ଟ୍ରମ୍ପଙ୍କ ଶାନ୍ତି ଚୁକ୍ତି ଫେଲ୍‌: ଗାଜା ଉପରେ ବଡ଼ ଧରଣର ଏୟାରଷ୍ଟ୍ରାଇକ୍‌ କଲା ଇସ୍ରାଏଲ୍‌

ଓ୍ବାଶିଂଟନ୍‌,୨୯।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗାଜା ଶାନ୍ତି ଚୁକ୍ତି ଶେଷରେ ବିଫଳ ହୋଇଛି। ଇସ୍ରାଏଲ ପୁଣି ଥରେ ଗାଜା ଉପରେ ବିମାନ ଆକ୍ରମଣ କରିଛି। ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଗାଜା ଉପରେ ବଡ଼ ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ହମାସର ବାରମ୍ବାର ଆକ୍ରମଣ ଯୋଗୁ ସେ ଏହି ପଦକ୍ଷେପ ନେଇଥିଲେ। ଟ୍ରମ୍ପ ଅନେକ ପ୍ରମୁଖ ବିଶ୍ୱ ନେତାଙ୍କ ସମ୍ମୁଖରେ ଶାନ୍ତି ଚୁକ୍ତିନାମା ପାଇଁ ମଧ୍ୟସ୍ଥତା କରିଥିଲେ, କିନ୍ତୁ ବର୍ତ୍ତମାନ ଏହି ଚୁକ୍ତିନାମା ଖଣ୍ଡ ଖଣ୍ଡ ହୋଇ ଯାଇଛି।

ଇସ୍ରାଏଲୀ ଆକ୍ରମଣରେ ଏପର୍ଯ୍ୟନ୍ତ ୩୩ ଜଣଙ୍କ ମୃତ୍ୟୁ ହୋଇଛି। ଆହୁରି ଅନେକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟ୍‌ଜ ହମାସ ବିରୋଧରେ ଗମ୍ଭୀର ଅଭିଯୋଗ ଆଣି କହିଛନ୍ତି ଯେ, ଏହା ଇସ୍ରାଏଲୀ ସୈନିକଙ୍କୁ ଆକ୍ରମଣ କରିଛି ଏବଂ ବନ୍ଧକମାନଙ୍କୁ ଫେରାଇବାର ସର୍ତ୍ତ ଉଲ୍ଲଂଘନ କରିଛି। ଅନ୍ୟପକ୍ଷରେ ହମାସ ଦାବି କରିଛି ଯେ, ଏହା କୌଣସି ଆକ୍ରମଣ କରିନାହିଁ କିମ୍ବା ଶାନ୍ତି ଚୁକ୍ତିନାମା ଉଲ୍ଲଂଘନ କରିନାହିଁ।
ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ରାଗିକି ଅଛନ୍ତି। ସେ ହମାସ ଉପରେ ନିଜର କ୍ରୋଧ ପ୍ରକାଶ କରି କହିଛନ୍ତି, ଏହା ଯୁଦ୍ଧବିରତି ଭଙ୍ଗ କରିଛି। ହମାସ ଟ୍ରମ୍ପଙ୍କ ଶାନ୍ତି ଚୁକ୍ତିନାମା ପାଳନ କରୁନାହିଁ। ଏହା ପ୍ରଥମେ ଇସ୍ରାଏଲୀ ବନ୍ଧକମାନଙ୍କୁ ଫେରାଇବାକୁ ମନା କରିଥିଲା ଏବଂ ପରେ ପଚରାଯିବା ପରେ ବାହାନା କରିବାକୁ ଲାଗିଲା।

ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ବହୁତ ପ୍ରୟାସ ପରେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଏକ ଶାନ୍ତି ଚୁକ୍ତିନାମା ମଧ୍ୟସ୍ଥତା କରିଥିଲେ। କିନ୍ତୁ ବର୍ତ୍ତମାନ ତାଙ୍କର ପ୍ରୟାସ ବିଫଳ ହୋଇଛି। ଟ୍ରମ୍ପ ଶାନ୍ତି ଚୁକ୍ତିନାମା ପାଇଁ ୧୦ଟି ଗୁରୁତ୍ୱପୂର୍ଣ୍ଣ ବିନ୍ଦୁ ଉପସ୍ଥାପନ କରିଥିଲେ। କିନ୍ତୁ ଏବେ ଏହା ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହେଉଥିବା ପରି ମନେ ହେଉନାହିଁ।

 

Dharitri – Odisha’s No.1 Odia Daily

 

 


Enter your email to get our daily news in your inbox.

