ବାଇଡେନ୍‌ଙ୍କୁ ଚ୍ୟାଲେଞ୍ଜ କରିବାକୁ ନେଇ ମୁହଁ ଖୋଲିଲେ ପୂର୍ବ ପତ୍ନୀ: କହିଲେ ‘ଟ୍ରମ୍ପ ପରାଜୟ ସ୍ବିକାର କରିନିଅନ୍ତୁ’

ଓ୍ବାଶିଂଟନ,୧୨।୧୧: ଆମେରିକାର ନିର୍ବାଚନ ଫଳାଫଳକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୂର୍ବତନ ପତ୍ନୀ ଇଭାନା ଟ୍ରମ୍ପ ପ୍ରତିକ୍ରିୟା ରଖିଛନ୍ତି। ଏକ ସାକ୍ଷାତକାରରେ ଇଭାନା କହିଛନ୍ତି, ଡୋନାଲ୍ଡ ଭଲ ଲୁଜର୍‌ ନୁହଁନ୍ତି। ଏଥିପାଇଁ ସେ ବାଇଡେନଙ୍କ ନିର୍ବାଚନକୁ ଚ୍ୟାଲେଞ୍ଜ କରିଛନ୍ତି। ମୁଁ ଚାହୁଁଛି ଏସବୁ ଜିନିଷ କୌଣସି ପ୍ରକାରରେ ଶେଷ ହେଉ।

ତେବେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନ୍‌ ଡେମୋକାଟ୍‌ ପାର୍ଟି ପକ୍ଷରୁ ଲଢ଼ି ବିଜେତା ହୋଇଥିଲା। ଏଯାବତ ସେ ସର୍ବାଧିକ ଭୋଟ ପାଇଛନ୍ତି। ହେଲେ ବାଇଡେନଙ୍କ ବିଜୟକୁ ଟ୍ରମ୍ପ ଗ୍ରହଣ କରିନାହାନ୍ତି। ସେ ଏହି ଜନାଦେଶକୁ ‘ଚୋରି’ କହିବା ସହ ଭୋଟ୍‌ ଠକେଇ ହୋଇଥିବା ଅଭିଯୋଗ କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅନେକ ରାଜ୍ୟରେ ବାଇଡେନ ଏକ ପ୍ରତିଶତରୁ କମ୍‌ ଭୋଟ ଜିତିଥିଲେ। ଆମେରିକୀୟ ସମ୍ବିଧାନ ଅନୁଯାୟୀ ହାରଜିତର ପ୍ରାର୍ଥକ୍ୟ ଏକ ପ୍ରତିଶତରୁ କମ୍‌ ତେବେ ପ୍ରାର୍ଥୀମାନେ ଦ୍ୱିତୀୟ ଗଣନା କରିବାକୁ ଦାବି ପାରିବେ।

ଏହି ବିବାଦ ଉପରେ ଟ୍ରମ୍ପଙ୍କ ପ୍ରତିକ୍ରିୟାରେ ଇଭାନା କହିଛନ୍ତି, ସେ ଭଲ ଲୁଜର୍‌ ନୁହଁନ୍ତି। ସେ ହାରିବା ପସନ୍ଦ କରନ୍ତି ନାହିଁ। ତେଣୁ ସେ ଲଢ଼ିବାକୁ ଏବଂ ଚ୍ୟାଲେଞ୍ଜ ଦେବାକୁ ଯାଉଛନ୍ତି। ମୁଁ ଚାହେଁ ମୋ ପିଲାମାନେ ସାଧାରଣ ଜୀବନଯାପନ କରନ୍ତୁ। ମୁଁ ସେମାନଙ୍କୁ ଓ୍ବାଶିଂଟନ ପ୍ରୋଟୋକୋଲରେ ରହୁଥିବା ଦେଖିବାକୁ ଚାହେଁନାହିଁ। ସେମାନେ ନ୍ୟୁୟର୍କ କିମ୍ପା ନିଜ ପସନ୍ଦର ସ୍ଥାନରେ ରୁହନ୍ତୁ ବୋଲି ମୁଁ ଚାହେଁ। ସେ ନିର୍ବାଚନରେ ବହୁତ ପରିଶ୍ରମ କରିଛନ୍ତି। ପ୍ରଚାରକୁ ମଧ୍ୟ ଉପଭୋଗ କରିଛନ୍ତି। ଏବେ ଏସବୁ ସରିଛି ବୋଲି ମୁଁ ଭଗବାନଙ୍କୁ ଧନ୍ୟବାଦ ଦେଉଛି। ଟ୍ରମ୍ପଙ୍କ ପାଖରେ ବହୁତ ପଇସା ଅଛି। ସେ ନିଜ ଜୀବନକୁ ଯେକୌଣସି ସ୍ଥାନରେ ଅତିବାହିତ କରିପାରିବେ। ଏଣୁ ଟ୍ରମ୍ପ ପରାଜୟ ସ୍ବିକାର କରି ନିଅନ୍ତୁ ବୋଲି ଇଭାନା ଅନୁରୋଧ କରିଛନ୍ତି।

Share