୨୦୦୦ କର୍ମଚାରୀଙ୍କୁ ଚାକିରିରୁ ବିଦା କଲେ ଟ୍ରମ୍ପ

ଓ୍ବାଶିଂଟନ,୨୪ା୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୂରା ଆକ୍ସନ ମୋଡ୍‌ରେ ଅଛନ୍ତି। USAIDର ୨ ହଜାର କର୍ମଚାରୀଙ୍କୁ ଚାକିରିରୁ ବିଦା କରିଦେଇଥିବା ନେଇ ଅଧିସୂଚନା ଜାରି କରିଛନ୍ତି। ଏଥିସହିତ ୧ ହଜାରରୁ ଅଧିକ କର୍ମଚାରୀଙ୍କୁ ଛୁଟି ପାଇଁ ମଧ୍ୟ ଅଧିସୂଚନା ଜାରି କରିଛନ୍ତି।

ପୂର୍ବରୁ ମଧ୍ୟ ନେଇଥିଲେ ଏମିତି ପଦକ୍ଷେପ
ପ୍ରଥମେ ହଜାର ହଜାର USAID କର୍ମଚାରୀଙ୍କୁ ବହିଷ୍କାର କରିବାକୁ ଚେଷ୍ଟା କରିବା ପରେ ଏହି ପଦକ୍ଷେପ ନିଆଯାଇଛି। ତା’ପରେ ତାଙ୍କୁ ଆଇନଗତ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିଲା। ଏକ ଫେଡେରାଲ କୋର୍ଟ ଟ୍ରମ୍ପ ପ୍ରଶାସନକୁ USAID ଭାଙ୍ଗିବା ପାଇଁ ବାରଣ କରିଥିଲେ, କିନ୍ତୁ ଶୁକ୍ରବାର ରାୟ ଦେଇଥିଲେ ଯେ ଏହି ସ୍ଥଗିତାଦେଶ ସ୍ଥାୟୀ ହେବ ନାହିଁ।

ରବିବାର ରାତିରେ ପଠାଯାଇଥିବା ନୋଟିସରେ, ଗୁରୁତ୍ୱପୂର୍ଣ୍ଣ ମିଶନ ଏବଂ ସ୍ବତନ୍ତ୍ର ଭାବରେ ମନୋନୀତ କାର୍ଯ୍ୟକ୍ରମ କର୍ମଚାରୀଙ୍କ ବ୍ୟତୀତ ସମସ୍ତ USAID କର୍ମଚାରୀଙ୍କୁ ପ୍ରଶାସନିକ ଛୁଟିରେ ପଠାଯାଇଛି।

ତଥାପି, ନୋଟିସରେ ସ୍ପଷ୍ଟ କରାଯାଇଛି ଯେ, ମିଶନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଦାୟୀ USAID କର୍ମଚାରୀମାନେ ଏହି ନିଷ୍ପତ୍ତି ଦ୍ୱାରା ପ୍ରଭାବିତ ହେବେ ନାହିଁ। କିନ୍ତୁ କେତେ ଜଣ କର୍ମଚାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କୋଟିପତି ଏଲନ ମସ୍କଙ୍କ ନେତୃତ୍ୱରେ ସରକାରୀ ଦକ୍ଷତା ବିଭାଗ (DOGE) USAIDକୁ ନଷ୍ଟ କରିବାକୁ ଚେଷ୍ଟା କରୁଛି।

ୟୁଏସଏଆଇଡିର ଡେପୁଟି ପ୍ରଶାସକ ପିଟ୍‌ ମାର୍କୋଙ୍କ ଅନୁଯାୟୀ, ୟୁଏସଏଆଇଡି କର୍ମଚାରୀ ଏବଂ ସେମାନଙ୍କ ପରିବାର ପାଇଁ ବିଦେଶ ଯାତ୍ରା ବ୍ୟବସ୍ଥା କରିବା ପାଇ ୬୦୦ ଆମେରିକୀୟ କର୍ମଚାରୀ ସେଠାରେ ରହିବେ।

Share
Tags: donald trump