‘ଭାରତକୁ କ୍ଷତିପୂରଣ ଦେଉ ଚାଇନା’

ଓ୍ବାଶିଂଟନ,୧୯।୬: କରୋନା ମହାମାରୀ ଯୋଗୁ ଭାରତ ବିପର୍ଯ୍ୟସ୍ତ ହୋଇଛି। ଏନେଇ ଚାଇନା ଭାରତକୁ କ୍ଷତିପୂରଣ ଦେବା ଆବଶ୍ୟକ ବୋଲି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କହିଛନ୍ତି। ବିଶ୍ୱରେ କୋଭିଡ୍‌ ସଂକ୍ରମଣ ପାଇଁ ଚାଇନା ଦାୟୀ। କ୍ଷତିପୂରଣ ବାବଦରେ ବେଜିଂ ୧୦ ଟ୍ରିଲିୟନ ଡଲାର ପୈଠ କରିବାକୁ ଟ୍ରମ୍ପ୍‌ ଏକ ସାକ୍ଷାତ୍‌କାରରେ କହିଛନ୍ତି। ବିଶ୍ୱକୁ ଚାଇନା ଏହାଠାରୁ ଅଧିକ କ୍ଷତିପୂରଣ ଦେବା ଆବଶ୍ୟକ ବୋଲି ଫକ୍ସ ନ୍ୟୁଜ୍‌କୁ ଟ୍ରମ୍ପ୍‌ କହିଛନ୍ତି। ମହାମାରୀ ଯୋଗୁ ଅନେକ ଦେଶ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛନ୍ତି। ଭାରତରେ ଜନସ୍ବାସ୍ଥ୍ୟ ସଙ୍କଟ ସବୁଠୁ ଗୁରୁତର ହୋଇଥିବା ଟ୍ରମ୍ପ୍‌ କହିଛନ୍ତି।

Share