କ୍ଷମତା ଦଖଲ ଷଡ଼ଯନ୍ତ୍ର ରଚୁଛନ୍ତି ଟ୍ରମ୍ପ୍‌ !

ଓ୍ବାଶିଂଟନ,୧୨।୧୧: ଆମେରିକା ନିର୍ବାଚନ ଫଳାଫଳକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି। ସମ୍ପ୍ରତି ପ୍ରତିରକ୍ଷା ବିଭାଗ ପେଣ୍ଟାଗନ୍‌ରେ ଟ୍ରମ୍ପ୍‌ କେତେକ ପରିବର୍ତ୍ତନ କରିଛନ୍ତି। ଏହା କ୍ଷମତା ଦଖଲର ପୂର୍ବ ସୂଚନା ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ଟ୍ରମ୍ପ୍‌ କ୍ଷମତା ଦଖଲ ଷଡ଼ଯନ୍ତ୍ର ରଚୁଥିବା ତାଙ୍କ ଝିଆରୀ ମ୍ୟାରି ଏଲ୍‌.ଟ୍ରମ୍ପ୍‌ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ପେଣ୍ଟାଗନ ଏବଂ କେତେକ ବିଭାଗରେ ହେଉଥିବା ବରିଷ୍ଠ ଅଧିକାରୀଙ୍କୁ ଅଦଳବଦଳ କରାଯିବା ଯୋଗୁ ଟ୍ରମ୍ପ୍‌ କିଛି ଗୁପ୍ତ ଯୋଜନା କରୁଥିବା ଅନୁମାନ କରାଯାଉଥିବା ସେ କହିଛନ୍ତି। ଟ୍ରମ୍ପ୍‌ଙ୍କ ମଧ୍ୟରେ କ୍ଷମତା ଲିପ୍‌ସା ଦେଶ ପାଇଁ ଶୁଭଙ୍କର ନୁହେଁ ବୋଲି ଚର୍ଚ୍ଚା ହେଉଛି।

Share