ହାତୀ ଚଳପ୍ରଚଳରେ ବାଧକ ଟ୍ରକ୍‌ ପାର୍କିଂ

କେନ୍ଦୁଝର, ୩୧।୧ (ସ୍ବ.ପ୍ର.) କେନ୍ଦୁଝର ଜିଲାରେ ହାତୀମାନଙ୍କ ଅପେକ୍ଷା ଖଣିଖାଦାନ ଓ ଖଣି ପରିବହନକୁ ଗୁରୁତ୍ୱ ଦିଆଯାଉଛି। ଫଳରେ ହାତୀ ମାନଙ୍କ ଚଳପ୍ରଚଳ ସଙ୍କୁଚିତ ହେବା ସହ ଚଲାପଥ ଅବରୋଧ ହୋଇଯାଉଥିବାରୁ ହାତୀ ପଲ ବିବ୍ରତ ହୋଇ ଆଖପାଖ ଅଞ୍ଚଳରେ ଉପଦ୍ରବ ଚଳାଉଛନ୍ତି। ସେହିପରି ରାସ୍ତାରେ ଶହ ଶହ ଟ୍ରକ ଲମ୍ବାଧାଡି ଏବଂ ହାତୀ ଚଲାପଥ ଅଞ୍ଚଳରେ ଟ୍ରକ ପାର୍କିଂ ଯୋଗୁ ହାତୀ ପଲ ଚଳାଚଳ କରିପାରୁ ନାହାନ୍ତି।
ବିଶେଷ କରି ଟ୍ରକ ଲମ୍ବା ଧାଡି ଯୋଗୁଁ ଭୂୟାଁ ଓ ଜୁଆଙ୍ଗ ପୀଢ ରେଞ୍ଜ୍‌ ଅଧୀନ କାଇପୁର ଠାରୁ ଅଞ୍ଜର ପର୍ଯ୍ୟନ୍ତ ରାସ୍ତା (ଏନ୍‌ଏଚ୍‌-୪୯) ରେ ହାତୀ ପଲ ରାସ୍ତା ପାର ହୋଇପାରୁ ନାହାନ୍ତି। ଏହି କାରଣରୁ ଗତ କିଛି ଦିନ ହେଲା ଭେଜିଡିହି-ତଳକାଇଁସାରୀ ଜଙ୍ଗଲରେ (ବଡଘାଗରା ରାସ୍ତା) ୯ ଟି ହାତୀ ରହିଥିଲେ ହେଁ କୁଆଡେ ଯାଇପାରୁ ନ ଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡୁଛନ୍ତି। ରେଞ୍ଜ୍‌ ଅଫିସ ଠାରୁ ମାତ୍ର ୧ କି.ମି. ମଧ୍ୟରେ ହାତୀପଲ ସାନମାଛକାନ୍ଦଣା ନଦୀ କୂଳ ଜଙ୍ଗଲରେ ଅଟକି ରହିଥିବାରୁ ସେମାନେ ଉତକ୍ଷିପ୍ତ ହୋଇ ଉପଦ୍ରବ କରୁଛନ୍ତି। ସେହିପରି ବଡଘାଗରାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଭୋଜିଭାତ କରିବା ଓ ବୁଲିବାକୁ ଯାଉଥିବାରୁ ସେମାନଙ୍କ ପାଇଁ ମଧ୍ୟ ବିପଦ ଆଶଙ୍କା ରହୁଛି ା
ସେହିପରି କାଇପୁର ନିକଟରେ ରାସ୍ତା କଡରେ ହାତୀ ଚଳପ୍ରଚଳ ଅଞ୍ଚଳରେ ହଜାର ହଜାର ସଂଖ୍ୟାରେ ଟ୍ରକ ପାର୍କିଂ କରୁଥିବା କାରଣରୁ ହାତୀ ମାନେ ବୁଲାବୁଲିରେ ସମସ୍ୟା ଭୋଗୁଛନ୍ତି ା ଟ୍ରକ ଗୁଡିକର ଉଜ୍ୱଳ ଆଲୋକ ତଥା ବିକଟାଳ ହର୍ନ ଯୋଗୁ ହାତୀ ମାନେ ରାସ୍ତା ପାର ହୋଇ ଗୋଟିଏ ଜଙ୍ଗଲରୁ ଅନ୍ୟ ଜଙ୍ଗଲକୁ ଯିବା ଆସିବା କରିୁପାରୁନାହାନ୍ତି। ଏହାର ପ୍ରତିକାର କରିବାକୁ ପରିବେଶବିତ ମାନେ ଦାବି କରିଛନ୍ତି। ଏନେଇ କିଛି ମାସ ତଳେ ଜିଲା ପରିଷଦ ଅଧ୍ୟକ୍ଷା କମଳିନୀ ପାତ୍ର କେନ୍ଦୁଝର ଡିଏଫଓ ଏବଂ ଉପଜିଲାପାଳଙ୍କୁ ଚିଠି ଲେଖି ସମସ୍ୟା ଜଣାଇଥିଲେ ହେଁ କାୈଣସି ସମାଧାନ କରାଯାଇନାହିଁ କିମ୍ବା ତାଙ୍କୁ ଯାଞ୍ଚ ରିପୋର୍ଟ ଦିଆଯାଇ ନ ଥିବାରୁ ଅସନ୍ତୋଷ ବ୍ୟକ୍ତ କରି ଉଚ୍ଚ ଅଧିକାରୀଙ୍କୁ ଜଣାଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୋଳିରେ ବସି ମଜା ନେଉଥିଲେ ଲୋକେ, ହଠାତ୍‌ ପୋଲିସ ଅଧିକାରୀଙ୍କ ଉପରେ ଖସିପଡ଼ିଲା, ଆଉ ତା’ ପରେ…

ଚଣ୍ଡିଗଡ଼,୮ା୨: ହରିୟାଣାର ସୂରଜକୁଣ୍ଡ ଅନ୍ତର୍ଜାତୀୟ ହସ୍ତତନ୍ତ ମେଳାରେ ଏକ ଭୟଙ୍କର ଅଘଟଣ ଘଟିଛି। ମେଳାରେ ହଠାତ୍‌ ଦୋଳି ଛିଡ଼ିପଡ଼ିବାରୁ ସେଠାରେ ନିୟୋଜିତ ଜଣେ ଇନ୍ସପେକ୍ଟରଙ୍କ ମୃତ୍ୟୁ ହୋଇଥିବାବେଳେ…

ରୋଷେଇ କରିବାକୁ ମନା କଲେ ସ୍ତ୍ରୀ, ରାଗିଯାଇ ଗୁଳି କରି ହତ୍ୟା କଲେ ସ୍ବାମୀ

ଭୋପାଳ,୮।୨: ମଧ୍ୟପ୍ରଦେଶର ଗ୍ୱାଲିୟରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ମାନସିକ ବିକାରଗ୍ରସ୍ତ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି ।…

ନଦୀବନ୍ଧକୁ ଦୁର୍ବଳ କରୁଛି ବେଆଇନ ଚିଙ୍ଗୁଡ଼ିଘେରି: ଗୋବରୀରେ ଧସିଲା ୧୦୦ ଫୁଟ ଅତଡ଼ା

ମହାକାଳପଡ଼ା,୮ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ କେବି ଦାଣ୍ଡୁଆ ପଞ୍ଚାୟତ କଂସାର-ରଡ଼ିଆ-ବଗଗହଣ ଗୋବରୀ ନଦୀରେ ତଟବନ୍ଧ ବିଭାଗ ପକ୍ଷରୁ ନିର୍ମାଣ କାର୍ଯ୍ୟ ଚାଲିଛି। ଏଥିସହ…

ସ୍ବେଚ୍ଛାଚାରୀ ଶାସକ ଭାବେ ପରିଚିତ ହିଟଲର୍‌ଙ୍କୁ ବି ହୋଇଥିଲା ପ୍ରେମ: ଜାଣନ୍ତୁ ତାଙ୍କ ରୋଚକ ପ୍ରେମକାହାଣୀ

ସତରେ ! ପ୍ରେମ କାହାକୁ ବି ହୋଇପାରେ, ସେଇଥିପାଇଁ ବୋଧେ ସମଗ୍ର ବିଶ୍ୱରେ କ୍ରୁର ଓ ସ୍ବେଚ୍ଛାଚାରୀ ଶାସକଭାବେ ପରିଚିତ ହିଟଲର୍‌ ବି ଏଥିରୁ ବାଦ୍‌ ଯାଇ…

ପୁଣି ଖସିଲା ପାରଦ, ଶିମିଳିପାଳରେ ତାପମାତ୍ରା ୧ ଡିଗ୍ରୀ ରେକର୍ଡ

ବାରିପଦା,୮।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନରେ ପାରଦ ନିମ୍ନଗାମୀ ହୋଇଛି । ଉପରବାରହାକାମୁଡାରେ ତାପାମାତ୍ରା ୧ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ନେଇ…

ତାଙ୍କ ହସ ମିଠା, କଥା ମିଠା, ନାଁ ମିଠି: ହେଲେ ଟିକେ ଟିକେ କଥାରେ ଚିଡିଯାନ୍ତି…

ତାଙ୍କ ହସ ମିଠା, କଥା ମିଠା। ମିଠା ମିଠା ଥିଲା ତାଙ୍କ ଅଭିନୟ ଓ ନୃତ୍ୟର ଯାଦୁ। ସେଇଥିପାଇଁ ତ ଓଡ଼ିଶାର ଦର୍ଶକଙ୍କ ହୃଦୟରେ ସେ ଏବେ…

ଇମ୍ରାନ ଖାନ-ବୁଶରା ବିବିଙ୍କୁ ୧୭ ବର୍ଷ ଜେଲଦଣ୍ଡ, ଲାଗିଛି କୋଟି କୋଟି ଟଙ୍କାର ଜରିମାନା

ଇସଲାମାବାଦ,୮।୨: ତୋଶାଖାନା-୨ ଦୁର୍ନୀତି ମାମଲାରେ ପୂର୍ବତନ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ୧୭ ବର୍ଷ ଜେଲଦଣ୍ଡ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri