ଟ୍ରକ୍‌କୁ ଧକ୍କା ଦେଲା ଟ୍ରକ୍‌: ହେଲ୍ପର ଆଖିବୁଜିଲେ, ଡ୍ରାଇଭର ଗୁରତର

ବାଲେଶ୍ୱର,୮।୧୧(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ବସ୍ତା ଥାନା ୬୦ନଂ ଜାତୀୟ ରାଜପଥ ବସ୍ତା ବାଇପାସ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି।
ସୂଚନାଯୋଗ୍ୟ, ବୁଧବାର ସକାଳ ସମୟରେ ୬୦ ନମ୍ବର ଜାତୀୟ ରାଜପଥର କୁଣ୍ଡପୁର ଛକ ନିକଟରେ ଛିଡ଼ା ହୋଇଥିବା (ଓଡି୦୧ଜେଡ୍‌୦୩୨୭) ଆଜବେଷ୍ଟସ ବୋଝେଇ ଟ୍ରକକୁ ପଛପଟୁ ଆସୁଥିବା (ଓଡି୦୨ସିସି୪୮୫୧) ଆଲୁମିନିୟମ ବୋଝେଇ ଟ୍ରକ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଆଲୁମିନିୟମ ବୋଝେଇ ଟ୍ରକର ହେଲ୍ପରଙ୍କ ମୃତ୍ୟୁ ଘଟଛିି। ଆଜବେଷ୍ଟସ ବୋଝେଇ ଟ୍ରକର ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତାଖାନାରେ ଭର୍ତ୍ତି କରାଯାଇଛି। ମୃତ ହେଲ୍ପର ହେଲେ ଖୋର୍ଦ୍ଧା ଜିଲା ବାଉରୀ ସାହି ଭାଲିଆ ବାଡ଼ି ଅଞ୍ଚଳର ଚିତ୍ତରଞ୍ଜନ ନାୟକ (୩୪)। ଖବରପାଇ ବସ୍ତା ପୋଲିସ ପହଞ୍ଚି ଗାଡ଼ି ଦୁଇଟିକୁ ଜବତ କରିବା ସହିତ ମୃତକଙ୍କୁ ପୋଷ୍ଟମର୍ଟମ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛି ।