୩୦ ଫୁଟ ତଳକୁ ଖସିଲା ଟ୍ରକ୍‌

ବାଙ୍ଗିରିପୋଷି,୬।୧୨(ଡି.ଏନ.ଏ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ୪୯ନଂ.ଜାତୀୟ ରାଜପଥର ଦ୍ୱାରଶୁଣି ଘାଟିରେ ସୋମବାର ଏକ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଇରନ ପାଇପ୍‌ ବୋଝେଇ ଟ୍ରକ୍‌ଟି ଘାଟିରୁ ୩୦ ତଳକୁ ଖସି ପଡ଼ିଥିଲା। ଏହି ଦୁର୍ଘଟଣାରୁ ଚାଳକ ଅଳ୍ପକେ ବର୍ତ୍ତୀ ଯାଇଥିବା ବେଳେ ଖଲାସୀ ଆହତ ହୋଇଛନ୍ତି। ବାଙ୍ଗିରିପୋଷି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।