ଶୀର୍ଷ ସୁରକ୍ଷା ଅଧିକାରୀଙ୍କୁ ବହିଷ୍କାର କଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୧୮।୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଗୃହ ମନ୍ତ୍ରଣାଳୟର ଜଣେ ଶୀର୍ଷ ଅଧିକାରୀଙ୍କୁ ବହିଷ୍କାର କରିଛନ୍ତି। କ୍ରାଷ୍ଟୋଫର କ୍ରେବ୍ସ୍‌ ନାମକ ଏହି ଅଧିକାରୀ ଜଣକ ଗୃହମନ୍ତ୍ରଣାଳୟର ସାଇବର ସୁରକ୍ଷା ଏବଂ ଇନଫ୍ରାଷ୍ଟକଚର ସିକ୍ୟୁରିଟି ଏଜେନ୍ସିରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ରାଷ୍ଟ୍ରପତି ନିର୍ବାଚନ ନେଇ କେବ୍ସ୍‌ କହିଥିଲେ ଯେ, ଏହା ଆମେରିକା ଇତିହାସରେ ସମ୍ପୂର୍ଣ୍ଣଭାବେ ସୁରକ୍ଷିତ ପ୍ରକ୍ରିୟା। ତେବେ ଏହା ମିଥ୍ୟା ବୋଲି ଟ୍ରମ୍ପ୍‌ କହିଛନ୍ତି। ଏନେଇ ଟ୍ରମ୍ପ୍‌ କ୍ରେବ୍ସ୍‌ଙ୍କୁ ବହିଷ୍କାର କରିଥିବା ଟୁଇଟ୍‌ କରି ସୂଚନା ଦେଇଛନ୍ତି। ନିର୍ବାଚନରେ ଦୁର୍ନୀତି ହୋଇଥିବା ଟ୍ରମ୍ପ୍‌ କହିଛନ୍ତି। ବହୁ ଲୋକଙ୍କୁ ଜାଣିଶୁଣି ମତଦାନ କେନ୍ଦ୍ରକୁ ଛଡ଼ା ଯାଇ ନ ଥିବା ସେ ଅଭିଯୋଗ ମଧ୍ୟ କରିଛନ୍ତି। ଏହାଦ୍ୱାରା ଡ୍ରେମୋକ୍ରାଟିକ୍‌ ପାର୍ଟିର ଜୋ ବାଇଡେନ୍‌ଙ୍କ ସପକ୍ଷରେ ଭୋଟିଂ ହୋଇ ପାରିଛି ବୋଲି ଟ୍ରମ୍ପ୍‌ କହିଛନ୍ତି। କ୍ରେବ୍ସ୍‌ ନିର୍ବାଚନ ସମ୍ପର୍କରେ ନଭେମ୍ବର ୧୨ରେ ନିଜର ମନ୍ତବ୍ୟ ଦେଇଥିଲେ।

Share