ପଛରେ ପଡ଼ିଲେ ଟ୍ରମ୍ପ୍‌, ଆଗରେ ବାଇଡେନ୍‌

ୱାଶିଂଟନ, ୧୩।୮: ନଭେମ୍ବରରେ ଆମେରିକାରେ ରାଷ୍ଟ୍ରପତି ର୍ନିବାଚନ ଅନୁଷ୍ଠିତ ହେବ। ହୋଇଥିବା ସର୍ଭେ ରିପୋର୍ଟ ଅନୁସାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଡେମୋକ୍ରେଟିକ ପାର୍ଟିର ପ୍ରାର୍ଥୀ ଜୋ ବାଇଡେନଙ୍କଠାରୁ ପଛରେ ରହିଛନ୍ତି। ଗତ ଏକମାସ ମଧ୍ୟରେ ହୋଇଥିବା ୩୨ଟି ସର୍ଭେର ଫଳାଫଳରୁ ଏହା ଜଣାପଡ଼ିଛି। ଟ୍ରମ୍ପ୍‌ଙ୍କ ପ୍ରତି ଜନ ସମର୍ଥନ କମୁଥିବା ଏଥିରେ ଦର୍ଶାଯାଇଛି। ନିର୍ବାଚନ ସମୟରେ ଟିଭିରେ ପ୍ରଚାର ପାଇଁ ଟ୍ରମ୍ପ୍‌ ୧୦୮୫ କୋଟି ଖର୍ଚ୍ଚ କରିବେ ବୋଲି କୁହାଯାଉଛି। ସେହିପରି ବାଇଡେନ୍‌ ୧୬୫୦ କୋଟି ଟଙ୍କା ଖର୍ଚ୍ଚ କରିବେ। ଆଗାମୀ ଦୁଇ ମାସ ମଧ୍ୟରେ ବାଇଡେନ୍‌ ଏବଂ ଟ୍ରମ୍ପ୍‌ଙ୍କ ମଧ୍ୟରେ ୩ ଥର ଖୋଲା ଚର୍ଚ୍ଚା ହେବ। ନ୍ୟୁୟର୍କ ଟାଇମ୍ସ୍‌ ଅନୁସାରେ ୮ କୋଟି ଭୋଟର ଚଳିତ ଥର ମତଦାନ ଅଧିକାର ସାବ୍ୟସ୍ତ କରିବେ। ତେବେ ୭୮ ପ୍ରତିଶତ ଭୋଟର ଡାକରେ ଭୋଟ ଦେବେ। ଯାହାକି ଆମେରିକା ଇତିହାସରେ ସର୍ବାଧିକ ବୋଲି ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Share