ଟ୍ରମ୍ପ୍‌ଙ୍କ ଶାସନ

ଜନ୍ମଗତ ଅଧିକାର ଓ ଆଶୀର୍ବାଦକୁ ନେଇ ରାଜାମାନେ ଶାସନ କରିଥାଆନ୍ତି। ସେମାନେ ମଧ୍ୟ ଭୟ ପ୍ରଦର୍ଶନ କରି ଶାସନ କରନ୍ତି। ଚଳିତ ମାସରେ ଅନେକ ଲକ୍ଷ ଆନ୍ଦୋଳନକାରୀ ଯେତେବେଳେ ରାଜରାସ୍ତାକୁ ଆସି ‘ନୋ କିଙ୍ଗ୍‌ସ ବା କେହି ରାଜା ନୁହନ୍ତି’ ବୋଲି କହିଥିଲେ, ସେତେବେଳେ ଡୋନାଲ୍ଡ ଟ୍ରମ୍ପ୍‌ ନିଜ ରାଜାଭିଷେକର ଏକ ଏଆଇ ସୃଷ୍ଟ ଭିଡିଓ ପୋଷ୍ଟ କରିଥିଲେ। ତା’ପର ଦିନ ସେ ରାଜା ନୁହନ୍ତି ବୋଲି କହିଥିଲେ। ଏଣୁ ସେ ରାଜା ନା ରାଜା ନୁହନ୍ତି? ଯୁବ ପୋଡ୍‌କାଷ୍ଟର ବ୍ରିଲିନ ହଲିହାଣ୍ଡ ଏହି ପ୍ରଶ୍ନର ଉତ୍ତର ରଖିଥିଲେ ଯେ, ଆମେରିକାରେ କେହି ରାଜା ନାହାନ୍ତି। ସେ ମଧ୍ୟ କହିଥିଲେ, ଟ୍ରମ୍ପ୍‌ଙ୍କ ଭିଡିଓ କେବଳ ମଜାଳିଆ ଟ୍ରୋଲିଂ। କିନ୍ତୁ ପ୍ରକୃତ ପ୍ରଶ୍ନ ହେଉଛି ଅତୀତରେ ସମ୍ରାଟ୍‌ମାନଙ୍କ ପାଖରେ ଯେଉଁ ପ୍ରକାର କ୍ଷମତା ଥିଲା, ତାହା ଟ୍ରମ୍ପ୍‌ ପାଇବା ପାଇଁ ଚେଷ୍ଟା କରୁଛନ୍ତି କି। ଟ୍ରମ୍ପ୍‌ ବନାମ ଆମେରିକା ମାମଲାରେ ସୁପ୍ରିମକୋର୍ଟ ରାୟ ଦେବା ପରେ ରାଷ୍ଟ୍ରପତିମାନଙ୍କର ମୂଳ ସାମ୍ବିଧାନିକ କାର୍ଯ୍ୟଗୁଡ଼ିକ ପାଇଁ ସମ୍ପୂର୍ଣ୍ଣ ସ୍ବାଧୀନତା ରହିଛି ଏବଂ ଅନ୍ୟ ସରକାରୀ କାର୍ଯ୍ୟ ପାଇଁ ସମ୍ଭାବ୍ୟ ସ୍ବାଧୀନତା ରହିଛି। ଏହା କେନ୍ଦ୍ରୀକୃତ କାର୍ଯ୍ୟପାଳିକାର କାର୍ଯ୍ୟ ପ୍ରତି ଆହ୍ବାନ ସୃଷ୍ଟି କରିବା ସହ ଏହାକୁ ଆହୁରି ଜଟିଳ କରିଦେଇଛି। ଏହି ପରିପ୍ରେକ୍ଷୀରେ ରାଜନୀତି ବିଶେଷଜ୍ଞମାନେ କହନ୍ତି, ଟ୍ରମ୍ପ୍‌ ଜଣେ ରାଜାଙ୍କ ଭଳି ଶାସନ କରୁଛନ୍ତି ଏବଂ ସ୍ବାଧୀନ ସଂସ୍ଥାଗୁଡ଼ିକ ଉପରେ ନିୟନ୍ତ୍ରଣ ରଖିବାକୁ ଚାହଁୁଛନ୍ତି। ଏଥିରେ ଏବେ କାର୍ଯ୍ୟରତ କର୍ମଚାରୀଙ୍କୁ ବଦଳି କରି ସେମାନଙ୍କ ସ୍ଥାନରେ ତାଙ୍କ ବିଶ୍ୱସ୍ତ ବ୍ୟକ୍ତିଙ୍କୁ ଅବସ୍ଥାପିତ କରୁଛନ୍ତି ଏବଂ ସାଧାରଣ ଭାବେ ଭୟର ବାତାବରଣ ସୃଷ୍ଟି କରୁଛନ୍ତି।
ଟ୍ରମ୍ପ୍‌ଙ୍କ ସମର୍ଥକଙ୍କ ମତରେ, ଏହିସବୁ କାର୍ଯ୍ୟ ଏକ ଦୃଢ଼ ନିର୍ଣ୍ଣାୟକ ନେତୃତ୍ୱକୁ ପ୍ରତିପାଦିତ କରୁଛି। ଗତ ନିର୍ବାଚନରେ ପପୁଲାର ମେଜରିଟି ହାସଲ କରିବା ପରେ ସେ ଏହା କରିଛନ୍ତି। ଓପଚାରିକ ଭାବେ ଟ୍ରମ୍ପ୍‌ ରାଜା ନ ହେଲେ ବି ତାଙ୍କ ରଣନୀତି ଅତୀତର ରାଜାମାନଙ୍କର ବିଶେଷକରି ଟୁଡର ସାମ୍ରାଜ୍ୟ ହେନେରି ସପ୍ତମ କ୍ଷମତାକୁ ସ୍ମରଣ କରିଦେଉଛି। ସେ ଶତ୍ରୁମାନଙ୍କୁ ଦୁର୍ବଳ କରି, ବିତ୍ତୀୟ ବ୍ୟବସ୍ଥାକୁ ନିୟନ୍ତ୍ରଣରେ ରଖି ଏବଂ ସରକାରୀ ପ୍ରକ୍ରିୟାର ପୁନର୍ଗଠନ କରି ନିଜ କ୍ଷମତା ବୃଦ୍ଧି କରିଥିଲେ। ସେହିପରି ଟ୍ରମ୍ପ୍‌ ପ୍ରଶାସନ ବୈଦେଶିକ ସହାୟତା ପାଣ୍ଠିର ଅନେକ ବିଲିୟନ ଡଲାର ବନ୍ଦ କରି ସମ୍ଭବତଃ କଂଗ୍ରେସର କ୍ଷମତାକୁ କାର୍ଯ୍ୟକାରୀ କରିଛନ୍ତି। ଜଣେ ଫେଡେରାଲ ବିଚାରପତି ସେପ୍ଟେମ୍ବରରେ ପାଣ୍ଠି ଯୋଗାଇ ଦେବା ଲାଗି ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ସୁପ୍ରିମ୍‌କୋର୍ଟ ଅଧିକାଂଶ ପାଣ୍ଠିର ବନ୍ଦକୁ ବିତ୍ତୀୟ ବର୍ଷ ଶେଷ ପର୍ଯ୍ୟନ୍ତ ଜାରି ରଖିବାକୁ ଅନୁମତି ଦେଇଥିଲେ। ଟ୍ରମ୍ପ୍‌ଙ୍କ ସମର୍ଥକମାନେ କହନ୍ତି ଯେ, ସୁପ୍ରିମ୍‌କୋର୍ଟଙ୍କ ପଦକ୍ଷେପ ଯୁକ୍ତିଯୁକ୍ତ ଏବଂ ଅଯଥା ବ୍ୟୟ ବନ୍ଦ କରିବା ପାଇଁ ଚାହଁୁଥିବା ଏକ ପ୍ରଶାସନକୁ ବିତ୍ତୀୟ ବର୍ଷରେ ଯୋଜନା କରିବା ପାଇଁ ଏହା କରାଯାଇଛି। ଟ୍ରମ୍ପ୍‌ଙ୍କ ସମର୍ଥକମାନେ କହନ୍ତି, ପାଣ୍ଠି ବନ୍ଦ କରିବା ଟ୍ରମ୍ପ୍‌ଙ୍କର ଅନ୍ୟ ଏକ ନିର୍ଣ୍ଣାୟକ ପଦକ୍ଷେପ। ଆଇନ ବଳରେ କଂଗ୍ରେସ ଯେକୌଣସି ନିର୍ଦ୍ଦେଶକୁ ଅସ୍ବୀକାର କରିପାରିବ। ହେଲେ ତାହା ହେଉନାହିଁ। ପ୍ରଶାସନ ମଧ୍ୟ ପ୍ରମୁଖ ଚାକିରିଗୁଡ଼ିକର ପୁନଃ ବର୍ଗୀକରଣ କରିବା ସହିତ ସିଭିଲ ସର୍ଭିସ ସୁରକ୍ଷା ହ୍ରାସ ଏବଂ କ୍ୟାରିୟର ଏକ୍ସପର୍ଟଙ୍କଠାରୁ ଆରମ୍ଭ କରି ବିଶ୍ୱସ୍ତ ସହଯୋଗୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ କ୍ଷମତାରେ ପରିବର୍ତ୍ତନ କରିଛି। ଏଜେନ୍ସି ଲୟରମାନେ ମାର୍ଗଦର୍ଶିକାର ପୁନର୍ଲିଖନ କରୁଛନ୍ତି। ଯେଉଁସବୁ ବିବାଦର ସମାଧାନ ବିଚାର ମାଧ୍ୟମରେ କିମ୍ବା ଇନ୍ସପେକ୍ଟର ଜେନେରାଲଙ୍କ ଦ୍ୱାରା ସମାଧାନ ହେଉଥିଲା, ଏବେ ସରକାରୀ ରିପୋର୍ଟକୁ ବାଦ୍‌ଦେଇ ତାହା ଘରୋଇ ସ୍ତରରେ ହେଉଛି।
ଏକ ଯୋଗ୍ୟ ବ୍ୟବସ୍ଥାର ସବୁଦିଗ ରାଜ ଦରବାର ଭଳି ଚାଲୁଥିବା ସରକାରକୁ ରୋକିବା ଲାଗି ଉଦ୍ଦିଷ୍ଟ। ଯେତେବେଳେ ଅଭିଜ୍ଞ ବୃତ୍ତିଧାରୀଙ୍କୁ ଛାଡ଼ି ସରକାରରେ ବିଶ୍ୱସ୍ତଙ୍କୁ ପ୍ରାଥମିକତା ଦିଆଯାଏ, ସେତେବେଳେ ବିଶେଷଜ୍ଞଙ୍କ ନିଷ୍ପତ୍ତି ବଦଳରେ ତାହା ବ୍ୟକ୍ତିଗତ ନିଷ୍ପତ୍ତି ବୋଲି ଜଣାପଡ଼େ। ଟ୍ରମ୍ପ୍‌ଙ୍କ ପ୍ରଶାସନରେ ସିନେଟ୍‌ର ସ୍ବୀକୃତି ଆବଶ୍ୟକ ଥିବା ପଦବୀଗୁଡ଼ିକରେ କାର୍ଯ୍ୟକାରୀ ଅଧିକାରୀଙ୍କୁ ଅଧିକ ନିଯୁକ୍ତ କରାଯାଉଛି। ପୁନର୍ବାର ଟ୍ରମ୍ପ୍‌ଙ୍କ ସମର୍ଥକମାନେ କହନ୍ତି ଯେ, ଏହିସବୁ ପରିବର୍ତ୍ତନ ପ୍ରଶାସନିକ ସ୍ତରରେ ରହିଥିବା ବାଧାଗୁଡ଼ିକୁ ଦୂର କରିବା ସକାଶେ ଉଦ୍ଦିଷ୍ଟ। ଏହା ପ୍ରତିରୋଧକାରୀଙ୍କୁ ହଟାଇବ। ଫଳରେ ନେତାମାନେ ପ୍ରଚାର କରିଥିବା କାର୍ଯ୍ୟକ୍ରମଗୁଡ଼ିକୁ କାର୍ଯ୍ୟକାରୀ କରିବାକୁ ସକ୍ଷମ ହେବେ। କିନ୍ତୁ ଅନ୍ୟମାନେ ଭାବନ୍ତି ଯେ, କ୍ଷମତା ଠୁଳ କରିବାକୁ ବୈଧ କୁହାଗଲେ ମଧ୍ୟ ତାହା ରାଜତନ୍ତ୍ରଠାରୁ ଅଧିକ ବୋଲି ଜଣାପଡ଼େ। ସଂସ୍ଥାଗୁଡ଼ିକ କାର୍ଯ୍ୟ ସମ୍ପର୍କରେ ପ୍ରସ୍ତାବ ଦେବା, ମତାମତ ଗ୍ରହଣ କରିବା ଏବଂ ସେମାନଙ୍କ ତର୍କ ସଙ୍ଗତ ଆଧାର ସମ୍ପର୍କରେ ଜଣାଇବାର ଧାରାକୁ ସଙ୍କୁଚିତ କରାଯାଉଛି, ଯେମିତିକି ସେମାନେ ସମସ୍ୟାରେ କାମ କରିବାକୁ ବାଧ୍ୟ ହେଉଛନ୍ତି।
ହେନେରି ସପ୍ତମ ଗୁରୁତ୍ୱପର୍ଣ୍ଣ ପଦବୀଗୁଡ଼ିରେ ତାଙ୍କ ବିଶ୍ୱସ୍ତମାନଙ୍କୁ ନିଯୁକ୍ତ କରିଥିଲେ କିମ୍ବା କାର୍ଯ୍ୟାଳୟଗୁଡ଼ିକୁ ମାନ୍ଦା କରିଦେଇଥିଲେ। ସେହିଭଳି ଏବେ ଆମେରିକାର ଇନ୍ସପେକ୍ଟର ଜେନେରାଲ ପଦବୀ୍‌ଗୁଡ଼ିକୁ ଦୀର୍ଘଦିନ ଧରି ପୂରଣ କରାନଯିବାରୁ ତାହା ତଦନ୍ତକୁ ଶିଥିଳ କରିଦେଇଛି। ସୂଚନା ଆଇନଗୁଡ଼ିକ ଅଛି, କିନ୍ତୁ ସୂଚନା ଦେବାରେ ବହୁ ବିଳମ୍ବ ଓ ବ୍ୟାପକ ଭାବେ ଅସ୍ବୀକାର କରାଯିବା ହେତୁ ଆଇନଗୁଡ଼ିକର ଶକ୍ତି ହ୍ରାସ ପାଉଛି, ଯାହା ଟୁଡର ଶାସନ ସମୟରେ ନ୍ୟାୟିକ ଢାଞ୍ଚାକୁ ସୀମିତ କରାଯିବା ପରମ୍ପରାକୁ ସୂଚିତ କରୁଛି। ଯେତେବେଳେ ସରକାରୀ କାମ ଏକ ଦୁର୍ବଳ କାର୍ଯ୍ୟପାଳିକା ଉପରେ ନିର୍ଭର କରିବା ସହ ମିତ୍ରମାନଙ୍କୁ କ୍ଷମା ଦେଇ ବିରୋଧୀଙ୍କୁ ଦଣ୍ଡିତ କରିବ, ସେତେବେଳେ ଆଇନଗତ କଟକଣାଗୁଡ଼ିକ ନିଶ୍ଚିତ ଭାବେ ଦୁର୍ବଳ ହୋଇଯିବ। ଅଧିକାରଗୁଡ଼ିକର ସୁରକ୍ଷା ଏକ ନିରପେକ୍ଷ ବା ସ୍ବଚ୍ଛ ଭାବେ ଆଇନର ପ୍ରୟୋଗ ଉପରେ ନିର୍ଭର କରେ। ଯଦି ସମାଲୋଚକଙ୍କ ତୁଳନାରେ ସହଯୋଗୀମାନଙ୍କ ପ୍ରତି ଅଧିକ ଉଦାରଭାବ ପ୍ରଦର୍ଶନ କରାଯାଏ, ତେବେ ଅଧିକାରଗୁଡ଼ିକରେ ସମାନତା ରହିବ ନାହିଁ। ଫଳରେ ବ୍ୟବସାୟ, ଅଣଲାଭକାରୀ ସଂସ୍ଥା ଏବଂ ସ୍ଥାନୀୟ ନିର୍ବାଚନ ଅଧିକାରୀମାନେ ବିରୋଧର ସମ୍ମୁଖୀନ ନ ହେବା ପାଇଁ ସେମାନେ ସ୍ଥିତି ସହ ଖାପଖୁଆଇ କାମ କରିପାରନ୍ତି। ଟ୍ରମ୍ପ୍‌ଙ୍କୁ ଅଧିକ କ୍ଷମତା ମିଳିଛି, ହେଲେ ତାଙ୍କର ରାଜାଭିଷେକ ହୋଇନାହିଁ। ଜଣେ ରାଜା ବିନା ନିର୍ବାଚନରେ ଶାସନ, ବିନା ସ୍ବୀକୃତିରେ ବ୍ୟୟ, କୋର୍ଟଗୁଡ଼ିକୁ ଭାଙ୍ଗିଦେବା ଏବଂ ଉପ-ରାଷ୍ଟ୍ରୀୟ ସରକାରର ଅଧିକାରକୁ ହଟାଇଦେବା ଭଳି କାର୍ଯ୍ୟ କରିପାରିବେ, କିନ୍ତୁ ଜଣେ ରାଷ୍ଟ୍ରପତି ତାହା କରିପାରିବେ ନାହିଁ। ଯେଉଁମାନେ ଟ୍ରମ୍ପ୍‌ଙ୍କ କୌଶଳକୁ ବାଧା ହଟାଇବା ଲାଗି ବୈଧ ଉପାୟ ବୋଲି ମନେକରୁଛନ୍ତି ଏବଂ ଯେଉଁମାନେ ଏହାକୁ ସ୍ବଚ୍ଛତା ଦୂର କରିବାର ଏକ ରଣନୀତି ବୋଲି ଭାବୁଛନ୍ତି, ସେମାନଙ୍କ ମଧ୍ୟରେ ବିତର୍କ ଜାରି ରହିବ। କିନ୍ତୁ ପ୍ରଶ୍ନ ହେଉଛି ରାଷ୍ଟ୍ରପତି କ’ଣ ଏକମାତ୍ର ପଦବୀ ହୋଇ ରହିବ, ଯେଉଁଠି ସବୁ ଜାତୀୟ ନିଷ୍ପତ୍ତି କରାଯିବ। ଏହା କରାଯିବାକୁ ଚେଷ୍ଟା କରାଯାଉଛି, ଯାହା ଏବେ ବଜେଟ, ନିଯୁକ୍ତି ଏବଂ ଅନେକ ସିଭିଲ ପ୍ରଶାସନ ପ୍ରକ୍ରିୟାରେ ପ୍ରକାଶ ପାଇଛି।

