ଟ୍ରମ୍ପ୍‌ ରଚିଥିଲେ କ୍ୟାପିଟୋଲ ଦଙ୍ଗା ଷଡ଼ଯନ୍ତ୍ର

ଓ୍ବାଶିଂଟନ,୧୧ା୬:ଗତବର୍ଷ ଆମେରିକାର କ୍ୟାପିଟୋଲ ହିଲ୍‌ ଦଙ୍ଗା ଷଡ଼ଯନ୍ତ୍ର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ରଚିଥିଲେ। ରାଷ୍ଟ୍ରପତି ନିର୍ବାଚନରେ ପରାଜିତ ହେବା ପରେ ଟ୍ରମ୍ପ୍‌ କ୍ଷମତାରେ ରହିବା ପାଇଁ ଏହି ବିଦ୍ରୋହ ଲାଗି ନିଜର ହଜାର ହଜାର ସମର୍ଥକଙ୍କୁ ଉତ୍ତେଜକ ଭାଷଣ ଦେଇ ଉସୁକାଇଥିଲେ ବୋଲି କଂଗ୍ରେସର ତଦନ୍ତକାରୀ ପ୍ୟାନେଲ ଗୁରୁବାର ସ୍ପଷ୍ଟ କରିଛି। ଟ୍ରମ୍ପ୍‌ ଲୋକଙ୍କୁ ଏକତ୍ରିତ କରି ଏହି ଆକ୍ରମଣର ନିଅଁା ଲଗାଇଥିଲେ ବୋଲି କମିଟିର ରିପବ୍ଲିକାନ୍‌ ଉପାଧ୍ୟକ୍ଷ ଲିଜ୍‌ ଚେନି କହିଛନ୍ତି। ଏହି ଦଙ୍ଗା ଆମେରିକୀୟ ଗଣତନ୍ତ୍ର ପାଇଁ ବିପଦ ସୃଷ୍ଟି କରିଥିବା ଡେମୋକ୍ରାଟ୍‌ ବେନି ଥମ୍ପ୍‌ସନ୍‌ ମତ ଦେଇଛନ୍ତି। ୨୦୨୦ ନଭେମ୍ବର ୩ରେ ଅନୁଷ୍ଠିତ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ୍‌ ପାର୍ଟି ନେତା ଡୋନାଲ୍ଡ ଟ୍ରମ୍ପ୍‌ ଡେମୋକ୍ରାଟିକ୍‌ ପାର୍ଟି ପ୍ରାର୍ଥୀ ଜୋ ବାଇଡେନ୍‌ଙ୍କଠାରୁ ପରାଜିତ ହୋଇଥିଲେ। ଏହାସତ୍ତ୍ୱେ ବାଇଡେନ୍‌ ଜାଲିଆତି କରି ଜିତିଥିବା ଦର୍ଶାଇ ଟ୍ରମ୍ପ୍‌ ତାଙ୍କୁ କ୍ଷମତା ହସ୍ତାନ୍ତର କରିବେନି କି ହ୍ବାଇଟ୍‌ ହାଉସ୍‌ ଛାଡ଼ିବେ ନାହିଁ ବୋଲି କହିଥିଲେ। ଏପରି କି ସେ ଅନେକ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ହେଁ ଅଦାଲତୀ ରାୟ ତାଙ୍କୁ ନିରାଶ କରିଥିଲା। ୨୦୨୧ ଜାନୁୟାରୀ ୬ ରାତିରେ ବାଇଡେନ୍‌ଙ୍କୁ କଂଗ୍ରେସ ପକ୍ଷରୁ ଆନୁଷ୍ଠାନିକ ଭାବେ ବିଜୟୀ ଘୋଷଣା କରାଯିବାର କିଛି ସମୟ ପୂର୍ବରୁ ବିଦାୟୀ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ସମର୍ଥକମାନେ କ୍ୟାପିଟୋଲ ହିଲ୍‌କୁ ଧସେମଇ ପଶି ହଙ୍ଗାମା କରିଥିଲେ। ଏପରି କି ସେମାନେ କ୍ୟାପିଟୋଲର ଝରକା ଭାଙ୍ଗି ଆମେରିକାର ଜାତୀୟ ପତାକାକୁ ଓହ୍ଲାଇଦେଇଥିଲେ। ଦଙ୍ଗା ସୃଷ୍ଟିକାରୀଙ୍କୁ ଘଉଡ଼ାଇବାକୁ ଯାଇ ପୋଲିସ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲା। ହିଂସାକାଣ୍ଡରେ ଜଣେ ମହିଳାଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ଆମେରିକା ଇତିହାସ ପାଇଁ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଥିଲା। ଏହାର ତଦନ୍ତ ପାଇଁ ଏକ ସ୍ବତନ୍ତ୍ର କମିଟି ଗଠନ କରାଯାଇଥିଲା। ଡେମୋକ୍ରାଟିକ୍‌ ପାର୍ଟି ନେତୃତ୍ୱାଧୀନ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ କମିଟି ବର୍ଷେରୁ ଊର୍ଦ୍ଧ୍ୱ ସମୟ ଧରି ତଦନ୍ତ କରିବା ପରେ ଗୁରୁବାର ରାତିରେ ଟ୍ରମ୍ପ୍‌ଙ୍କ ସହଯୋଗୀମାନଙ୍କ ସାକ୍ଷାତ୍‌କାର ସମ୍ବଳିତ ଭିଡିଓ କ୍ଲିପ୍‌ ଜାରି କରିଛି। ସାରା ଦେଶର ଟିଭି ଚ୍ୟାନେଲଗୁଡ଼ିକରେ ଏହାର ପ୍ରସାରଣ କରାଯାଇଛି। ଟ୍ରମ୍ପ୍‌ ନିର୍ବାଚନରେ ପରାସ୍ତ ହୋଇଛନ୍ତି ଏବଂ ଜାତିଆତି ଅଭିଯୋଗ ଆଣିବା ସମ୍ପୂର୍ଣ୍ଣ ଭୁଲ୍‌ ବୋଲି ତତ୍କାଳୀନ ଆଟର୍ନି ଜେନେରାଲ ଓ୍ବିଲିୟମ୍‌ ବାର୍‌ ତାଙ୍କୁ ବାରମ୍ବାର ଅବଗତ କରାଇଥିବା ବିଷୟ ସେ କହୁଥିବା ଏଥିରେ ଦେଖିବାକୁ ମିଳିଛି। ପୂର୍ବତନ ରାଷ୍ଟ୍ରପତିଙ୍କ ଝିଅ ଇଭାଙ୍କା ଟ୍ରମ୍ପ୍‌ ବାରଙ୍କ କଥାକୁ ଗ୍ରହଣ କରି ଜାଲିଆତି ହୋଇ ନ ଥିବା ବିଷୟକୁ ସ୍ବୀକାର କରିଥିବା ମଧ୍ୟ ଏଥିରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri