ସୁପ୍ରିମକୋର୍ଟରେ ଟ୍ରମ୍ପ୍‌ ନିରାଶ

ଓ୍ବାଶିଂଟନ, ୧୩।୧୨(ପି.ଟି.): ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ଚ୍ୟାଲେଞ୍ଜ କରି ରିପବ୍ଲିକାନ୍‌ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍‌ ଦାଏର କରିଥିବା ପିଟିଶନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଫଳାଫଳକୁ ନେଇ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ଆଇନଗତ ଲଢ଼େଇ ଶେଷ ହୋଇଛି। ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସପକ୍ଷରେ ଯାଇଥିବା ଜର୍ଜିଆ, ମିଶିଗାନ, ପେନ୍‌ସିଲ୍‌ଭାନିଆ ଏବଂ ଓ୍ବିସକନ୍‌ସିନ୍‌ର ଲକ୍ଷାଧିକ ବାଲଟକୁ ଅଟକାଇବା ପାଇଁ ଟେକ୍ସାସ୍‌ ଆଟର୍ନି ଜେନେରାଲ କରିଥିବା ଆବେଦନକୁ ଟ୍ରମ୍ପ୍‌ ସମର୍ଥନ କରିଥିଲେ। ସୁପ୍ରିମକୋର୍ଟ ଉକ୍ତ ଆବେଦନକୁ ଖାରଜ କରିଦେଇଛନ୍ତି।

Share