କାର୍ଲା ନୋରଲଫ୍‌
ରାଜନୀତି ବିଜ୍ଞାନ ପ୍ରାଧ୍ୟାପକ, ଟରଣ୍ଟୋ ବିଶ୍ୱବିଦ୍ୟାଳୟ

Dharitri – Odisha’s No.1 Trusted Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ କରିବ ବଡ଼ ଆକ୍ରମଣ, ଡରିଲାଣି ଆମେରିକା!

ଓ଼୍ବାଶିଂଟନ,୧୯।୩: ଆମେରିକାର ଜାତୀୟ ଗୁପ୍ତଚର ନିର୍ଦ୍ଦେଶକ ତୁଲସୀ ଗାବାର୍ଡ ବୁଧବାର ପାକିସ୍ତାନକୁ ଆମେରିକା ସାମ୍ନା କରୁଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରମାଣୁ ବିପଦ ମଧ୍ୟରୁ ଗୋଟିଏ ଭାବରେ ଚିହ୍ନଟ…

ଲୋକ ସଭାରେ ରେଳସେବା ସମସ୍ୟା ପ୍ରସଙ୍ଗ ଉଠାଇଲେ ବରଗଡ଼ ଏମ୍‌ପି

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଲୋକ ସଭା ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ଗୁରୁବାର ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତ ଲୋକ ସଭାରେ ଉଠାଇଛନ୍ତି। ବିଶେଷକରି ରେଳସେବାର ବିକାଶ ଓ…

ବାସନ୍ତୀକ ନବରାତ୍ର ପୂଜା: ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ସମଲେଶ୍ବରୀ

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ଆଜି ଚୈତ୍ର ଅମାବାସ୍ୟା ଯୁକ୍ତ ପ୍ରତିପଦା। ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ…

ମହାପ୍ରଭୁଙ୍କ ଜମିର ଧାନବିକ୍ରି ପଞ୍ଜୀକରଣକୁ ନା: ଏବେଠାରୁ ଘାରିଲାଣି ଧାନବିକ୍ରି ଚିନ୍ତା

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ରବିଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଚାଷୀଙ୍କ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଶୁକ୍ରବାର ଏଥିପାଇଁ ଆବେଦନ ଅବଧି ସରିଯିବ। ଅନ୍ୟପଟେ ବରଗଡ଼ ଜିଲାର ଅନେକ ଚାଷୀ…

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

୫ଦିନ ଝଡ଼ବର୍ଷା, କୁଆପଥର ମାଡ଼: ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୯ା୩(ଅନୁରାଧା ମହାରଣା):ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ଜିଲାରେ ବର୍ଷା ସହ ଝଡପବନ ହେଉଥିବା ବେଳେ ଆଗାମୀ ୫ ଦିନ ଯାଏ ଏପରି ସ୍ଥିତି ଜାରି ରହିବ। ଏନେଇ…

‘ଏସ୍‌ଓପି’ ନ ମାନିଲେ ଦରମା ବନ୍ଦ: ସବୁ ବିଭାଗକୁ ତାଗିଦ୍‌, ଛଟେଇ ପ୍ରକ୍ରିୟା ଆରମ୍ଭ…

ଭୁବନେଶ୍ୱର,୧୯ା୩ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ପରାମର୍ଶଦାତାଙ୍କ ଛଟେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଅର୍ଥ ବିଭାଗ ପକ୍ଷରୁ ଫେବୃଆରୀ ୧୭ରେ ଏନେଇ ଏକ ଉଚ୍ଚସ୍ତରୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri