ଟ୍ରକ ଚାପାରେ ଚାଲିଗଲା ଦମ୍ପତ୍ତିଙ୍କ ଜୀବନ

ସାଲେପୁର,୨୯।୧୧: କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ଅଧୀନ କଟରପଡ଼ା ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚାପାରେ ସ୍ତ୍ରୀ,ସ୍ବାମୀଙ୍କ ମୃତ୍ୟୁ ଘଟିଛି।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏପରିକି ପୋଲିସ ଟ୍ରକ ଡ୍ରାଇଭରଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ମୁତାବକ, ପୂର୍ବରୁ ନିଶ୍ଚିନ୍ତକୋଇଲି ଛକରେ ସମ୍ପୃକ୍ତ ଟ୍ରକ ଏକ ଅଟୋକୁ ଧକ୍କା ଦେଇଥିଲା।

Share