Posted inରାଜ୍ୟ

ଓଡ଼ିଶା ପିଲାଙ୍କୁ ପଢ଼ାଉଛି ଆନ୍ଧ୍ର

ନନ୍ଦପୁର,୨୨ା୬(ତୁଷାରକାନ୍ତ ମହାନ୍ତି): ଓଡ଼ିଶା ସୀମାନ୍ତବାସୀଙ୍କୁ ଆନ୍ଧ୍ରପ୍ରଦେଶ ଶିକ୍ଷା ଓ ମଙ୍ଗଳ ବିଭାଗର ବିଭିନ୍ନ ଯୋଜନାର ପ୍ରଲୋଭନ ଦେଖାଇ ଛାତ୍ରୀଛାତ୍ରଙ୍କୁ ବିଦ୍ୟାଳୟରେ ନାମ ଲେଖାଇବାରେ ସଫଳ ହେଉଥିବା ଜଣାପଡ଼ିଛି। କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରଣାଳୟ ସମଗ୍ର ଦେଶର ଛାତ୍ରୀଛାତ୍ରଙ୍କ ଏକକ ଆପାର ଆଇଡି କରିବାକୁ ପଦକ୍ଷେପ ନେଇଛି। ଏହାର ସୁଯୋଗ ନେଇ ଓଡ଼ିଶା ପିଲାଙ୍କୁ ଆନ୍ଧ୍ରର ଦର୍ଶାଇ ଛାତ୍ରୀଛାତ୍ରଙ୍କ ସଂଖ୍ୟା ବଢ଼ାଉଛି। ବିଦ୍ୟାଳୟରେ ନାମ ଲେଖାଇଲେ ଆନ୍ଧ୍ର ସରକାରଙ୍କ ଆମ୍ମାବାଡି ଯୋଜନାରେ ଛାତ୍ରୀଛାତ୍ରଙ୍କ ମା’ଙ୍କ ନଁାରେ ୧୫ ହଜାର ଟଙ୍କା ଜମା, ଉଚ୍ଚସ୍ତରୀୟ ଭିତ୍ତିଭୂମି, ଶିକ୍ଷା ଓ ଆବାସିକ ବ୍ୟବସ୍ଥାର ପ୍ରଲୋଭନ ଦେଖାଉଛି। ଆନ୍ଧ୍ର ସ୍କୁଲ ବସ୍‌ ପଠାଇ ଛାତ୍ରୀଛାତ୍ରଙ୍କୁ ବିଦ୍ୟାଳୟକୁ ନେବା ଆଣିବା ବ୍ୟବସ୍ଥା କରୁଥିବା ଦେଖିବାକୁ ମିଳୁଛି।
କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ଅଧୀନ ପାଡୁଆ, କୁଲାବିର, ଚାଟୁଆ, ପାନ୍ଥଲୁଙ୍ଗ, କୁଲାରସିଂ, ଗୋଲୁର, ଖିନବର ଆଦି ପଞ୍ଚାୟତର ଛାତ୍ରୀଛାତ୍ର ଆନ୍ଧ୍ର ସ୍କୁଲରେ ପଢ଼ୁଛନ୍ତି। ସେମାନଙ୍କ ଅଭିଭାବକଙ୍କୁ ପ୍ରଲୋଭନ ଦେଖାଇ ପାଡୁଆ ଓ କୁଲାବିର ପଞ୍ଚାୟତର ୪୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କୁ ସ୍କୁଲ ବସ୍‌ ପଠାଇ ଆରକୁ ବିଦ୍ୟାଳୟ ନେବା ଆଣିବା କରୁଥିବା ଦେଖିବାକୁ ମିଳିଛି। ପାନ୍ଥଲୁଙ୍ଗ, ଗୋଲୁର ଓ କୁଲାରସିଂ ପଞ୍ଚାୟତର ୬୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଆନ୍ଧ୍ର ପେଦାବାଇଲିରେ ଥିବା ୧୦ ଆବାସିକ ବିଦ୍ୟାଳୟରେ ପାଠ ପଢ଼ୁଛନ୍ତି। ଅଟୋ ଓ ଅନ୍ୟ ଗାଡ଼ି ଯୋଗେ ସେମାନଙ୍କ ସ୍କୁଲକୁ ଯାତାୟାତ ବ୍ୟବସ୍ଥା କରାଯାଇଛି। ବିଲାପୁଟ ପଞ୍ଚାୟତର ଜୋଲାପୁଟ ଓ ଖିନମୁଙ୍ଗ ଗ୍ରାମର ୭୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଆନ୍ଧ୍ର ମୁଚିଙ୍ଗପୁଟରେ ଥିବା ସରକାରୀ ଓ ବେସରକାରୀ ସ୍କୁଲରେ ପାଠ ପଢ଼ୁଛନ୍ତି। ଏହା ଦେଖିବା ସତ୍ତ୍ୱେ ନନ୍ଦପୁର ବ୍ଲକ୍‌, କୋରାପୁଟ ଜିଲା ଓ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ନୀରବତା ଅବଲମ୍ବନ କରୁଥିବାରୁ ଶିକ୍ଷାବିତ୍‌ଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି। ଖରାଛୁଟିରେ ଆନ୍ଧ୍ର ସ୍କୁଲ କର୍ତ୍ତୃପକ୍ଷ ସୀମାନ୍ତ ନନ୍ଦପୁର ବ୍ଲକ୍‌ର ୭ ପଞ୍ଚାୟତ ବୁଲି ଅଭିଭାବକଙ୍କୁ ବିଭିନ୍ନ ଯୋଜନାର ପ୍ରଲୋଭନ ଦେଖାଇ ପ୍ରାୟ ୨ଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କୁ ବିଦ୍ୟାଳୟରେ ନାମ ଲେଖାଇବାରେ ସଫଳ ହୋଇଛି। ଅଭିଭାବକଙ୍କୁ ଆମ୍ମାବାଡ଼ି, ଭାସତି ବେଦନା ଯୋଜନାରେ ୧୫ ହଜାର ଲେଖାଏ ଆନ୍ଧ୍ର ପ୍ରଦାନ କରୁଛି। ଏ ସମ୍ପର୍କରେ ନନ୍ଦପୁର ଗୋଷ୍ଠୀ ଶିକ୍ଷାଧିକାରୀ ଭବାନୀ ନନ୍ଦନ ପଟ୍ଟନାୟକଙ୍କୁ ପଚାରିବାରୁ ଆନ୍ଧ୍ର ସୀମାନ୍ତ ପଞ୍ଚାୟତରେ ବ୍ଲକ୍‌ ଶିକ୍ଷା ବିଭାଗ ପକ୍ଷରୁ ଘର ଘର ବୁଲି ଶିକ୍ଷୟିତ୍ରୀ ଶିକ୍ଷକ ଅଭିଭାବକଙ୍କୁ ଓଡ଼ିଶା ସ୍କୁଲରେ ପିଲାଙ୍କ ନାମ ଲେଖାଇବାକୁ ସଚେତନ କରାଯାଉଛି। କିନ୍ତୁ ଆନ୍ଧ୍ର ବିଦ୍ୟାଳୟ କର୍ତ୍ତୃପକ୍ଷ ଅଭିଭାବକଙ୍କ ସମେତ ଛାତ୍ରୀଛାତ୍ରଙ୍କୁ ବିଭିନ୍ନ ଆଳରେ ପ୍ରଲୋଭିତ କରୁଛନ୍ତି। ଆନ୍ଧ୍ର ବିଦ୍ୟାଳୟ ବସ୍‌ ବିନା ପର୍‌ମିଟ୍‌ରେ ସୀମା ପାରହୋଇ ଆସି ଛାତ୍ରୀଛାତ୍ରଙ୍କୁ ନେଉଛି। ଘଟଣା ସମ୍ପର୍କରେ ବ୍ଲକ୍‌ ଶିକ୍ଷା ବିଭାଗ ପକ୍ଷରୁ ଜିଲା ଶିକ୍ଷାଧିକାରୀଙ୍କ ଜରିଆରେ ଜିଲାପାଳଙ୍କୁ ଅବଗତ କରାଯାଇଛି ବୋଲ କହିଛନ୍ତି।
ଏ ନେଇ ବିଲାପୁଟ ସରପଞ୍ଚ ରାଜେଶ ଲେନ୍ଦ୍ରୁଙ୍କୁ ପଚାରିବାରୁ ୧୦ ବର୍ଷ ତଳେ ବିଲାପୁଟ ପଞ୍ଚାୟତର ଜୋଲାପୁଟ ପ୍ରାଥମିକ ବିଦ୍ୟାଳୟରେ ଓଡ଼ିଶା ଶିକ୍ଷା ବିଭାଗ ପକ୍ଷରୁ ତେଲୁଗୁ ଶିକ୍ଷକ ନିଯୁକ୍ତ ଥିଲେ। ଜୋଲାପୁଟ ଅଞ୍ଚଳର ସମସ୍ତ ତେଲୁଗୁ ଭାଷୀ ପରିବାର ପିଲାଙ୍କୁ ଉକ୍ତ ବିଦ୍ୟାଳୟରେ ପଢ଼ାଇ ତେଲୁଗୁ ସମେତ ଓଡ଼ିଆ ଭାଷାରେ ଶିକ୍ଷା ଗ୍ରହଣ କରୁଥିଲେ। ଉକ୍ତ ସ୍କୁଲକୁ ଅପ୍‌ଗ୍ରେଡ୍‌ କରି ଉଚ୍ଚ ବିଦ୍ୟାଳୟ କରାଯାଇ ତେଲୁଗୁ ଶିକ୍ଷକ ପଦବୀ ହଟାଇ ଦିଆଗଲା। ଏଥିପାଇଁ ସ୍ଥାନୀୟ ବାସିନ୍ଦା(ତେଲୁଗୁ ଭାଷୀ) ପିଲାଙ୍କୁ ଆନ୍ଧ୍ର ସ୍କୁଲରେ ପାଠ ପଢ଼ାଉଛନ୍ତି। ଆନ୍ଧ୍ର ସୀମାକୁ ଲାଗିଥିବା ପଞ୍ଚାୟତର ସମସ୍ତ ବିଦ୍ୟାଳୟରେ ତେଲୁଗୁ ଶିକ୍ଷା ସହ ଶିକ୍ଷକ ନିଯୁକ୍ତି ଦିଆଗଲେ ପିଲା ତେଲୁଗୁ ସହ ଓଡ଼ିଆ ଭାଷାରେ ଶିକ୍ଷା ଓଡ଼ିଶା ସରକାରଙ୍କ ବିଦ୍ୟାଳୟରେ ପଢ଼ିପାରିବେ।
କୋରାପୁଟ ଜିଲାପାଳ ଭି. କୀର୍ତ୍ତିଭାସନ କହିଛନ୍ତି, ଜିଲାର ଆନ୍ଧ୍ର ସୀମାବର୍ତ୍ତୀ ନନ୍ଦପୁର ବ୍ଲକ୍‌ର ୮ ପଞ୍ଚାୟତ, ପଟ୍ଟାଙ୍ଗି ବ୍ଲକ୍‌ର କୋଟିଆ ସମେତ ୭ ପଞ୍ଚାୟତ, ବନ୍ଧୁଗଁା ଓ ନାରାୟଣପାଟଣା ବ୍ଲକ୍‌ର ୬ ପଞ୍ଚାୟତରେ ଶିକ୍ଷା ବ୍ୟବସ୍ଥା ଉପରେ କଡ଼ା ନଜର ରଖା ଯାଇଛି। ରାଜ୍ୟ ସରକାରଙ୍କ ପ୍ରତିଷ୍ଠିତ ସମସ୍ତ ଶିକ୍ଷାନୁଷ୍ଠାନର ଭିତ୍ତିଭୂମିରେ ଉନ୍ନତି ଆଣିବାକୁ ଚେଷ୍ଟା କରାଯାଉଛି। ନିଯୁକ୍ତ ଶିକ୍ଷୟିତ୍ରୀ ଶିକ୍ଷକ ଓ ଛାତ୍ରୀଛାତ୍ରଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଉଛି। ଅଭିଭାବକଙ୍କୁ ଆନ୍ଧ୍ରର ପ୍ରଲୋଭନର ଶିକାର ନ ହୋଇ ଓଡ଼ିଶା ସ୍କୁଲରେ ପାଠ ପଢ଼ାଇବାକୁ ସଚେତନ କରାଯାଉଛି। ରାଜ୍ୟ ସରକାରଙ୍କୁ ଆନ୍ଧ୍ରର ପ୍ରଲୋଭନ ଓ ଛାତ୍ରୀଛାତ୍ରଙ୍କ ଆପାର ଆଇଡି କରୁଥିବା ସମ୍ପର୍କରେ ଅବଗତ କରାଯାଇଛି। ନିର୍ଦ୍ଦେଶ ଅନୁସାରେ ଆଗାମୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ସହ ଗଞ୍ଜେଇ ଜବତ, କିଙ୍ଗ୍‌ପିନ୍‌ଙ୍କୁ ଗିରଫ କରି ପୋଲିସ…

ବାଲିଗୁଡ଼ା,୨୨ା୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ପୋଲିସ ପକ୍ଷରୁ ଚାଲିଛି ନିଶାମୁକ୍ତ ସମଗ୍ର କନ୍ଧମାଳ। ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବ୍ରାଉନ ସୁଗାର…

ସ୍ବାମୀଙ୍କ ସହ ବାଇକ୍‌ରେ ଯିବାବେଳେ ଓଢ଼ଣୀ ନେଲା ସ୍ତ୍ରୀଙ୍କ ଜୀବନ

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଏକ ଦୁଃଖଦ ଘଟଣା ଘଟିଛି। ବାଇକ୍‌ ଚକାରେ ଓଢ଼ଣୀ ଫସିଯିବା ଯୋଗୁ ତଳେ ପଡ଼ି ଜଣେ ମହିଳାଙ୍କ…

ହାଫିଜ ସୟିଦଙ୍କୁ ସମନ ଜାରି କରିବ NIA

ଜମ୍ମୁ-କଶ୍ମୀର,୨୨।୮: ୨୦୨୫ ପହଲଗାମ ଆକ୍ରମଣ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା(NIA) ପକ୍ଷରୁ ପାକିସ୍ତାନୀ ଆତଙ୍କବାଦୀ ହାଫିଜ ସୟିଦଙ୍କୁ ସମନ ଜାରି କରାଯିବ। ବୈଦେଶିକ ମନ୍ତ୍ରଣାଳୟ ଜରିଆରେ ପାକିସ୍ତାନକୁ…

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ରେଳଧାରଣରୁ ମିଳିଲା ୨ ମୃତଦେହ

ବ୍ରହ୍ମପୁର,୨୧।୮( ସୁବାସ ଚନ୍ଦ୍ର ପାଢ଼ୀ ): ଜିଆର୍‌ପି ପୋଲିସ ଗୋଶାଣିନୂଆଗାଁ ବ୍ରିଜ ତଳ ଦେଇ ଯାଇଥିବା ରେଳଧାରଣ ନିକଟରୁ ଶନିବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି।…

ଲଭ୍‌-ସେକ୍ସ-ଧୋକା ଅଭିଯୋଗ; ବାରିପଦା ଟାଉନ୍‌ ଥାନାର SI ଅଟକ

ବାରିପଦା,୨୨।୮: ବାରିପଦା ଟାଉନ୍‌ ଥାନାର ଜଣେ ସବ୍‌-ଇନ୍ସପେକ୍ଟରଙ୍କ ବିରୋଧରେ ଜଣେ ମହିଳା ଲଭ୍‌-ସେକ୍ସ-ଧୋକା ଅଭିଯୋଗ ଆଣିଛନ୍ତି। ଅଭିଯୋଗ ପରେ ଟାଉନ୍‌ ଥାନାର SI ପ୍ରଭାତ ନାୟକଙ୍କୁ ପୋଲିସ…

କରିସ୍ମାଙ୍କୁ ପୂଜା କରନ୍ତି କଙ୍ଗନା, ତାଙ୍କ ଫ୍ୟାଶନ ସେନ୍ସକୁ ପ୍ରଶଂସା କରିବା ସହ ଏମିତି କହି…

ମୁମ୍ବାଇ: ଭାଜପା ନେତ୍ରୀ ତଥା ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ କୌଣସି ନା କୌଣସି କାରଣକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ସୋସିଆଲ ମିଡିଆରେ ସବୁବେଳେ…

ଗରିମା ଦିବସ: ସଫେଇ କର୍ମୀ ପ୍ରତାପ ଦଳେଇଙ୍କ ପତ୍ନୀଙ୍କୁ ୧୦ ଲକ୍ଷ ଟଙ୍କାର ବୀମା ରାଶି

ଭୁବନେଶ୍ୱର, ୨୨।୮: ସଫେଇ କର୍ମୀଙ୍କ ସୁରକ୍ଷା, ସାମାଜିକ ସୁରକ୍ଷା ଓ ମର୍ଯ୍ୟାଦା ବୃଦ୍ଧି ଲକ୍ଷ୍ୟରେ ଆଜି ଗରିମା ଦିବସ ୨୦୨୬ ପାଳିତ ହୋଇଛି। ଏହି ଅବସରରେ ଲୋକସେବା…

କାମ କରୁଥିବାବେଳେ ଶ୍ରମିକଙ୍କୁ ଶୁଭିଲା ସାପର ଗର୍ଜନ, ପାଖକୁ ଯାଇ ଦେଖିବା ପରେ…

ଦିଗପହଣ୍ଡି,୨୨ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ୧ ନଂ ଓ୍ବାର୍ଡ ଘୋଡ଼ାହାଡ଼ ଡ଼୍ୟାମ ରାସ୍ତାକଡ଼ରେ ନିର୍ମାଣାଧୀନ ମେଡିକାଲ କୋଠା ପରିସରରୁ ପ୍ରାୟ ୭…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri