Categories: Home Left

ଇରାନକୁ ପୁଣି ଆକ୍ରମଣ ଧମକ ଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୧।୬: ସୁଇଜରଲାଣ୍ଡରେ ଆମେରିକା ସହ ଶାନ୍ତି ଆଲୋଚନାରେ ଇସ୍ରାଏଲ୍‌ ଏବଂ ଲେବାନନ୍‌ର ଆତଙ୍କବାଦୀ ଗୋଷ୍ଠୀ ହେଜ୍‌ବୋଲ୍ଲା ମଧ୍ୟରେ ଚାଲିଥିବା ଯୁଦ୍ଧ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଇରାନ ରବିବାର କହିଛି। ଏଭଳିସ୍ଥିତିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଯୁଦ୍ଧ ନେଇ ଇରାନ୍‌କୁ ଚେତାବନୀ ଦେଇଛନ୍ତି। ‘ପ୍ରକ୍ସି’ ବନ୍ଦ ନ କଲେ ପୁଣି ବଡ଼ ଆକ୍ରମଣ କରାଯିବ ଟ୍ରମ୍ପ କହିଛନ୍ତି।

ସୂଚନା ଯୋଗ୍ୟ, ଯୁଦ୍ଧ ବନ୍ଦ ପାଇଁ ହୋଇଥିବା ଅନ୍ତରୀଣ ଚୁକ୍ତିନାମାରେ ଲେବାନନ୍‌ରେ ଇସ୍ରାଏଲ୍‌ ଏବଂ ହେଜବୋଲ୍ଲା ମଧ୍ୟରେ ଯୁଦ୍ଧ ବନ୍ଦ ରହିବ ବୋଲି ସର୍ତ୍ତ ରଖାଯାଇଥିଲା। ହେଲେ ଇସ୍ରାଏଲ୍‌ ଶନିବାର ଲେବାନନ୍‌ ଉପରେ ଆକ୍ରମଣ କରିବାରୁ ଇରାନ ସେନା ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ ବନ୍ଦ ଘୋଷଣା କରିଥିଲା।

Share