ଟ୍ରମ୍ପ୍‌, ଚାଇନା ଓ କରୋନା

କୋଭିଡ୍‌-୧୯ ବା କରୋନା ମହାମାରୀରେ ବିଶ୍ୱର ପାଖାପାଖି ୭୧ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଥିଲା, ଯାହାଦ୍ୱାରା ୨୦୧୯ରୁ ୨୦୨୧ ମଧ୍ୟରେ ବୈଶ୍ୱିକ ସମ୍ଭାବିତ ଆୟୁଷ ୧.୬ ବର୍ଷ ହ୍ରାସ ପାଇଥିଲା। ମହାମାରୀ ଅନେକ ଦେଶରେ ଅର୍ଥ ବ୍ୟବସ୍ଥା, ଜୀବନ ଜୀବିକାକୁ ଧୂଳିସାତ୍‌ କରିଦେବା ସହ ସାମାଜିକ ବନ୍ଧନକୁ ପ୍ରଭାବିତ କରିଥିଲା। ତଥାପି ଏହି ମହାମାରୀ ପାଇଁ କାହାକୁ ଦାୟୀ କରାଯାଇ ନାହିଁ। ତେବେ ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ଡୋନାଲ୍ଡ ଟ୍ରମ୍ପ୍‌ କାହାକୁ ଦାୟୀ କରିବେ କି? ସାର୍ସ କୋଭ୍‌-୨ (କୋଭିଡ୍‌-୧୯ ସୃଷ୍ଟି କରୁଥିବା ଜୀବାଣୁ) ଆବିର୍ଭାବ ହେବାର ପାଞ୍ଚବର୍ଷ ପରେ ମଧ୍ୟ ଏହି ଭୂତାଣୁ ପ୍ରଥମେ କେଉଁଠାରେ ସୃଷ୍ଟି ହୋଇଥିଲା ସେ ସମ୍ପର୍କରେ ଆମେ ଜାଣିପାରି ନାହଁୁ। ଚାଇନାର ଉହାନ୍‌ର ମାଛମାଂସ ବିକ୍ରି ବଜାରରେ ଏହା ସ୍ବାଭାବିକ ଭାବରେ ଉତ୍ପନ୍ନ ହୋଇଥିଲା ନା ବାଦୁଡ଼ି କରୋନା ଜୀବାଣୁ ଉପରେ ଅଧ୍ୟୟନ ଚାଲିଥିବା ଉହାନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭିରୋଲୋଜି (ଡବ୍ଲ୍ୟୁଆଇଭି)ରୁ ବାହାରକୁ ଆସିଥିଲା?
ଆମେ ଜାଣୁ ଯେ, ଚାଇନା ସରକାର ସ୍ଥାନୀୟ ଅଞ୍ଚଳରେ ଦେଖାଦେଇଥିବା କୋଭିଡ୍‌ ଭୂତାଣୁକୁ ଏକ ବିଶ୍ୱ ସ୍ବାସ୍ଥ୍ୟ ସଙ୍କଟରେ ପରିଣତ କରିଥାଇପାରନ୍ତି । ଉହାନ୍‌ରେ ପ୍ରଥମ କୋଭିଡ୍‌-୧୯ ସଂକ୍ରମଣ ଜଣାପଡ଼ିବା ପରେ ଚାଇନା ରାଷ୍ଟ୍ରପତି ଶି. ଜିନ୍‌ପିଙ୍ଗଙ୍କ ଶାସନ କରୋନା ସମ୍ପର୍କିତ ରିପୋର୍ଟକୁ ଚପାଇ ଦେଇଥିଲା ଏବଂ ମଣିଷଠୁ ମଣିଷକୁ ସଂକ୍ରମଣ ବ୍ୟାପିବାର ପ୍ରମାଣକୁ ବି ଗୁପ୍ତ ରଖିଥିଲା। ଏହି ସମୟରେ, ଉହାନ୍‌କୁ ବିନା ବାଧାରେ ଯିବାଆସିବାକୁ ଅନୁମତି ଦିଆଯାଇଥିଲା। ଚାଇନା ସରକାର କରୋନା ଭାଇରସକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଟକାଇ ରଖିପାରିଲେ ନାହିଁ କିମ୍ବା ରହସ୍ୟ ବାହାରକୁ ଆସିଲା ପରେ ବିଶ୍ୱର ଅବଶିଷ୍ଟ ଦେଶଗୁଡ଼ିକ ଏହାକୁ ଅଣଦେଖା କରିପାରିଲ ନାହିଁ। କୋଭିଡ୍‌-୧୯ରେ ଶୀଘ୍ର ଅଧିକ ଲୋକ ସଂକ୍ରମିତ ହେଲେ। ଡାକ୍ତରଖାନାରେ ରୋଗୀ ଭର୍ତ୍ତି ହୋଇଗଲେ, ଏପରି କି ଅନେକ ପୀଡ଼ିତଙ୍କୁ ତମ୍ବୁରେ ଚିକିତ୍ସା କରିବାକୁ ପଡ଼ିଲା। ପରେ ଚାଇନା ସରକାର ତଥ୍ୟକୁ ଲୁଚାଇବା କାର୍ଯ୍ୟକୁ ଛାଡ଼ି ମହାମାରୀର ବିଧ୍ୱଂସକ ପ୍ରଭାବକୁ ସୀମିତ କରିବାକୁ କାର୍ଯ୍ୟ ଆରମ୍ଭ କରିଦେଲେ। ଉହାନ୍‌ରେ ସୃଷ୍ଟି ହୋଇଥିବା ସଙ୍କଟକୁ ଆୟତ୍ତ କରିବାର ସଫଳ କାହାଣୀକୁ ସେହି ଦେଶର ଗଣମାଧ୍ୟମ ପ୍ରଚାର କରିବା ସହ ମୃତ୍ୟୁହାରକୁ କମ୍‌ କରି ଦର୍ଶାଇଥିଲା। ସେହି ସମୟରେ କୋଭିଡ୍‌-୧୯ର ଜେନେସିସ୍‌ ଉପରେ ଏକ ନିରପେକ୍ଷ ଫୋରେନ୍‌ସିକ ଅନୁସନ୍ଧାନ ଆରମ୍ଭ କରିବାକୁ ଶି. ଅନ୍ତର୍ଜାତୀୟ ଉଦ୍ୟମକୁ ବାଧା ଦେଇଥିଲେ ଏବଂ କହିଥିଲେ ଯେ, ଆତଙ୍କବାଦ ଏହାର ସୃଷ୍ଟିର କାରଣ। ପରେ ଚାଇନା ନିୟନ୍ତ୍ରଣରେ ୨୦୨୧ରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ସହିତ ଏହା ଏକ ଅନୁସନ୍ଧାନକୁ ଅନୁମତି ଦେଇଥିଲେ।
ମହାମାରୀ ସଂକ୍ରମଣର ପ୍ରଥମ କିଛି ମାସରେ ଆମେରିକାର ରାଷ୍ଟ୍ରପତି ଥିଲେ ଟ୍ରମ୍ପ୍‌। ଚାଇନା ଏବଂ କୋଭିଡ୍‌-୧୯ ମଧ୍ୟରେ ସମ୍ପର୍କ ଥିବା ବିଷୟ ସେ ବହୁବାର ସୂଚିତ କରିଥିଲେ। କିନ୍ତୁ ଟ୍ରମ୍ପ୍‌ଙ୍କ ପରେ ରାଷ୍ଟ୍ରପତି ଜୋ. ବାଇଡେନ ଚାଇନାକୁ ସମ୍ପୂର୍ଣ୍ଣ ଭାବେ ଛାଡ଼ି ଦେଇଥିଲେ। ରାଷ୍ଟ୍ରପତି ଭାବେ ଶପଥ ନେବାର ଏକ ସପ୍ତାହରୁ କମ୍‌ ସମୟ ମଧ୍ୟରେ ବାଇଡେନ ଏକ ପ୍ରେସିଡେଣ୍ଟାଲ ସ୍ମାରକପତ୍ର ପ୍ରସ୍ତୁତ କରି ଫେଡେରାଲ ଏଜେନ୍ସିଙ୍କୁ ଭାଇରସର ଭୌଗୋଳିକ ଉତ୍ପତ୍ତି ବିଷୟରେ ସେଥିରେ ଉଲ୍ଲେଖ ନ କରିବାକୁ କହିଥିଲେ। ଏସୀୟ ଆମେରିକୀୟ ତଥା ପ୍ରଶାନ୍ତ ମହାସାଗରୀୟ ଦ୍ୱୀପମାଳାରେ ରହୁଥିବା ଲୋକଙ୍କ ଉପରେ ଗାଳିଗୁଲଜ, ନିର୍ଯାତନା ଏବଂ ଘୃଣା ବୃଦ୍ଧିକୁ ରୋକିବା ଥିଲା ବାଇଡେନଙ୍କ ଲକ୍ଷ୍ୟ। ଦେଖିବାକୁ ଗଲେ ଆମେରିକାର ପକ୍ଷପାତପୂର୍ଣ୍ଣ ରାଜନୀତିର ନକାରାମତ୍କ ଦିଗ ହେଉଛି ବର୍ଣ୍ଣବିଦ୍ୱେଷ(ଯାହା ଟ୍ରମ୍ପ ଏବଂ ତାଙ୍କ ସହଯୋଗୀ ବୃଦ୍ଧି କରିଥିଲେ) ବିରୋଧରେ ପଛଘୁଞ୍ଚା ଦେବା। ଏହାର କ୍ଷତିକାରକ ଦିଗ ହେଉଛି କୋଭିଡ୍‌ ସଙ୍କଟ ସୃଷ୍ଟି କରିବାରେ ଚାଇନାର ଭୂମିକା ବିଷୟରେ ଆଲୋଚନାକୁ ବନ୍ଦ କରିବା। ସୋସିଆଲ ମିଡିଆ ପ୍ଲାଟଫର୍ମ, ମୁଖ୍ୟ ଧାରା ଗଣମାଧ୍ୟମ ଏବଂ ଆମେରିକାର କେତେକ ବିଶିଷ୍ଟ ବୈଜ୍ଞାନିକ ମଧ୍ୟ କୋଭିଡ୍‌-୧୯ ବିଷୟରେ ବିତର୍କକୁ ଦବାଇ ଦେବାରେ ସାହାଯ୍ୟ କରିଥିଲେ। କୋଭିଡ୍‌-୧୯ ପାଇଁ ଚାଇନା ଭୂମିକା ଉପରେ ଅନୁସନ୍ଧାନ କରାଯିବ କି ନାହିଁ ତାହା ଉପରେ ଦୁଇ ଦଳର ମତଭେଦ ଆଜି ପର୍ଯ୍ୟନ୍ତ ଲାଗି ରହିଛି। ଗତ ମାସରେ, ରିପବ୍ଲିକାନ ନିୟନ୍ତ୍ରିତ ୟୁଏସ୍‌ ହାଉସ୍‌ ସିଲେକ୍ଟ ସବ୍‌କମିଟି କରୋନା ମହାମାରୀ ଉପରେ ଦୁଇ ବର୍ଷର ଅନୁସନ୍ଧାନ କରି ପ୍ରସ୍ତୁତ କରିଥିବା ଏକ ୫୨୦ ପୃଷ୍ଠାର ରିପୋର୍ଟକୁ ଡେମୋକ୍ରାଟ୍‌ମାନେ ବିରୋଧ କରିଥିଲେ। ଏହି ରିପୋର୍ଟରେ ଦର୍ଶାଯାଇଥିବା କରୋନା ଭାଇରସ ଡବ୍ଲ୍ୟୁଆଇଭି ପରୀକ୍ଷାଗାରରୁ ବାହାରକୁ ଆସିଥିବା ସମ୍ଭାବନାକୁ ଅସ୍ବୀକାର କରି ରିପୋର୍ଟ ପ୍ରସ୍ତୁତିରେ ତ୍ରୁଟି ରହିଥିବା କହିଥିଲେ। ଏଣୁ ପରୀକ୍ଷାଗାର ସିଦ୍ଧାନ୍ତ ବାହାରକୁ ଆସିବାରେ ଆମେରିକାର ଶକ୍ତି ବିଭାଗ ଏବଂ ଏଫ୍‌ବିଆଇ ସହିତ କେତେକ ସରକାରୀ ଏଜେନ୍ସିକୁ ଶ୍ରେୟ ଦିଆଯାଇଥିବାବେଳେ ଏହା ଉପରେ ୱାଶିଂଟନରେ କୌଣସି ସହମତି ପ୍ରକାଶ ପାଇନାହିଁ।
କୋଭିଡ୍‌-୧୯ ଉତ୍ପତ୍ତିର ସ୍ଥାନ ନିର୍ଦ୍ଧାରଣ କରିବାରେ ବିଫଳତା ଯୋଗୁ ବିପର୍ଯ୍ୟୟ ପାଇଁ ଚାଇନାକୁ ଦାୟୀ କରାଯାଇ ନ ପାରେ। ଏଭଳି ବିଫଳତା ମଧ୍ୟ ଅନ୍ୟ ଏକ ମହାମାରୀର ମୁକାବିଲାରେ ବିଶ୍ୱର ଦକ୍ଷତାକୁ ଦୁର୍ବଳ କରିଛି। ଆଶା କରାଯାଏ ଯେ, ଆସିବାକୁ ଥିବା ଟ୍ରମ୍ପ ପ୍ରଶାସନ ଏହାର ସମାଧାନ ପାଇଁ ପୁନର୍ବାର ଅନୁସନ୍ଧାନ କରିବେ। ଚାଇନା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିବାରେ ଟ୍ରମ୍ପଙ୍କ ଇଚ୍ଛା ରହିଛି। ଉଲ୍ଲେଖନୀୟ ଯେ, ବଛାଯାଇଥିବା ତାଙ୍କ କ୍ୟାବିନେଟର ସ୍ବାସ୍ଥ୍ୟ ଏବଂ ମାନବ ସେବା ସଚିବ ରବର୍ଟ ଏଫ କେନେଡି, ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ହେଲ୍‌ଥ (ଏନ୍‌ଆଇଏଚ୍‌)ର ନିର୍ଦ୍ଦେଶକ ଜୟ ଭଟ୍ଟାଚାର୍ଯ୍ୟ କୋଭିଡ୍‌-୧୯ ସମ୍ପର୍କିତ ରିପୋର୍ଟକୁ ଚ୍ୟାଲେଞ୍ଜ କରିଥିଲେ।
ଏକ ପ୍ରଭାବଶାଳୀ ଅନୁସନ୍ଧାନ କ୍ଷେତ୍ରରେ ଆମେରିକାର ଅତ୍ୟଧିକ ସ୍ବଚ୍ଛତା ରହିବା ଦରକାର। ଆମେରିକା ସରକାରଙ୍କ ମେଡିକାଲ ଗବେଷଣା ସଂସ୍ଥା ଏନ୍‌ଆଇଏଚ୍‌ ୨୦୧୪ ପର୍ଯ୍ୟନ୍ତ ଡବ୍ଲ୍ୟୁଆଇଭିରେ ବଦୁଡ଼ି କରୋନା ଭାଇରସ ଉପରେ ଗବେଷଣା କରିବାକୁ ପାଣ୍ଠି ଯୋଗାଉଥିଲା। ଏହି କାର୍ଯ୍ୟ ବିପଦପୂର୍ଣ୍ଣ ବୋଲି ଏନ୍‌ଆଇଏଚ୍‌ ଜାଣିଥିଲା। ଏହା ଚାଇନାରେ କରାଯାଉଥିଲା, କାରଣ ଆମେରିକାରେ ଅଣୁଜୀବର ଆନୁବଂଶିକ ସଂରଚନାକୁ ନୂତନ ରୂପ ପ୍ରଦାନ କରିବା ଭଳି ଗବେଷଣା ଉପରେ କଠୋର ନିୟମ ରହଛି। ଡବ୍ଲ୍ୟୁଆଇଭିରେ ଗବେଷଣା ଜାରି ରଖିବା ପାଇଁ ଏନ୍‌ଆଇଏଚ୍‌ ପାଣ୍ଠି ଯୋଗାଇ ଚାଲିଥିଲା। ଏପରି କି ଅନେକ ଷ୍ଟେଟ ଡିପାର୍ଟମେଣ୍ଟ ଡବ୍ଲ୍ୟୁଆଇଭିର ସୁରକ୍ଷା ମାନକ ଦୁର୍ବଳ ଥିବା ଦର୍ଶାଇଥିଲେ ମଧ୍ୟ ଏନ୍‌ଆଇଏଚ୍‌ ମାନି ନ ଥିଲା, କେବଳ ମହାମାରୀ ଆରମ୍ଭ ହେବା ପରେ ତାହା ବନ୍ଦ କରିଥିଲା। ସେତେବେଳେ ଅନୁସନ୍ଧାନର ଲେଖାକୁ ମଧ୍ୟ ତା’ ୱେବ୍‌ସାଇଟରୁ ହଟାଇ ଦେଇଥିଲା।
ଅନ୍ତତଃପକ୍ଷେ ଆମେ ଜାଣୁ ଯେ, ଡବ୍ଲ୍ୟୁଆଇଭି ୨୦୧୭ରୁ ଚାଇନା ସେନା ଦ୍ୱାରା ନିର୍ଦ୍ଧାରିତ ଅନେକ ଗବେଷଣା କରିଆସୁଛି। ତେଣୁ ଟ୍ରମ୍ପ୍‌ ପ୍ରଶାସନ ଚାଇନାରେ କରୋନା ଭାଇରସ ଗବେଷଣା ପାଇଁ ଆମେରିକା ଯୋଗାଉଥିବା ପାଣ୍ଠି ସମ୍ପର୍କରେ ସବିଶେଷ ବିବରଣୀ ସାମ୍ନାକୁ ଆଣିବା ଉଚିତ। ଗବେଷକଙ୍କୁ ମଧ୍ୟ ଠିକ୍‌ ତଥ୍ୟ ଅନୁସରଣ କରିବାକୁ ପଡ଼ିବ, ଅର୍ଥାତ୍‌ ପାଣ୍ଠି ଯୋଗାଇ ଚାଇନା ଓ ଆମେରିକାର ମିଳିତ ବୈଜ୍ଞାନିକ କାର୍ଯ୍ୟକ୍ରମରେ ଉହାନରେ କରାଯାଇଥିବା ଗବେଷଣାର ଫଳାଫଳକୁ ଆମେରିକା ପ୍ରକାଶ କରିବା ଦରକାର।
ମହାମାରୀ ପାଇଁ ଚାଇନାକୁ ଦାୟୀ କରିବା କେବଳ ଏକ ପଦକ୍ଷେପ ନୁହେଁ ବରଂ ମାନବ ଜାତିକୁ ଭବିଷ୍ୟତରେ ବଞ୍ଚାଇ ରଖିବା ପାଇଁ ଟ୍ରମ୍ପ୍‌ ପ୍ରଶାସନ ଆଉ ଏକ ମୌଳିକ ବିଷୟ ଉପରେ ଧ୍ୟାନଦେବାକୁ ହେବ। ଆନୁବଂଶିକ ବିକାଶ ପଦ୍ଧତିରେ ଅଣୁଜୀବର ଶାରୀରିକ କ୍ଷମତା ବୃଦ୍ଧି ପାଇଁ ଏବେ ମଧ୍ୟ ଚାଇନା, ରୁଷିଆ ଏବଂ ପାଶ୍ଚାତ୍ୟରେ ଗବେଷଣା ଚାଲିଛି। ବିଜ୍ଞାନ ଆଣବିକ ଅସ୍ତ୍ରଶସ୍ତ୍ର ବିକାଶ କରି ମାନବ ଜାତି ପ୍ରତି ଯେତିକି ବିପଦ ସୃଷ୍ଟି କରିଛି ତାହାଠାରୁ ଅଧିକ ବିପଦ ଆଣିବ ଭୂତାଣୁଗୁଡ଼ିକର ଆନୁବଂଶିକ ବୃଦ୍ଧିଜନିତ ଗବେଷଣା। ଏହା ମାନବ ଅସ୍ତିତ୍ୱ ପ୍ରତି ବଡ଼ ବିପଦ। ଏହିପରି କାର୍ଯ୍ୟକଳାପ ଉପରେ ଥିବା ନିୟମକୁ କଡ଼ାକଡ଼ି କରି କିମ୍ବା ଯଦି ସମ୍ଭବ ହୁଏ, ମହାମାରୀ ସୃଷ୍ଟି କରିପାରୁଥିବା ପରୀକ୍ଷାଗାର ଗବେଷଣାକୁ ନିଷେଦ୍ଧ କରିବା ଦରକାର। ଏହା କଲେ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ତଥା ସକାରାମତ୍କ ପଦଚିହ୍ନ ଛାଡ଼ିଯିବେ।

କିଶୋର ଚନ୍ଦ୍ର ବେହେରା
ଏମରିଟସ୍‌ ପ୍ରଫେସର( ଷ୍ଟ୍ରାଟେଜିକ ଷ୍ଟଡିଜ),ସେଣ୍ଟର ଫର୍‌ ପଲିସି ରିସର୍ଚ୍ଚ, ନୂଆଦିଲ୍ଲୀ


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri