ଫିଲ୍ମ ଷ୍ଟାଇଲ୍‌ରେ ଲୁଟିନେଲ ଏଲ୍‌ଇଡି ବୋଝେଇ ଟ୍ରକ୍‌

ଖୋର୍ଦ୍ଧା ଅଫିସ,୩ା୪: ଫିଲ୍ମ ଷ୍ଟାଇଲରେ ଦୁର୍ବୃତ୍ତ ଲୁଟି ନେଇଛନ୍ତି ଏଲ୍‌ଇଡି ଟିଭି ବୋଝେଇ ଟ୍ରକ୍‌। ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥରେ ଏଲ୍‌ଇଡି ଟିଭି ବୋଝେଇ ଟ୍ରକ ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଛାନ୍‌ଭିନ୍‌ ଆରମ୍ଭ କରିଛି ପୋଲିସ । ବାଘମାରୀ ଥାନା ଅନ୍ତର୍ଗତ ବାଘମାରୀ ରାସ୍ତାରେ ଟ୍ରକ୍‌ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଦୁର୍ବୃତ୍ତମାନେ ଡ୍ରାଇଭରଙ୍କୁ ଆକ୍ରମଣ କରି ଟ୍ରକ୍‌ ନେଇ ଯାଇଛନ୍ତି । ଏହି ଏଲଇଡି ଟିଭି ବୋଝେଇ ଟ୍ରକ ୍‌ଜି. ଉଦୟଗିରିରୁ ଆସୁଥିଲା।

ସୂଚନାନୁଯାୟୀ, ଶନିବାର ରାତିରେ ବାଘମାରୀ ରାସ୍ତାରେ ଏକ ଏଲ୍‌ଇଡି ଟିଭି ବୋଝେଇ ଟ୍ରକ ଆଗରେ ୪ ଜଣ ଯୁବକ କାର୍‌ ରଖି ଟ୍ରକ୍‌ ଡ୍ରାଇଭରଙ୍କୁ ବାହାରି ଯିବାକୁ ଧମକ ଦେଇଥିଲେ। ଡ୍ରଇଭର ଭୟରେ ଟ୍ରକରୁ ଓହ୍ଲାଇବା ମାତ୍ରେ ଟ୍ରକ ଧରି ଚମ୍ପଟ ମାରିଥିଲ ଦୁର୍ବୃତ୍ତ । ତେବେ ବର୍ତ୍ତମାନ ସୁଦ୍ଧା ଲୁଟେରାଙ୍କ ଟେର ପାଉନି ପୋଲିସ ।
ଏଲ୍‌ଇଡି ବୋଝେଇ ଟ୍ରକ୍‌ର ଆନୁମାନିକ ମୂଲ୍ୟ ପ୍ରାୟ ୩୦ ଲକ୍ଷରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି।