍ଷମତା ପାଇଛନ୍ତି। ବିଶେଷକରି ଟ୍ରମ୍ପ୍‌ ୨.୦ ପ୍ରଶାସନ ଏହାକୁ ଆମେରିକାର ନାଗରିକମାନଙ୍କ ଉନ୍ନତି ପାଇଁ ଉପଯୋଗ କରୁଥିବା କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଡେଙ୍ଗୁ ରୋଗୀଙ୍କ ପାଇଁ ହସ୍ପିଟାଲରେ ମିଳୁନି ସ୍ଥାନ, ଚଟାଣରେ ଚାଲିଛି ଚିକିତ୍ସା; ୧୮ ଦିନରେ ୭୯ ମୃତ୍ୟୁ

ଢାକା,୧୯।୯: ବର୍ତ୍ତମାନ ବାଂଲାଦେଶ ଏକ ଭୟଙ୍କର ଡେଙ୍ଗୁ ପ୍ରକୋପର ସାମ୍ନା କରୁଛି। ରାଜଧାନୀ ଢାକା ଏବଂ ଏହାର ଆଖପାଖ ଅଞ୍ଚଳରେ ଏହି ରୋଗ ଦ୍ରୁତ ଗତିରେ ବ୍ୟାପୁଥିବାରୁ…

ଦୁଇ ମୋଟରସାଇକେଲ ମୁହାଁମୁହିଁ, ଶିକ୍ଷକ ଗୁରୁତର ହୋଇ…

ପଟ୍ଟାଙ୍ଗି,୧୯ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପଡାଲଗୁଡ଼ା ଛକ ନିକଟରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ବିଦ୍ୟାଳୟକୁ ଯାଉଥିବା ଶିକ୍ଷକ…

ଘରେ ଶୋଇଥିଲେ ମହିଳା, ଚୋଟ ମାରିଲା ସାପ, ଆଉ ତା’ ପରେ…

ପୁରୁଷୋତ୍ତମପୁର,୧୯ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କେଏନପୁର ଗ୍ରାମରେ ଶନିବାର ସାପ କାମୁଡ଼ି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଭାସି ବେହେରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?