କୋର୍ଟରେ ଟ୍ରମ୍ପ୍‌ଙ୍କ ଆତ୍ମସମର୍ପଣ

ନ୍ୟୁୟର୍କ/ଓ୍ବାଶିଂଟନ୍‌,୫ା୪: ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ୨୦୨୪ ପାଇଁ ରିପବ୍ଲିକାନ୍‌ ନୋମିନେଶନ୍‌ ଦୌଡ଼ରେ ସବା ଆଗରେ ଥିବା ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିରୋଧରେ ପର୍ନ ଆକ୍ଟେସ୍‌ ଷ୍ଟର୍ମି ଡାନିଏଲ୍ସଙ୍କୁ ହଶ୍‌ ମନି (ଅପକର୍ମ ଲୁଚାଇବା ପାଇଁ ଅର୍ଥ) ଦେବା ଘଟଣାରେ ମଙ୍ଗଳବାର ଆନୁଷ୍ଠାନିକ ଭାବେ ଆପରାଧିକ ମାମଲା ଆରମ୍ଭ ହୋଇଛି। ୭୬ ବର୍ଷୀୟ ଟ୍ରମ୍ପ୍‌ ନ୍ୟୁୟର୍କସ୍ଥିତ ମାନ୍‌ହାଟ୍ଟନ୍‌ କୋର୍ଟହାଉସ୍‌ରେ ଆମତ୍ସମର୍ପଣ କରିଛନ୍ତି। କୌଣସି ଆପରାଧିକ ମାମଲାର ସମ୍ମୁଖୀନ ହେବାରେ ଟ୍ରମ୍ପ୍‌ ହେଉଛନ୍ତି ଆମେରିକା ଇତିହାସରେ ପ୍ରଥମ ପୂର୍ବତନ ରାଷ୍ଟ୍ରପତି। ଟ୍ରମ୍ପ୍‌ ସୋମବାର ନିଜ ଫ୍ଲୋରିଡା ବାସଭବନରୁ ବାହାରି ପାମ୍‌ ବିଚ୍‌ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟରେ ପହଞ୍ଚତ୍ଥିଲେ।

ସେଠାରୁ ସେ ବୋଇଂ ୭୫୭ ବିମାନରେ ନ୍ୟୁୟର୍କ ଯାଇଥିଲେ। ପ୍ରସ୍ତୁତି ମୁତାବକ ପୂର୍ବତନ ରାଷ୍ଟ୍ରପତି ମଙ୍ଗଳବାର ସ୍ଥାନୀୟ ସମୟ ଅପରାହ୍ନ ୨ଟା ୧୫ ମିନିଟ୍‌ (ଭାରତୀୟ ସମୟ ରାତି ୧୧ଟା ୪୫ରେ) କଡ଼ା ସୁରକ୍ଷା ବଳୟ ମଧ୍ୟରେ ନ୍ୟୁୟର୍କସ୍ଥିତ ମାନ୍‌ହାଟ୍ଟନ୍‌ କୋର୍ଟରେ ହାଜର ହୋଇ ଆମତ୍ସମର୍ପଣ କରିଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଶୁଣାଣିବେଳେ ମାନ୍‌ହାଟ୍ଟନ୍‌ କୋର୍ଟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା।

ଏପରି କି ଟିଭି କ୍ୟାମେରାଗୁଡ଼ିକୁ ମଧ୍ୟ ପ୍ରବେଶ ଅନୁମତି ମିଳି ନ ଥିଲା। ଅନେକ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ବିଚାରର ସିଧା ପ୍ରସାରଣ ପାଇଁ ସୁପ୍ରିମକୋର୍ଟରେ ନିବେଦନ କରାଯାଇଥିଲା, ଯାହାକୁ ଜଜ୍‌ ଜୁଆନ୍‌ ମର୍ଚାନ୍‌ ପ୍ରତ୍ୟାଖ୍ୟାନ କରିଦେଇଥିଲେ। କେବଳ ୫ ଜଣ ଫଟୋଗ୍ରାଫରଙ୍କୁ ଶୁଣାଣି ପୂର୍ବ ବେଳର ଫଟୋ ନେବାକୁ ଅନୁମତି ଦିଆଯାଇଥିଲା। ମାମଲାକୁ ନେଇ ସର୍କସ ଭଳି ପରିବେଶ ସୃଷ୍ଟି କରା ନ ଯାଉ ବୋଲି ଟ୍ରମ୍ପ୍‌ଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ। ଟ୍ରମ୍ପ୍‌ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ତାଙ୍କୁ ଜେଲ ଓ ଜରିମାନା ହୋଇପାରେ। ଆମେରିକା ସମ୍ବିଧାନ ଅନୁସାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ହେବାକୁ ଥିବା ବ୍ୟକ୍ତିଙ୍କ ରେକର୍ଡ ସ୍ବଚ୍ଛ ହୋଇଥିବା ଜରୁରୀ ନୁହେଁ।

ଆମେରିକାର ଆଇନ ଅନୁସାରେ ଜଣେ କାର୍ଯ୍ୟରତ ରାଷ୍ଟ୍ରପତିଙ୍କ ବିରୋଧରେ ମାମଲା ରୁଜୁ ହୋଇପାରିବ ନାହିଁ। ଟ୍ରମ୍ପ୍‌ ୨ ବର୍ଷରୁ ଊର୍ଦ୍ଧ୍ୱ ସମୟ କ୍ଷମତା ବାହାରେ ଥିବାରୁ ତାଙ୍କୁ ଏହି ଆଇନଗତ ସୁରକ୍ଷା ମିଳିବ ନାହିଁ। ଅନ୍ୟପକ୍ଷେ ପୂର୍ବରୁ ୨ ଥର ମହାଭିଯୋଗରୁ ବର୍ତ୍ତିଯାଇଥିବା ୭୬ ବର୍ଷୀୟ ଟ୍ରମ୍ପ୍‌ଙ୍କ ରାଜନୈତିକ ଯାତ୍ରାରେ ଏହି ମାମଲା ପ୍ରତିବନ୍ଧକ ସାଜିପାରେ। ଆପରାଧିକ ମାମଲା ସତ୍ତ୍ୱେ ଟ୍ରମ୍ପ୍‌ ରାଷ୍ଟ୍ରପତି ଦୌଡ଼ରୁ ଓହରିବେ ନାହିଁ ବୋଲି ରୋକ୍‌ଠୋକ୍‌ ଶୁଣାଇଛନ୍ତି। ଓଲଟା ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ଜିତିବା ପାଇଁ ଏହା ତାଙ୍କୁ ସହାୟକ ହେବ ବୋଲି ଟ୍ରମ୍ପ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷାବିଭାଗର ବିକଳ ଚିତ୍ର; ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୬କ୍ଲାସ, ଫାଟକରେ ତାଲା ପକାଇ ଖରାରେ ଆନ୍ଦୋଳନ…

ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ପଞ୍ଚାୟତ ଅଧିନ ଶ୍ୟାମସୁନ୍ଦର ପଲ୍ଲୀ…

ପିଏମ୍‌ କିଷାନ ଯୋଜନା ଟଙ୍କା ପାଉଥିଲେ ମିଳିବ ନାହିଁ ଏସବୁ ସୁବିଧା, ସରକାର ଅଯୋଗ୍ୟା ଘୋଷଣା କରି…

ନୂଆଦିଲ୍ଲୀ,୯ା୪: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆଜି ଲକ୍ଷଲକ୍ଷ ଚାଷୀଙ୍କ ପାଇଁ ଜୀବନରେଖା ପାଲଟିଛି। ବାର୍ଷିକ ମିଳୁଥିବା ୬୦୦୦ ଟଙ୍କା ଚାଷୀଙ୍କ ପାଇଁ ଏକ ବଡ଼…

ଷ୍ଟେଶନରୁ ଶିଶୁପୁତ୍ର ଚୋରି ଘଟଣାର ପର୍ଦ୍ଦାଫାଶ: ବାପା ରଚିଥିଲେ ନାଟକ, ଶାଳୀଙ୍କଠାରୁ ଛୁଆ ଆଣି…

ନିରାକାରପୁର, ୯।୪(ମାନସ ଚନ୍ଦ୍ର ପଟ୍ଟନାୟକ): ନିରାକାରପୁର ରେଳବାଇ ଷ୍ଟେଶନରୁ ୪ ମାସର ଶିଶୁପୁତ୍ର ଚୋରି ଘଟଣାରେ ପର୍ଦ୍ଦାଫାଶ କରିଛି ନିରାକାରପୁର ରେଳବାଇ ଫାଣ୍ଡି ପୋଲିସ। ଯେଉଁ ବାପା…

ପଲିଥିନ୍‌ ବାଣ୍ଟିବାକୁ ନେଉଥିଲେ ଘଟଗାଁ ଅତିରିକ୍ତ ତହସିଲଦାର, ଅଟକାଇଲେ ଲୋକେ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମୂଷାଖରି-ମଲ୍ଲୀପୋଷି ରାସ୍ତାର ଆହାର ବନ୍ଧ ନିକଟରେ ପଲିଥିନ୍‌ ବୋଝେଇ ଗାଡ଼ି ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ।…

ଇରାନ-ଆମେରିକା ଯୁଦ୍ଧବିରତି ମଧ୍ୟରେ ଇସ୍ରାଏଲର ବଡ଼ ଦାବି: ହିଜବୁଲ୍ଲା ମୁଖ୍ୟଙ୍କ ଘନିଷ୍ଠ ସହଯୋଗୀ ନିହତ

ନୂଆଦିଲ୍ଲୀ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ୧୪ ଦିନିଆ ଯୁଦ୍ଧବିରତି ପାଇଁ ସହମତ ହୋଇଥିଲେ ମଧ୍ୟ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ସମୟରେ, ଇସ୍ରାଏଲ ହିଜବୁଲ୍ଲା…

କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ପୋଲିସ, ଜଙ୍ଗଲରେ ଲୁଚାଇ ରଖିଥିଲେ ମାଫିଆ

ନନ୍ଦପୁର/ପାଡୁଆ, ୯।୪(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ପୋଲିସକୁ ଗଞ୍ଜେଇ ଧରପଗଡ ମାମଲାରେ ଏକ ବଡ ସଫଳତା ମିଳିଛି…

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri