ପ୍ରଚାର ପାଇଁ ଟ୍ରମ୍ପ୍‌ ପାଖରେ ଟଙ୍କା ଅଭାବ

ଓ୍ବାଶିଂଟନ, ୯।୯: ନଭେମ୍ବର ୩ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ତେବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପାଖରେ ନିର୍ବାଚନ ପ୍ରଚାର ପାଇଁ ଟଙ୍କାର ଅଭାବ ଦେଖା ଦେଇଛି। ନିର୍ବାଚନ ପ୍ରଚାର ଲାଗି କ୍ୟାମ୍ପେନ୍‌ ଦଳ ପାଖରେ ୧୧୦ କୋଟି ଡଲାର ଥିଲା। ତେବେ ଜୁଲାଇ ମାସରେ ୮୦ କୋଟି ଡଲାର ଖର୍ଚ୍ଚ ହୋଇଯାଇଛି। ଏବେ କ୍ୟାମ୍ପେନ୍‌ ଦଳ ପାଖରେ ଅବଶିଷ୍ଟ ୩୦ କୋଟି ଡଲାର ରହିଛି। ଏହାଦ୍ୱାରା ଅଗାମୀ ଦିନରେ କିଭଳି ପ୍ରଚାର କରାଯିବ ସେ ନେଇ ଟ୍ରମ୍ପ୍‌ଙ୍କ ଚିନ୍ତା ବଢ଼ିବାରେ ଲାଗିଛି। କ୍ୟାମ୍ପେନ୍‌ ମ୍ୟାନେଜରଙ୍କ ଅବହେଳା ଯୋଗୁ ଏପରି ହୋଇଥିବା କୁହାଯାଉଛି। ଇତିମଧ୍ୟରେ କ୍ୟାମ୍ପେନ୍‌ ମ୍ୟାନେଜରଙ୍କୁ ପରିବର୍ତ୍ତନ କରାଯାଇଛି। ତାଙ୍କ ସ୍ଥାନରେ ନୂଆ ମ୍ୟାନେଜରଙ୍କୁ ନିଯୁକ୍ତ କରାଯାଇଛି। ପୂର୍ବରୁ ପାର୍ସକେଲ କ୍ୟାମ୍ପେନ୍‌ ମ୍ୟାନେଜର ଥିଲେ। ଏବେ ତାଙ୍କ ସ୍ଥାନରେ ବିଲ୍‌ ଷ୍ଟେପିନ୍‌ କାର୍ଯ୍ୟ କରୁଛନ୍ତି। ପାର୍ସକେଲଙ୍କ କାର୍ଯ୍ୟକାଳ ମଧ୍ୟରେ ୩୫ କୋଟି ଡଲାର ଖର୍ଚ୍ଚ ହୋଇଥିଲା। ତାଙ୍କ ସମୟରେ ଅଯଥା ଖର୍ଚ୍ଚ ଅଧିକ ହୋଇଥିବା କୁହାଯାଉଛି।

Share