ଘର ଉପରକୁ ମାଡ଼ିଗଲା ଟ୍ରକ

ମାଥିଲି/ମାଲକାନଗିରି,୨୮ା୫(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମାଥିଲିରେ ରବିବାର ରାସ୍ତା ପାଶର୍‌ବରେ ଥିବା ସହଦେବ ନାୟକଙ୍କ ଘର ଉପରକୁ ଏକ ଟ୍ରକ ମାଡି ଯାଇଥିଲା। ପରିବାର ଲୋକେ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମାଥିଲି ଥାନା ସମ୍ମୁଖରେ ଘଟିଛି ଏହି ଦୁର୍ଘଟଣା। ସକାଳୁ ମାଲକାନଗିରିରୁ ଜୟପୁର ଅଭିମୁଖେ ଯାଉଥିବା ଟ୍ରକ ହଠାତ ଭାରସାମ୍ୟ ହରାଇ ଘର ଉପରକୁ ମାଡି ଯାଇଥିଲା। ସୌଭାଗ୍ୟବଶତଃ ଘରେ ଥିବା ପରିବାର ସଦସ୍ୟଙ୍କର କୌଣସି କ୍ଷତି ହୋଇନାହିଁ। ସମସ୍ତେ ସୁରକ୍ଷିତ ରହିଛନ୍ତି। ଏପଟେ ଘରର ୪୦ ପ୍ରତିଶତ କ୍ଷତି ହୋଇଛି। ଗୋଟିଏ ପାଶର୍‌ବର କାନ୍ଥ ଭାଙ୍ଗିଯାଇଛି। ଘଟଣାସ୍ଥଳରୁ ଡ୍ରାଇଭରଙ୍କୁ ଧରି ପୋଲିସ ମାଥିଲି ଥାନାରେ ଅଟକ ରଖିଛି। ତେବେ ଟ୍ରକ୍‌ରେ ୨ ଜଣ ଥିବାବେଳେ ଅନ୍ୟଜଣେ ସେଠାରୁ ଫେରାର ହୋଇଯାଇଛନ୍ତି ।