All Right Reserved By Dharitri.Com

୩୩ ମାସ ପରେ ମା’କୁ ଫେରି ପାଇଲା ପୁଅ

ଝାରସୁଗୁଡ଼ା,୨୦।୧(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ମାର୍ଗଦର୍ଶନରେ ପରିଚାଳିତ ‘ସ୍ନେହ ସେତୁ’ ପଦକ୍ଷେପ ମାଧ୍ୟମରେ ସୋମବାର ପୁଣି ଏକ ବିଚ୍ଛିନ୍ନ ପରିବାର...

ବିରାଟ-ରୋହିତଙ୍କୁ ବଡ଼ ଝଟକା ଦେବ BCCI! ଜାଡେଜାଙ୍କୁ ହେବ ଫାଇଦା, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୦।୧: ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡ ବିପକ୍ଷରେ ଏକଦିବସୀୟ ସିରିଜ ହାରିଗଲା। ଏହି ପରାଜୟ ଦଳ ପରିଚାଳନା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି। ଏହି ସମୟରେ, ବିସିସିଆଇ...

ରାଜସ୍ବ ବିଭାଗର ବିଜ୍ଞପ୍ତି, ଓଡ଼ିଶାରେ ଏହି ତାରିଖରୁ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା

ଭୁବନେଶ୍ୱର, ୨୦|୧:  ଜନଗଣନା ନେଇ ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି । ଓଡ଼ିଶାରେ ଏପ୍ରିଲ୍‌ ୧୬ରୁ ପ୍ରଥମ ପର୍ଯ୍ୟାୟ ଜନଗଣନା ଆରମ୍ଭ ହେବ...

ନବବିବାହିତାଙ୍କୁ ନିର୍ଯାତନା, ଦିବ୍ୟାଙ୍ଗ ବାପାଙ୍କୁ ମାଡ଼

ବଳଙ୍ଗା,୨୦ା୧(କେଦାରେଶ୍ୱର ନନ୍ଦ): ଅଧିକ ଯୌତୁକ ଦାବିରେ ବଳଙ୍ଗା ଥାନା ଅଧୀନ ସମେଇପୁର ଗ୍ରାମରେ ଜଣେ ନବବିବାହିତାଙ୍କୁ ନିର୍ଯାତନା ଦିଆଯିବା ସହ ତାଙ୍କ ଦିବ୍ୟାଙ୍ଗ ବାପାକୁ ମାଡ଼...

ଭାରତୀୟ ରେଳବାଇର ନୂଆ ନିୟମ, ଟ୍ରେନରେ ଅଧିକ ଘିଅ ନେଇ ଯାତ୍ରା କଲେ ଜେଲ୍…

ନୂଆଦିଲ୍ଲୀ,୨୦।୧: ଯାତ୍ରୀଙ୍କ ପାଇଁ ଭାରତୀୟ ରେଳବାଇର ଅନେକ ନିୟମ ରହିଛି । କିଛି ନିୟମ ବିଷୟରେ ଅବଗତ ହେବା ଉଚିତ, କାରଣ ଏକ ଛୋଟ ଭୁଲ...

ପ୍ରତିଶ୍ରୁତିରୁ ଓହରିଲା କମ୍ପାନୀ, ଗ୍ରାମବାସୀଙ୍କ ହୋହଲ୍ଲା, ଲୋକଙ୍କୁ ବୁଝାଇ ବିଡିଓ କହିଲେ…

କେନ୍ଦୁଝର,୨୦।୧ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ବ୍ଲକ କୋଦଗାଡିଆଠାରେ ଥିବା ବସୁଧା ଯୋଜନାର ପ୍ରକଳ୍ପ ନିର୍ମାଣ ସମୟରେ ଅନୁଷ୍ଠିତ ପଲ୍ଲୀସଭାରେ ଦେଇଥିବା ପ୍ରତିଶ୍ରୁତିରୁ କମ୍ପାନୀ ଓହରିଯିବାରୁ...

ନୀତିନ ନବୀନ ମୋ ବସ୍‌, ମୁଁ ଜଣେ….ଭାବପ୍ରବଣ କରିଦେଲେ ମୋଦି

ନୂଆଦିଲ୍ଲୀ,୨୦।୧: ନୀତିନ ନବୀନ ମଙ୍ଗଳବାର ଆନୁଷ୍ଠାନିକ ଭାବରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ଗ୍ରହଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି,ଭାଜପା ଏପରି ଏକ...

ନବୀନଙ୍କ ଆଗରେ ବଡ଼ ଚ୍ୟାଲେଞ୍ଜ: ପ୍ରଥମ ବର୍ଷ ସାମ୍ନା କରିବେ….

ନୂଆଦିଲ୍ଲୀ,୨୦।୧: ଭାରତୀୟ ଜନତା ପାର୍ଟି (ଭାଜପା) ଦଳର ସବୁଠାରୁ ଯୁବ ଜାତୀୟ ସଭାପତି ଭାବରେ ନୀତିନ ନବୀନଙ୍କୁ ନିର୍ବାଚିତ କରି ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri