ବାଇଡେନ୍‌ ଶପଥ ନେବା ପୂର୍ବରୁ ଦେଶ ଛାଡ଼ିବେ ଟ୍ରମ୍ପ୍‌ !

ଓ୍ବାଶିଂଟନ,୫।୧: ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଜୋ ବାଇଡେନ୍‌ ଜାନୁୟାରୀ ୨୦ରେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ୍‌ ଦେଶ ଛାଡ଼ିବେ ବୋଲି ଚର୍ଚ୍ଚା ହେଉଛି। ସେ ନୂଆ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ରହିବେ ନାହିଁ ବୋଲି ଚର୍ଚ୍ଚା ହେଉଛି। ଟ୍ରମ୍ପ୍‌ ସ୍କଟଲାଣ୍ଡ ଯିବେ ବୋଲି କୁହାଯାଉଛି। ଏନେଇ ଟ୍ରମ୍ପ୍‌ ଯୋଜନା କରିଛନ୍ତି। ବାଇଡେନ୍‌ଙ୍କ ବିଜୟ ଏବଂ ନିଜର ପରାଜୟକୁ ଟ୍ରମ୍ପ୍‌ ସ୍ବୀକାର କରି ପାରୁ ନାହାନ୍ତି। ତେଣୁ ସେ ଆମେରିକା ସୈନ୍ୟ ବାହିନୀ ବିମାନରେ ଜାନୁୟାରୀ ୧୯ରେ ସ୍କଟ୍‌ଲାଣ୍ଡ ପହଞ୍ଚିବେ। ସ୍କଟ୍‌ଲାଣ୍ଡରେ ସୈନ୍ୟ ବାହିନୀ ବିମାନ ବୋଇଙ୍ଗ୍‌-୭୫୭ ଅବତରଣ କରିବା ନେଇ ସୂଚନା ପ୍ରକାଶ ପାଇବା ପରେ ଏନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇବାରେ ଲାଗିଛି। ୨୦୨୪ରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢ଼ିବା ପାଇଁ ଟ୍ରମ୍ପ୍‌ ଏୟାର ଫୋର୍ସ-ଓ୍ବାନ ବିମାନରେ ଘୋଷଣା କରିବା ପରେ ସ୍କଟ୍‌ଲାଣ୍ଡ ପଳାଇବେ ବୋଲି ଚର୍ଚ୍ଚା ହେଉଛି।

Share