ଘାଟିରେ ବସ୍‌କୁ ପିଟିଲା ଟ୍ରକ୍‌: ୨୨ ଆହତ

ବାଙ୍ଗିରିପୋଷି,୩।୯: ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧୀନ ଦ୍ୱାରଶୁଣୀ ଘାଟିରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ବାରିପଦାରୁ କେନ୍ଦୁଝର ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍‌ ସହ ଟ୍ରକ ମଧ୍ୟରେ ଧକ୍କା ହୋଇଥିଲା। ଏଥିରେ ୨୨ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ମୁତାବକ, ଏକ ଯାତ୍ରୀବାହୀ ଘରୋଇ ବସ୍‌ ଘାଟି ଉପରକୁ ଚଢୁଥିଲା। ସେତିକିବେଳେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ଭାରସାମ୍ୟ ହରାଇ ବସକୁ ଧକ୍କା ଦେଇ ଓଲଟି ପଡିଥିଲା।

ଖବର ପାଇ ପୋଲିସ ଏବଂ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଟ୍ରକ ତଳେ ଚାପି ହୋଇ ରହିଥିବା ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲେ। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ସାମ୍‌ନାରେ ଅବକାରୀ ବାବୁଙ୍କୁ ମାଡ଼: ନିୟମକୁ ଫୁ’, ନିଶାରେ ମତୁଆଲା ଯୁବତୀଯୁବକ

ଭୁବନେଶ୍ୱର,୧୬ା୨(ତ୍ରିନାଥ ମହାନ୍ତି):ଭାଲେଣ୍ଟାଇନ୍ସ ଡେ’ରେ ସବୁ ନିୟମ ଓ କଟକଣାକୁ ଫୁ’ କରି ବାର୍‌ରେ ଜମିଥିଲା ରଙ୍ଗିନ ରାତି। ଆଗରେ ଶଟର ପକାଇ ଭିତରେ ମତୁଆଲା ହେଉଥିଲେ ପୁରୁଷ…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ଜୟପୁର ସହରରେ ଭୟାବହ ଅଗ୍ନିକାଣ୍ଡ: ହୁତୁହୁତୁ ହୋଇ ବ୍ୟାପୁଛି ନିଆଁ

ଜୟପୁର,୧୬ା୨(ପବନ ପାଣିଗ୍ରାହୀ): ଜୟପୁର ସହରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ହୁତୁହୁତୁ ହୋଇ ଚାରିଆଡ଼େ ନିଆଁ ବ୍ୟାପିଚାଲିଛି। ଏପରି ଅଭାବନୀୟ ଘଟଣା ଘଟିଛି ଜୟପୁର ସହରର ବିକ୍ରମଦେବ ବିଶବିଦ୍ୟାଳୟ…

ଜବରଦସ୍ତ ବିଜୟ ପରେ ଏମିତି କଥା କହିଦେଦେଲ ସୂର୍ଯ୍ୟକୁମାର: ବଢୁଛି ଚର୍ଚ୍ଚା

କଲମ୍ବୋ,୧୬।୨: ICC T20 ବିଶ୍ୱକପର ଏକ ଗ୍ରୁପ ଏ ମ୍ୟାଚ୍‌ରେ ପାକିସ୍ତାନ ବିପକ୍ଷରେ ୬୧ ରନର ଜବରଦସ୍ତ ବିଜୟ ସହିତ ସୁପର -୮ ପର୍ଯ୍ୟାୟ ପାଇଁ ଯୋଗ୍ୟତା…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ରାଜ୍ୟରେ ବଢୁଛି ତାପମାତ୍ରା: ଆସନ୍ତା ୨ଦିନ ପର୍ଯ୍ୟନ୍ତ…

ଭୁବନେଶ୍ୱର,୧୬ା୨(ବନ୍ଦନା ସେଠୀ):ରାଜ୍ୟରେ ତାପମାତ୍ରା କ୍ରମଶଃ ବୃଦ୍ଧି ପାଉଛି। ରାତିରେ ଶୀତ, ଭୋର୍‌ ସମୟରେ କୁହୁଡି ଓ ଦିନରେ ଖରାତାତି ଅନୁଭୂତ ହେଉଛି। ଉତ୍ତର ଉପକୂଳ ଓଡ଼ିଶାର କିଛି…

ପାକିସ୍ତାନର ଗର୍ବ ଭାଙ୍ଗିଲେ ଏହି ୫ ଖେଳାଳି: ସାଜିଲେ ବିଜୟର ହିରୋ

କଲମ୍ବୋ,୧୬।୨: ୨୦୨୬ ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଆଉ ଏକ ସ୍ମରଣୀୟ ବିଜୟ ସହିତ ଭାରତ ସୁପର ୮ରେ ପ୍ରାୟ ନିଜର ସ୍ଥାନ ସୁରକ୍ଷିତ କରିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri