Categories: ବାଣିଜ୍ୟ

ବ୍ୟବସାୟିକ ସମ୍ପ୍ରସାରଣ କରିବ ଟ୍ରୁଫ୍ଲୋ

ନୂଆଦିଲ୍ଲୀ,୨୪।୧: ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ତଥା ପ୍ଲାଷ୍ଟିକ ପାଇପ ଓ ଫିଟିଙ୍ଗ ବ୍ରାଣ୍ଡ୍‌ ହିନ୍ଦଓୟାରର ସହଯୋଗୀ ସଂସ୍ଥା ଟ୍ରୁଫ୍ଲୋ’ର ବ୍ୟବସାୟିକ ସମ୍ପ୍ରସାରଣ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କମ୍ପାନୀର ୨ ୟୁନିଟ୍‌ରୁ ପିଟିଏମ୍‌ଟି ଫଉସେଟ, ଫ୍ଲଶ ଟ୍ୟାଙ୍କ, ସିଟ୍‌ କଭରିଂ ଓ ଅନ୍ୟାନ୍ୟ ଉପକରଣ ପ୍ରସ୍ତୁତ କରାଯାଉଛି। ବିଶେଷକରି ଟ୍ରୁଫ୍ଲୋ ୧୪ ପ୍ରକାର ଡିଜାଇନ ପିଟିଏମଟି ଫଉସେଟ ଏବଂ ୬ ପ୍ରକାରର ଫ୍ଲଶ ଟ୍ୟାଙ୍କ ପ୍ରସ୍ତୁତ କରୁଛି। ଅପରପକ୍ଷରେ କମ୍ପାନୀ ନୂଆ ବାଥ୍‌ ଫିଟିଂ ପରିସର ୧୦୦% ଖାଦ୍ୟ ଗ୍ରେଡ ସାମଗ୍ରୀ ସହ ନୂଆ ଓ ଉନ୍ନତ ସ୍ଥାୟିତ୍ୱ ତଥା ଉନ୍ନତ କାର୍ଯ୍ୟଦକ୍ଷତା ନିଶ୍ଚିତ କରିବାକୁ ଇଞ୍ଜିନିୟରିଂ ଥର୍ମୋପ୍ଲାଷ୍ଟିକ ପଲିମର ସହ ସଜ୍ଜିତ ରହିଛି, ଏପରିକି ଏହାର ପରିସର ଓ ନୂଆ ଉତ୍ପାଦ ବର୍ଗର ଯୋଗକୁ ସମର୍ଥନ କରିବା ପାଇଁ ଉକ୍ତ ସୁବିଧା କେନ୍ଦ୍ରରୁ ୩୦,୦୦୦ ଟନ୍‌ରୁ ୪୮,୦୦୦ ଟନ୍‌ ପର୍ଯ୍ୟନ୍ତ କ୍ଷମତାକୁ ବିସ୍ତାର କରିବ। ସେହିଭଳି ଟ୍ରୁଫ୍ଲୋ ହାଇଦ୍ରାବାଦର ଇସାନପୁରର ୨ୟ ଉପତ୍ାଦନ ସୁବିଧା କେନ୍ଦ୍ରରୁ ବ୍ୟବସାୟିକ ଉତ୍ପାଦନ ଆରମ୍ଭ କରୁଛି। ଏ ସମ୍ପର୍କରେ ଟ୍ରୁଫ୍ଲୋ‘ର ସିଇଓ ରାଜେଶ ପାଜନୁ କହିଛନ୍ତି, ପିଟିଏମଟି ଫଉସେଟ ସେଗମେଣ୍ଟରେ ଭେଞ୍ଚର କରିବା ଆମ ପୋର୍ଟଫୋଲିଓର ଏକ ପ୍ରାକୃିତକ ବିସ୍ତାର ଅଟେ। କାରଣ ଆମେ ଗ୍ରାହକଙ୍କୁ ସେମାନଙ୍କ ସମସ୍ତ ପ୍ଲମ୍ବିଂ ଆବଶ୍ୟକତା ପାଇଁ ଏକମାତ୍ର ସମାଧାନ ଭାବରେ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛୁ, ଆମେ ଭାରତରେ ଆମର ୨ୟ ଉତ୍ପାଦନ ସୁବିଧା ଆରମ୍ଭ କରିଥିବାରୁ ବହୁତ ଖୁସି ଅଛୁ।

Share