ଓ୍ବାଶିଂଟନ,୯।୧୧ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଭିଯୋଗ କରିଛନ୍ତି ଯେ ଡେଟ୍ରିୟରରେ ବାଲାଟ ପତ୍ରର ଅଭାବ ଯୋଗୁ ଅନେକ ଭୋଟରଙ୍କୁ ଭୋଟ ଦେଇ ପାରି ନାହାନ୍ତି। ଟ୍ରମ୍ପ ନିଜର ସୋସିଆଲ ମିଡିଆ ଆପ ଟ୍ରୁଥ ସୋସିଆଲରେ ଲୋକଙ୍କୁ ନିବେଦନ କରି କହିଛନ୍ତି ଯେ, ଏହି ଅପବ୍ୟବହାର ବିରୋଧରେ ଲୋକେ ସ୍ବର ଉତ୍ତୋଳନ କରିବା ଉଚିତ। ମୁଁ ଆପଣଙ୍କ ସହିତ ଅଛି । ସେ କହିଛନ୍ତି ଯେ ନିର୍ବାଚନ ଅନିୟମିତତା କରାଯାଇଛି।
ଟ୍ରମ୍ପ ଟ୍ରୁ ଥ୍ ସୋସିଆଲ ଆପରେ ଲେଖିଛନ୍ତି ଯେ ଲୋକମାନେ ଯେତେବେଳେ ଭୋଟ ଦେବାକୁ ଯାଉଛନ୍ତି, ଅଧିକାରୀମାନେ ସେମାନଙ୍କୁ କହୁଛନ୍ତି, ଦୁଃଖିତ, ଆପଣ ପୂର୍ବରୁ ଭୋଟ ଦେଇ ସାରିଛନ୍ତି। ଟ୍ରମ୍ପ ଅନ୍ୟ ଏକ ପୋଷ୍ଟରେ କହିଛନ୍ତି ଯେ ସେ ୨୦୨୦ଆମେରିକାର ରାଷ୍ଟ୍ରପତି ର୍ନିବାଚନ ଭଳି ଏହି ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ବ୍ୟାପକ ଭୋଟର ଜାଲିଆତି ହୋଇଛି।
ଫିଲାଡେଲଫିଆର ଜଣେ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ଯେ ଭୁଲ ତଥ୍ୟ, ତାରିଖ ହଜିଯିବା କିମ୍ବା ଗୋପନୀୟତା ଖାତା ହଜିଯିବା ହେତୁ ପ୍ରାୟ ୩,୪୦୦ ମେଲ ଇନ ବାଲାଟ ପ୍ରତ୍ୟାଖ୍ୟାନ ହେବାର ଆଶଙ୍କା ରହିଛି। ଫିଲାଡେଲଫିଆ ସିଟି କମିଶନରଙ୍କ ଚେୟାରମ୍ୟାନ ଲିସା ଡିଲି ଏହି ଘଟଣାକୁ ହଜାର ହଜାର ପେନସିଲଭାନିଆ ଭୋଟରଙ୍କ ପାଇଁ ପ୍ରକୃତ ଦୁଃଖଦ ଘଟଣା ବୋଲି କହିଛନ୍ତି।


