ଚାଇନାରେ ଏକାଠି ହେଲେ ଟ୍ରମ୍ପ୍‌-ପୁଟିନ୍‌-ଜିନ୍‌ପିଙ୍ଗ, ବୈଠକ ଉପରେ ବିଶ୍ବର ନଜର

ବେଜିଂ, ୧୮ା୧୧: ଚାଇନା ଗସ୍ତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଚାଇନାରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ପ୍ରୋଟୋକଲ ଭାଙ୍ଗି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ବ୍ୟକ୍ତିଗତ ଭାବରେ ତାଙ୍କୁ ସ୍ୱାଗତ କରିବାକୁ ପହଞ୍ଚିଥିଲେ ଏବଂ ଦୁହେଁ ପରସ୍ପରକୁ ଆଲିଙ୍ଗନ କରିଥିଲେ। ରାଷ୍ଟ୍ରପତି ଟ୍ରମ୍ପଙ୍କ ଏହି ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।

ଆନୁଷ୍ଠାନିକ ଆଲୋଚନା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌, ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଏବଂ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ବୁଧବାର ସନ୍ଧ୍ୟାରେ ଚାଇନାରେ ପ୍ରଥମ ଥର ପାଇଁ ଏକାଠି ହୋଇଥିବା ଦେଖାଯାଇଛି । ଶେନ୍‌ଝେନ୍‌ଠାରେ ଏସିଆ- ପ୍ରଶାନ୍ତ ମହାସାଗରୀୟ ଅର୍ଥନୈତିକ ସହଯୋଗ (ଏପିଇସି) ସମିଟ୍‌ ଅବସରରେ ଜିନ୍‌ପିଙ୍ଗ୍‌ ଓ ତାଙ୍କ ସ୍ତ୍ରୀ ପେଙ୍ଗ୍‌ ଲିୟୁଆନ୍‌ଙ୍କ ଦ୍ୱାରା ଆୟୋଜିତ ଭବ୍ୟ ନୈଶଭୋଜି ପୂର୍ବରୁ ଲାଲ୍‌ କାର୍ପେଟ ଉପରେ ୩ ନେତାଙ୍କୁ ଦେଖିବାକୁ ମିଳିଥିଲା।

ସେମାନେ ଗ୍ରୁପ୍‌ ଫଟୋ ପାଇଁ ପୋଜ୍‌ ଦେବା ପୂର୍ବରୁ ପୁଟିନ୍‌ ରେଡ୍‌ କାର୍ପେଟ ଉପରେ ଟ୍ରମ୍ପ୍‌ ଓ ଜିନ୍‌ପିଙ୍ଗଙ୍କ ପାଖକୁ ଯାଇଥିଲେ । ଟ୍ରମ୍ପ୍‌ ଓ ପୁଟିନ୍‌ ହାତ ମିଳାଇବା ସହ ପରସ୍ପରକୁ ଅଭିନନ୍ଦନ ଜଣାଇଥିଲେ। ଗୁରୁବାର ୩ ନେତାଙ୍କ ମଧ୍ୟରେ ତ୍ରିପାକ୍ଷିକ ବୈଠକ ହେବାକୁ ଥିବାବେଳେ ଏହା ପୂର୍ବରୁ ସେମାନେ ପରସ୍ପରକୁ ଭେଟିଛନ୍ତି ।

 

Dharitri – Odisha’s No.1 Odia Daily

Share