ମୋଦିଙ୍କୁ ପ୍ରଶଂସା କଲେ ଟ୍ରମ୍ପ୍‌

ନୂଆଦିଲ୍ଲୀ,୨୫ା୫: ଭାରତ ଗସ୍ତରେ ଆସିଥିବା ଆମେରିକା ପରରାଷ୍ଟ୍ର ସଚିବ ମାର୍କୋ ରୁବିଓ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରୁଥିବାବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ହଠାତ୍‌ ଲାଇଭ୍‌ ଭିଡିଓ କଲ୍‌ରେ ଦେଖାଦେଇ ସମସ୍ତଙ୍କୁ ଚକିତ କରିଦେଇଥିଲେ। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଘନିଷ୍ଠ ବନ୍ଧୁ କହି ପ୍ରଶଂସା କରିବା ସହ ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ ପୂର୍ବରୁ କେବେ ଏତେ ନିବିଡ଼ ନ ଥିଲା ବୋଲି କହିଥିଲେ। ଆମେରିକା ସ୍ବାଧୀନତା ଘୋଷଣାର ୨୫୦ତମ ବାର୍ଷିକୀ ଅବସରରେ ଟ୍ରମ୍ପ୍‌ ଏକ ବିଶାଳ ପରଦାରେ ଦେଖାଦେବା ସହ ନିଜକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ପ୍ରଶଂସକ ବୋଲି କହିଥିଲେ। ଭର୍ଚୁଆଲ ଉଦ୍‌ବୋଧନ ବେଳେ ସେ ମୋଦିଙ୍କୁ ମହାନ୍‌ ଓ ବନ୍ଧୁ ବୋଲି କହିବା ସହ ତାଙ୍କୁ ଭଲପାଏ ବୋଲି କହିଥିଲେ। ଆମେ ଭାରତ ସହ ଏତେ ନିବିଡ଼ ହୋଇ କେବେ ରହି ନ ଥିଲେ। ଭାରତ ମୋ ଉପରେ ଏବଂ ଆମ ଦେଶ ଉପରେ ୧୦୦ ପ୍ରତିଶତ ନିର୍ଭର କରିପାରିବ। ଯଦି ସେମାନଙ୍କର କୌଣସି ଆବଶ୍ୟକ ପଡେ, ତେବେ କେଉଁଠିକୁ କଲ୍‌ କରିବାକୁ ହେବ, ସେମାନେ ଜାଣନ୍ତି ବୋଲି ଟ୍ରମ୍ପ୍‌ କହିଥିଲେ।

Dharitri – Odisha’s No.1 Odia Daily

Share