ଆମେରିକୀୟଙ୍କୁ ସତର୍କ କରାଇଲେ ଟ୍ରମ୍ପ, ଓଡ଼ିଶା ଯାଉଥିଲେ ରାତିରେ ବାହାରନ୍ତୁନି…

ନୂଆଦିଲ୍ଲୀ, ୨୨।୬: ଆମେରିକାର ବୈଦେଶିକ ମନ୍ତ୍ରଣାଳୟ ହଠାତ ଭାରତ ପାଇଁ ଯାତ୍ରା ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଯେଉଁଥିରେ ଆମେରିକୀୟଙ୍କୁ “ଅଧିକ ସତର୍କତା ଅବଲମ୍ବନ କରିବାକୁ” ଅନୁରୋଧ କରାଯାଇଛି। ଭାରତରେ “ଅପରାଧ, ବଳାତ୍କାର ଏବଂ ଆତଙ୍କବାଦ” କାରଣରୁ ଏହା ଜାରି କରାଯାଇଛି, ଏବଂ କେତେକ ଅଞ୍ଚଳରେ ବିପଦ ଅଧିକ ରହିଛି।

ମାର୍ଗଦର୍ଶିିକାରେ କୁହାଯାଇଛି, “ବଳାତ୍କାର ଭାରତରେ ସବୁଠାରୁ ଦ୍ରୁତ ବୃଦ୍ଧି ପାଉଥିବା ଅପରାଧମାନଙ୍କ ମଧ୍ୟରୁ ଅନ୍ୟତମ। ପର୍ଯଟନ ସ୍ଥାନ ଏବଂ ଅନ୍ୟ ଅଞ୍ଚଳରେ ଯୌନ ଆକ୍ରମଣ ଭଳି ହିଂସାତ୍ମକ ଅପରାଧ ଘଟୁଛି। ଆତଙ୍କବାଦୀମାନେ ବିନା ପୂର୍ବ ସୂଚନାରେ ଆକ୍ରମଣ କରିପାରନ୍ତି। ସେମାନେ ପର୍ଯଟନ ସ୍ଥାନ, ପରିବହନ କେନ୍ଦ୍ର, ବଜାର, ଶପିଂ ମଲ୍‌ ଏବଂ ସରକାରୀ ସ୍ଥାନଗଡିକୁ ଟାର୍ଗେଟ କରନ୍ତି।” ଏହା ମଧ୍ୟ କୁହାଯାଇଛି ଯେ ଆମେରିକା ସରକାରଙ୍କ ପାଖରେ ଗ୍ରାମାଞ୍ଚଳରେ ଆମେରିକୀୟ ନାଗରିକମାନଙ୍କୁ ଜରୁରୀ ସେବା ପ୍ରଦାନ କରିବାର ସାମର୍ଥ୍ୟ ସୀମିତ। ଏହି ଅଞ୍ଚଳ ପୂର୍ବୀ ମହାରାଷ୍ଟ୍ର ଏବଂ ଉତ୍ତର ତେଲଙ୍ଗାନାରୁ ପଶ୍ଚିମ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ବ୍ୟାପିଛି।

ଭାରତରେ ବଳାତ୍କାର ଦ୍ରୁତ ଗତରେ ବୃଦ୍ଧି ପାଉଥିବ ଅପରାଧ ମଧ୍ୟରେ ଅନ୍ୟତମ ବୋଲି ଆମେରିକା ଉଲ୍ଲେଖ କରିଛି। ପର୍ଯ୍ୟଟନସ୍ଥଳୀ ଓ ଅନ୍ୟାନ୍ୟ ସ୍ଥାନରେ ହିସାଂତ୍ମକ ଅପରାଧ ଘଟୁଥିବା ଆମେରିକା କହିଛି। ମାର୍ଗଦର୍ଶିକାରେ ମହିଳାମାନଙ୍କୁ ବିଶେଷ ଭାବେ ରାତିରେ ଏକାକୀ ଯାତ୍ରା ନ କରିବାକୁ ପରାମର୍ଶ ଦିଆଯାଇଛି। ଏହା ପୂର୍ବରୁ ମଧ୍ୟ, 2019 ଏବଂ 2021ରେ ଆମେରିକା ଦୂତାବାସ ମହିଳା ନିରାପତ୍ତା ନେଇ ସମାନ ସତର୍କତା ଜାରି କରିଥିଲା। ନିର୍ଦ୍ଦେଶିକାରେ ଆହୁରି କୁହାଯାଇଛି ଯେ ଯାତ୍ରୀମାନେ ସେଟେଲାଇଟ ଫୋନ ବା GPS ଡିଭାଇସ ସାଙ୍ଗରେ ନ ଆଣିବା ଉଚିତ, କାରଣ ଏହା ଭାରତରେ ବେଆଇନ ଏବଂ $200,000 ଜରିିମାନା ବା ଜେଲ ଦଣ୍ଡ ହୋଇପାରେ।

ନିର୍ଦ୍ଦେଶିକାରେ କେତେକ ଅଞ୍ଚଳକୁ “ଯାତ୍ରା ନ କରିବା” (ଲେବଲ-୪) ଶ୍ରେଣୀରେ ରଖାଯାଇଛି। ଏହା ମଧ୍ୟରେ ଜମ୍ମୁ ଓ କଶ୍ମୀର (ପୂର୍ବୀ ଲଦାଖ ଏବଂ ଲେହ ବ୍ୟତୀତ), ଭାରତ-ପାକିସ୍ତାନ ସୀମାରୁ ୧୦ କିଲୋମିଟର ମଧ୍ୟରେ ଥିବା ଅଞ୍ଚଳ, ବିହାର, ଝାଡଖଣ୍ଡ, ଓଡ଼ିଶା, ପଶ୍ଚିମବଙ୍ଗ, ଛତିଶଗଡ ଓ ମେଘାଳୟର କେତେକ ଅଞ୍ଚଳ ଅନ୍ତର୍ଭୁକ୍ତ। ଏହି ଅଞ୍ଚଳଗୁଡିକ ଆତଙ୍କବାଦ, ନାଗରିକ ଅଶାନ୍ତି, ଏବଂ ନକ୍ସଲବାଦୀ ଆକ୍ରମଣ ଭଳି ବିପଦ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍‌ ଜରିଆରେ ଜାଣିହେବ ଗତିବିଧି

ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...

ଗୁଲୁଆ-ବର୍ଷାଙ୍କୁ ନେଇ ବିସ୍ଫୋରକ ବୟାନ ଦେଲେ କାଳିଆ ଷଣ୍ଢ: ଦିନକୁ ୧୭ ହଜାରଥର…

ଭୁବନେଶ୍ୱର,୨୬।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri