ଶପଥ ନେଲା ପରେ ପ୍ରଥମ ନିଷ୍ପତ୍ତିରେ ଭାରତକୁ ଝଟକା ଦେଇ ପାରନ୍ତି ଟ୍ରମ୍ପ

ନୂଆଦିଲ୍ଲୀ,୬।୧୧: ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଆମେରିକା ରାଷ୍ଟ୍ରପତି ହେବାକୁ ଯାଉଥିବା ବେଳେ ଭାରତୀୟ ବ୍ୟବସାୟୀମାନଙ୍କୁ ଏଣିକି ଅଧିକ କଷ୍ଟମ ଡ୍ୟୁଟି ଦେବାକୁ ପଡିପାରେ। ବିଶେଷ କରି ଅଟୋମୋବାଇଲ୍ସ, ଟେକ୍ସଟାଇଲ ଏବଂ ଔଷଧ ଆଦି ଉପରେ ଅଧିକ କର ଦେବାକୁ ପଡିବ। କାରଣ ନୂତନ ଆମେରିକା ସରକାର ତାଙ୍କର ‘ଆମେରିକା ପ୍ରଥମ’ ନୀତିକୁ ଗୁରୁତ୍ୱ ଦେବେ ବୋଲି ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଛନ୍ତି।

ଏଥିସହିତ ଭାରତରୁ ସର୍ବାଧିକ ଲୋକେ ଯେଉଁ ଭିସାରେ ଆମେରିକା ଯାଉଛନ୍ତି, ତାହା ଉପରେ ମଧ୍ୟ କଟକଣା ଲାଗିପାରେ। ଯଦି ଟ୍ରମ୍ପ ଏଚ-୧ବି ଭିସା ନିୟମରେ ପରିବର୍ତନ କରନ୍ତି, ତେବେ ଏହାଦ୍ୱାରା ଭାରତୀୟ ସ୍ୱଫ୍ଟଓୟାର କମ୍ପାନୀ ଗୁଡିକ ପ୍ରଭାବିତ ହୋଇପାରନ୍ତି। ଭାରତୀୟ ଆଇଟି କମ୍ପାନୀ ମାନଙ୍କର ୮୦ ପପ୍ରତିଶତ ଆୟ ଆମେରିକାରୁ ଆସିଥାଏ।

ତେବେ ଆମେରିକା ସହିତ ଭାରତ ସର୍ବାଧିକ ବ୍ୟବସାୟିକ କାରବାର କରିଥାଏ। ୧୯୦ ବିଲିୟନ ଦଳର ଅଟେ। ନିର୍ବାଚନ ଫଳାଫଳ ପରେ ବିଶେଷଜ୍ଞମାନେ ଆକଳନ କରୁଛନ୍ତି ଯେ, ଟ୍ରମ୍ପ ଚାଇନା ସହିତ ଭାରତ ଏବଂ ଅନ୍ୟ କିଛି ଦେଶରୁ ଆମଦାନୀ ହେଉଥିବା ଜିନିଷ ଉପରେ କର ବୃଦ୍ଧି କରିପାରନ୍ତି। ଟ୍ରମ୍ପ ପୂର୍ବରୁ ଭାରତକୁ ଟାରିଫ କିଙ୍ଗ ବୋଲି ମଧ୍ୟ କହିସାରିଛନ୍ତି। ଏଥିରୁ ଜଣା ପଡୁଛି ଯେ, ଟ୍ରମ୍ପଙ୍କର ଦ୍ୱିତୀୟ ପାଳିରେ ବ୍ୟବସାୟ ପାଇଁ କଠୋର ନିୟମ ଆଣିପାରନ୍ତି।

ଟ୍ରମ୍ପଙ୍କ ନିଜର ଆମେରିକା ପ୍ରଥମ ନୀତିକୁ ଅଗ୍ରାଧିକାର ଦେଇ ଯେସାକୁ ତେସା ନୀତି ଆପଣାଇ ପାରନ୍ତି। ଏହାଦ୍ୱାରା ସେ ଭାରତରୁ ଆମେରିକାକୁ ରପ୍ତାନି ହେଉଥିବା ଅଟୋମୋବାଇଲ୍ସ, ଟେକ୍ସଟାଇଲ, ଔଷଧ, ୱାଇନ ଆଦି ଉପରେ କର ବୃଦ୍ଧି କରିପାରନ୍ତି।

ତେବେ ଚାଇନା ପ୍ରତି ଟ୍ରମ୍ପଙ୍କର କଠୋର ମନୋଭାବ ଭାରତ ପାଇଁ ସୁଯୋଗ ସୃଷ୍ଟି କରିପାରେ। ଭାରତ ଏବଂ ଆମେରିକା ମଧ୍ୟରେ ୨୦୨୩-୨୪ରେ ୧୨୦ ବିଲିୟନ ଡଲାର ରହିଛି, ଯାହା ୨୦୨୨-୨୩ରେ ୧୨୯ ବିଲିୟନ ଡଲାର ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀ ସମସ୍ୟା ଅସମାହିତ: ଚାଷୀ ସଙ୍ଗଠନ ପକ୍ଷରୁ ସମାଧାନ ଦାବି

ବରଗଡ଼,୧୮ା୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ, ମାତ୍ର ଏହି ଜିଲାରେ ଚାଷ ଏବଂ ଚାଷୀ ସମସ୍ୟା ଅସମାହିତ ରହିଛି। ଏହି କ୍ରମରେ ମଙ୍ଗଳବାର ବରଗଡ଼ ଜିଲା…

ଅସୁରକ୍ଷିତ ଗାଡ଼ି ଚାଳକ: ସୁରକ୍ଷା ଦାବିରେ ଏସ୍‌ପିଙ୍କୁ ଫେରାଦ

ବରଗଡ଼,୧୮ା୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଦେଇ ଯାଇଥିବା ରାଜପଥ ସହିତ ବିଭିନ୍ନ ରାସ୍ତାଘାଟରେ ବିଭିନ୍ନ ସମୟରେ ଗାଡ଼ି ଚାଳକଙ୍କୁ ଅଟକାଇ ଆକ୍ରମଣ କରାଯାଉଥିବା ଅଭିଯୋଗ ହୋଇଛି। ଏଭଳି ଆକ୍ରମଣକୁ…

ଦିଗପହଣ୍ଡିରେ ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ସୁନା ଚେନ ଓ ଟଙ୍କା ଲୁଟିନେଲେ, ଗାଁରେ ଚାପା ଉତ୍ତେଜନା

ଦିଗପହଣ୍ଡି,୧୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମରେ ଜଣେ ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

ହରମୁଜରେ ଫସିଲା ପାକିସ୍ତାନର ତେଲ ଜାହାଜ, ଇରାନ କଲା ବଡ଼ ଘୋଷଣା

ତେହରାନ,୧୭।୩: ଇରାନ ପାକିସ୍ତାନର ବାଣିଜି୍ୟକ ତୈଳ ଟ୍ୟାଙ୍କରକୁ ହରମୁଜ ମଧ୍ୟରେ ଏହାର କ୍ଷେତ୍ରୀୟ ଜଳସୀମା ଦେଇ ଯିବା ପାଇଁ ଅନୁମତି ପ୍ରଦାନ କରିଛି। ପାକିସ୍ତାନ ନ୍ୟାସନାଲ ସିପିଂ…

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଇସ୍ରାଏଲ ଚାପରେ ଇରାନ ସହ ଯୁଦ୍ଧ ଆରମ୍ଭ କରିଛି ଆମେରିକା: ଇସ୍ତଫା ଦେଲେ ଟ୍ରମ୍ପଙ୍କ…

ୱାଶିଂଟନ,୧୭।୩: ଆମେରିକା ପ୍ରଶାସନରେ ଏକ ବଡ଼ ଧରଣର ବିଭ୍ରାଟ ଦେଖାଦେଇଛି। ଇରାନ ସହ ଚାଲିଥିବା ଯୁଦ୍ଧକୁ ବିରୋଧ କରି ଡୋନାଲ୍ଡ ଟ୍ରମ୍ପଙ୍କ ନ୍ୟାସନାଲ କାଉଣ୍ଟର ଟେରରିଜମ ସେଣ୍ଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri