ପୁଞ୍ଜିବଜାରରେ ଟ୍ରମ୍ପ୍‌ ପ୍ରଭାବ:ନିବେଶକ ହରାଇଲେ ୭ ଲକ୍ଷ କୋଟି

ମୁମ୍ବାଇ,୨୨।୧(ପି.ଟି.):ଡୋନାଲ୍ଡ ଟ୍ରମ୍ପ୍‌ ଆମେରିକାର ରାଷ୍ଟ୍ରପତି ଭାବେ ଦ୍ୱିତୀୟ ଇନିଂସ୍‌ ଆରମ୍ଭ କରିବା ମାତ୍ରେ ଦୋହଲିଗଲା ଭାରତୀୟ ପୁଞ୍ଜିବଜାର। ଟ୍ରମ୍ପ୍‌ଙ୍କ ଟାରିଫ୍‌ ଘୋଷଣା ଯୋଗୁ ମଙ୍ଗଳବାର ସେସନ୍‌ରେ ବିଏସ୍‌ଇ ସେନ୍‌ସେକ୍ସ ୧୨୩୫ ପଏଣ୍ଟ (୧.୬୦%) ଖସି ୭୫,୮୩୮.୩୬ରେ ସ୍ଥିର ରହିଛି। ସେହିପରି ଏନ୍‌ଏସ୍‌ଇ ନିଫ୍ଟି ୩୨୦ ପଏଣ୍ଟ (୧.୩୭%) ନିମ୍ନଗାମୀ ହୋଇ ୨୩,୦୨୪.୬୫ରେ ରହିଛି। ଫଳରେ ଭାରତୀୟ ନିବେଶକମାନେ ଦିନକ ଭିତରେ ୭ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ଟଙ୍କା କ୍ଷତି ସହିଛନ୍ତି। ସେନ୍‌ସେକ୍ସର ଜମାଟୋ, ଏନ୍‌ଟିପିସି, ଆଦାନୀ ପୋଟର୍‌ସ, ଆଇସିଆଇସିଆଇ ବ୍ୟାଙ୍କ, ଏସ୍‌ବିଆଇ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଭଳି କମ୍ପାନୀ ସବୁଠୁ ଅଧିକ ତଳକୁ ଖସିଛି। ସେହିପରି ବିଏସ୍‌ଇ ମିଡ୍‌କ୍ୟାପ୍‌ ଏବଂ ସ୍ମଲକ୍ୟାପ୍‌ରେ ଅନ୍ତର୍ଭୁକ୍ତ କମ୍ପାନୀଗୁଡ଼ିକ ମଧ୍ୟ ୨% କ୍ଷତିଗ୍ରସ୍ତ ହୋଇଛି। ସବୁ ସେକ୍ଟରରେ ନିବେଶକମାନେ ଶେୟାରଗୁଡ଼ିକୁ ଶସ୍ତାରେ ବିକ୍ରି କରିଦେଇଛନ୍ତି। ଟ୍ରମ୍ପ୍‌ ସୋମବାର ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଭାରତ ସମେତ ଅନେକ ଦେଶରୁ ଆମେରିକାକୁ ଆମଦାନୀ ହେବାକୁ ଥିବା ସାମଗ୍ରୀଗୁଡ଼ିକ ଉପରେ ଉଚ୍ଚ ସୀମାଶୁଳ୍କ ବସାଇବେ ବୋଲି ଘୋଷଣା କରିଥିଲେ। ଏହି କାରଣରୁ ନିବେଶକମାନେ ଆତଙ୍କିତ ହୋଇ ସେଲ୍‌ଅଫ୍‌ରେ ପଡ଼ିଥିବା କୁହାଯାଉଛି। ଏହାବାଦ୍‌ ଟ୍ରମ୍ପ୍‌ଙ୍କ ଆପ୍ରବାସନ ନୀତି ମଧ୍ୟ ଭାରତୀୟ ଟେକ୍‌ ସେକ୍ଟରକୁ ପ୍ରଭାବିତ କରିପାରେ। ଟ୍ରମ୍ପ୍‌ ୨.୦ରେ ନୂଆ ରାଷ୍ଟ୍ରପତିଙ୍କ ଅର୍ଥନୈତିକ ନିଷ୍ପତ୍ତି କ’ଣ ରହିବ, ସେଥିରେ କୌଣସି ସ୍ପଷ୍ଟତା ନ ଥିବାରୁ ଚିନ୍ତା ବଢ଼ିଯାଇଛି। ଟ୍ରମ୍ପ୍‌ ଶରଣାର୍ଥୀଙ୍କ ସମ୍ପର୍କରେ ସ୍ପଷ୍ଟ ଭାବେ କହିଥିଲେ ମଧ୍ୟ ଟାରିଫ୍‌କୁ ନେଇ ନିର୍ଦ୍ଦିଷ୍ଟ ଭାବେ କିଛି ପ୍ରକାଶ କରିନାହାନ୍ତି। କାନାଡା ଓ ମେକ୍ସିକୋ ସାମଗ୍ରୀ ଉପରେ ୨୫% ସୀମାଶୁଳ୍କ ବସିବା ସ୍ପଷ୍ଟ ହୋଇଥିବାବେଳେ ଭାରତୀୟ ସାମଗ୍ରୀ ଉପରେ କେତେ ସୀମାଶୁଳ୍କ ଲାଗିବ ତାହା ଜଣାପଡ଼ି ନ ଥିବାରୁ ବଜାରକୁ ଏଭଳି ସ୍ଥିତି ଦେଖିବାକୁ ମିଳିଛି ବୋଲି ଜିଓଜିତ୍‌ ଫାଇନାନ୍ସିଆଲ ସର୍ଭିସେସ୍‌ର ମୁଖ୍ୟ ଇନ୍‌ଭେଷ୍ଟମେଣ୍ଟ ଷ୍ଟ୍ରାଟେଜିଷ୍ଟ ଭି.କେ. ବିଜୟକୁମାର ସୂଚନା ଦେଇଛନ୍ତି।
ସେହିପରି ମେହଟ୍ଟା ଇକ୍ୱିଟିଜ୍‌ ସିନିୟର ଭାଇସ୍‌ପ୍ରେସିଡେଣ୍ଟ ପ୍ରଶାନ୍ତ ତାପ୍‌ସେ କହିଛନ୍ତି , ଟ୍ରମ୍ପ୍‌ଙ୍କ ଶପଥ ଅଭିଭାଷଣକୁ ନେଇ ନିବେଶକମାନେ ଆତଙ୍କିତ। ସେ ଆମେରିକାର ସ୍ବାର୍ଥକୁ ଦୃଷ୍ଟିରେ ରଖି ଅନେକ ପଦକ୍ଷେପ ନେଇପାରନ୍ତି, ଯାହାକି ଭାରତ ସମେତ ଅନେକ ଦେଶର ଅର୍ଥନୀତିକୁ ସଙ୍କୁଚିତ କରିଦେଇପାରେ। ସେହିପରି ଆସନ୍ତା ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ସଂସଦରେ ଉପସ୍ଥାପନ କରିବାକୁ ଥିବା କେନ୍ଦ୍ରୀୟ ବଜେଟ-୨୦୨୫କୁ ନେଇ ମଧ୍ୟ ନିବେଶକ ଆଶା ଆଶଙ୍କାରେ ରହିଛନ୍ତି। ବିଦେଶୀ ସଂସ୍ଥାଗତ ନିବେଶକ (ଏଫ୍‌ଆଇଆଇ) ଭାରତୀୟ ବଜାରରୁ ମୁହଁ ଫେରାଇନେବା ଭଳି ଆଉ କିଛି କାରଣରୁ ପୁଞ୍ଜିବଜାର ମଙ୍ଗଳବାର ତଳମୁହଁା ହୋଇଥିବା ଅନୁମାନ କରାଯାଉଛି। ଦିନକରେ ଏଫ୍‌ଆଇଆଇ ୫,୯୨୦.୨୮ କୋଟି ଟଙ୍କା ପ୍ରତ୍ୟାହାର କରି ନେଇଥିବା ଷ୍ଟକ୍‌ ଏକ୍ସଚେଞ୍ଜ ଡେଟାରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ହାତରେ ‘ଆମ ବସ୍’ ଷ୍ଟିୟରିଂ: ଏହି ଦିନରୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର,୨୦।୧: ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଡ଼ ପଦକ୍ଷେପ: ଆସୁଛି ଶକ୍ତିଶାଳୀ ଲେଜର ଅସ୍ତ୍ର

ନୂଆଦିଲ୍ଲୀ,୨୦।୧: ବିଶ୍ୱରେ ବଦଳୁଥିବା ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଏବେ ନିଜସ୍ୱ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଅଧିକ ସୁଦୃଢ଼ କରିବାକୁ ଯାଉଛି। ରୁଷର S-400...

ଭାରତର ଭିତ୍ତିଭୂମି କ୍ଷେତ୍ରରେ ଅଭିବୃଦ୍ଧି: ଡିସେମ୍ବରରେ ୩.୭ ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ,୨୦।୧: ଦେଶର ଶିଳ୍ପାୟନ କ୍ଷେତ୍ରରୁ ଭଲ ଖବର ଆସିଛି। ଭାରତର ୮ଟି ପ୍ରମୁଖ ଭିତ୍ତିଭୂମି କ୍ଷେତ୍ରର ଅଭିବୃଦ୍ଧି ହାର ଡିସେମ୍ବର ମାସରେ ୩.୭ ପ୍ରତିଶତକୁ ବୃଦ୍ଧି...

ବିଶ୍ୱସ୍ତରୀୟ ଭିତ୍ତିଭୂମି ମିଳିଲେ କ’ଣ ହେବ, ଯଦି ଲୋକଙ୍କ ପାଖରେ ନାହିଁ ସାଧାରଣ ଜ୍ଞାନ

କୋଲକାତା/ଗୁୱାହାଟୀ,୨୦।୧: ଦେଶର ପ୍ରଥମ ହାଇଟେକ୍ ‘ବନ୍ଦେ ଭାରତ ସ୍ଲିପର’ ଏକ୍ସପ୍ରେସ୍‌ର ପରିଚାଳନା ଆରମ୍ଭ ହେବା ପୂର୍ବରୁ ଏହାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶନିବାର...

ବାଇକ ଧକ୍କା ପରେ ଚାପିଦେଲା ଟ୍ରାକ୍ଟର, ୨ ବର୍ଷ ଶିଶୁର ମୃତ୍ୟୁ

ସୁନ୍ଦରଗଡ଼,୨୦।୧: ସୁନ୍ଦରଗଡ଼ ସହରରେ ମଙ୍ଗଳବାର ଏକ ଶୋକାକୁଳ ପରିସ୍ଥିତି ଦେଖିବାକୁ ମିଳିଛି। ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟରେ ଏକ ଟ୍ରାକ୍ଟର ଚଢ଼ିଯିବା ଫଳରେ ୨ ବର୍ଷର...

ଶେୟାର ବଜାରରେ ହାହାକାର: ୧୦୦୦ ପଏଣ୍ଟ ଖସିଲା ସେନସେକ୍ସ, ନିବେଶକଙ୍କ ୭.୬୭ ଲକ୍ଷ କୋଟି ଟଙ୍କା ସ୍ଵାହା

ମୁମ୍ବାଇ,୨୦।୧: ସପ୍ତାହର ଦ୍ଵିତୀୟ କାର୍ଯ୍ୟ ଦିବସରେ ଭାରତୀୟ ଶେୟାର ବଜାରରେ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଆଇଟି, ଅଟୋମୋବାଇଲ୍ ଏବଂ ରିଏଲ୍ ଇଷ୍ଟେଟ୍ କ୍ଷେତ୍ରର...

ବନ୍ଦ ହୋଇଯିବ ୫୦୦ଟଙ୍କିଆ ନୋଟ? ଜାଣି ନିଅନ୍ତୁ ବଡ଼ ସୂଚନା

ନୂଆଦିଲ୍ଲୀ,୨୦।୧: ଦେଶର ବ୍ୟାଙ୍କିଙ୍ଗ ନିୟାମକ, ଭାରତୀୟ ରିଜର୍ଭ ବ୍ୟାଙ୍କ, ସରକାରଙ୍କ ସହଯୋଗରେ ପୁଣି ଥରେ ବିମୁଦ୍ରାକରଣ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି କି? ପ୍ରାୟ ଏକ ଦଶନ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri