Categories: ଜାତୀୟ

ଆନ୍ଦୋଳନକାରୀ ମହିଳା ଚାଷୀଙ୍କ ଉପରେ ଦ୍ରୁତଗତିରେ ମାଡ଼ିଗଲା ଟ୍ରକ୍‌, ୩ ମୃତ…

ଚଣ୍ଡିଗଡ଼,୨୮।୧୦: ଆନ୍ଦୋଳନକାରୀ ମହିଳା ଚାଷୀଙ୍କ ଉପରେ ଦ୍ରୁତଗତିରେ ଏକ ଟ୍ରକ ମାଡ଼ିଯାଇଛି। ଏଥିରେ ୩ ମହିଳା ଚାଷୀଙ୍କ ମୃତ୍ୟୁ ଘଟିଛି। ହରିୟାଣା ବାହାଦୂରଗଡ଼ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମହିଳା ଚାଷୀ ମାନେ ରୋଡ୍‌ ଡିଭାଇଡରରେ ବସି ଘରକୁ ଫେରିବା ପାଇଁ ଅଟୋକୁ ଅପେକ୍ଷା କରୁଥିଲେ। ଏହି ସମୟରେ ଟ୍ରକ୍‌ ଦ୍ରୁତଗତିରେ ରୋଡ୍‌ ଡିଭାଇଡର ଉପରେ ମାଡ଼ି ଯାଇଥିଲା। ସମସ୍ତ ମହିଳା ବରିଷ୍ଠ ନାଗରିକ।

ଝଜର ରୋଡ ପ୍ଲାଏ ଓଭର ତଳେ ଏହା ଘଟିଛି। ୨ ଜଣ ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ମହିଳାଙ୍କର ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରେ ମୃତ୍ୟୁ ଘଟିଛି। ଅନ୍ୟ ୩ ଜଣ ମହିଳା ଗୁରୁତର ଆହତ ହୋଇ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମହିଳାମାନେ ପଞ୍ଜାବର ମନସା ଜିଲାର ବାସିନ୍ଦା ବୋଲି ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Share