ମୋ ଭଳି ମୋ ଝିଅପୁଅ ବି ଭାରତ ବିଷୟରେ ବହୁତ ଚିନ୍ତା କରନ୍ତି: ଟ୍ରମ୍ପ

ଓ୍ବାଶିଂଟନ,୫।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ପରିବାରର ଭାରତ ପ୍ରେମ ସମ୍ପର୍କରେ କହିଛନ୍ତି। ଟ୍ରମ୍ପଙ୍କ ମତରେ ତାଙ୍କ ଭଳି ତାଙ୍କ ଝିଅ ଇଭାଙ୍କା ଟ୍ରମ୍ପ, ପୁଅ ଡୋନାଲ୍ଡ ଟ୍ରମ୍ପ ଜୁନିୟର ଓ ତାଙ୍କ ସାଥି କିମ୍ବର୍ଲି ଗିଲପୟ ଭାରତ ସମ୍ପର୍କରେ ବହୁତ ଚିନ୍ତା କରନ୍ତି। ହ୍ବାଇଟ ହାଉସରେ ଖବରଦାତାଙ୍କୁ ପ୍ରଶ୍ନର ଉତ୍ତରରେ ଟ୍ରମ୍ପ ଏଭଳି କହିଛନ୍ତି। ସେ କହିଛନ୍ତି ତାଙ୍କ ଝିଅ ପୁଅ ବହୁତ ଭଲ ଆଉ ଭାରତ ସହ ତାଙ୍କର ସମ୍ପର୍କ ମଧ୍ୟ ଆହୁରି ଭଲ। ଆଗାମୀ ନିର୍ବାଚନକୁ ନେଇ କିଛି ପ୍ରଶ୍ନର ଉତ୍ତରରେ ଟ୍ରମ୍ପ ଏଭଳି ଉତ୍ତର ଦେଇଛନ୍ତି। ଭାରତୀୟ-ଆମେରିକୀୟଙ୍କ ଭୋଟ ଉପରେ ନଜର ରଖି ଟ୍ରମ୍ପ କହିଛନ୍ତି ମୋଦି ମୋର ଭଲ ବନ୍ଧୁ ଭାରତ ସହ ମଧ୍ୟ ଆମେରିକାର ସମ୍ପର୍କ ଭଲ। ତେଣୁ ନିର୍ବାଚନରେ ତାଙ୍କୁ ଭାରତୀୟଙ୍କ ସହଯୋଗ ମିଳିବ।

Share