ଓ୍ବାଶିଂଟନ,୮ା୮: ଆମେରିକା ସୁପ୍ରିମକୋର୍ଟଙ୍କ ରାୟର କିଛି ସପ୍ତାହ ପରେ ରାଷ୍ଟ୍ରପତି ଡେନାଲ୍ଡ ଟ୍ରମ୍ପ୍ ବାର୍ଥ ଟ୍ୟୁରିଜମ୍ ବା ଜନ୍ମ ପର୍ଯ୍ୟଟନ ଉପରେ ରୋକ ଲଗାଇବା ଏବଂ ଜନ୍ମଗତ ନାଗରିକତ୍ୱ ପାଇବା ପାଇଁ ଯୋଗ୍ୟ ଲୋକଙ୍କ ସଂଖ୍ୟା ସୀମିତ କରିବା ପାଇଁ ୨ଟି ଏକ୍ଜିକ୍ୟୁଟିଭ୍ ଅର୍ଡରେ ସ୍ବାକ୍ଷର କରିଛନ୍ତି। ଗୋଟିଏ ନିର୍ଦ୍ଦେଶନାମା ଅନୁଯାୟୀ ବ୍ୟବସାୟିକ ବାର୍ଥ ଟ୍ୟୁରିଜମ୍ରେ ସମ୍ପୃକ୍ତ ଲୋକଙ୍କୁ ଆମେରିକାରେ ପ୍ରବେଶ ଅନୁମତି ଦିଆଯିବ ନାହିଁ। ଅନ୍ୟ ନିର୍ଦ୍ଦେଶନାମାରେ ଜନ୍ମ ସୂତ୍ରରେ ନାଗରିକତ୍ୱ ପାଇବାରେ ଅଯୋଗ୍ୟତାର ପରିସରକୁ ବୃଦ୍ଧି କରାଯାଇଛି। ଏଥିରେ ବିଦେଶୀ ସରକାରଙ୍କ ତରଫରୁ ଲବି କରୁଥିବା ବିଦେଶୀ ନାଗରିକଙ୍କ ପିଲାଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି। ପୂର୍ବରୁ ଟ୍ରମ୍ପ୍ ଜନ୍ମସୂତ୍ର ନାଗରିକତ୍ୱ ବନ୍ଦ କରିବା ପାଇଁ ଆଣିଥିବା ଏକ୍୍ଜିକ୍ୟୁଟିଭ୍ ଅର୍ଡରକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ। ଆମେରିକରେ ଜନ୍ମିତ ପ୍ରତ୍ୟେକ ଲୋକ ଏହାର ନାଗରିକ, ଏହି ବ୍ୟବସ୍ଥା ଶତାଧିକ ବର୍ଷ ଧରି ଚାଲିଆସୁଛି ବୋଲି ଅଦାଲତ କହିଥିଲେ।