ଭିନ୍ନମୋଡ ନେଲା ଜାମସର ପୋଖରୀକୁ ଟ୍ରକ ପଶିବା ଘଟଣା: ଦୁର୍ଘଟଣା ରଚିଥିଲେ ଡ୍ରାଇଭର

ଲୋଇସିଂହା,୧୩।୧୨(ସୁଶାନ୍ତ ବାରିକ):ଗତ ନଭେମ୍ବର ୧୭ ତାରିଖ ରାତିରେ ବଲାଙ୍ଗୀର-ବରଗଡ ୨୬ନଂ. ଜାତୀୟ ରାଜପଥ ପୁଇଁତଳା ଥାନା ଅନ୍ତର୍ଗତ ଜାମସର ପୋଖରୀକୁ ଏକ ମାଲ ପରିବହନ ଟ୍ରକ ପଶି ଯାଇଥିଲା। ପୋଲିସ ଖୋଳତାଡ ପରେ ଏହି ମାମଲା ଭିନ୍ନ ମୋଡ ନେଇଛି। ଟ୍ରକରେ ନିୟୋଜିତ ଡ୍ରାଇଭରଙ୍କୁ ଆଗଲପୁର ପୋଲିସ ଧରିବା ପରେ ଅସଲ ଘଟଣା ସାମନାକୁ ଆସିଛି ା ଆଗଲପୁର ପୋଲିସ ଥାନା ଅନ୍ତର୍ଗତ ବରପଦର ଗ୍ରାମରୁ ଡ୍ରାଇଭରକୁ ଧରି ପୁଇଁତଳା ପୋଲିସକୁ ଗୁରୁବାର ରାତିରେ ହସ୍ତାନ୍ତର କରିଛି। ଘଟଣାକୁ ନେଇ ପୁଇଁତଳା ପୋଲିସ ଅଧିକ ତଦନ୍ତ ଚଳାଇଛି। ଆଗଲପୁର ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବଲାଙ୍ଗୀର ସହରର ଜଣେ ଗ୍ରୋସୋରି ମାଲିକଙ୍କ ନିକଟରେ କାମ କରୁଥିଲେ ଉକ୍ତ ଡ୍ରାଇଭର। ସମ୍ପୃକ୍ତ ଡ୍ରାଇଭର ଜଣକ ଏକ ଟ୍ରକ ଯୋଗେ ରାୟପୁରରୁ ବିରି, ହରଡ ଆଦି ଡାଲି ,ସରଫ ଏପରି ଭାବେ ୨୪ ଲକ୍ଷ ଟଙ୍କାର ଗ୍ରୋସୋରି ସାମଗ୍ରୀ ଧରି ବଲାଙ୍ଗୀର ଆସୁଥିଲେ। ଆସିଲା ବାଟରେ ଜଗଦଲପୁର, ପଦ୍ମପୁର, ଗାଇସିଲଟ ଏପରି ବିଭିନ୍ନ ସ୍ଥାନରେ ୬ ରୁ ୭ ଲକ୍ଷ ଟଙ୍କାର ସାମଗ୍ରୀ ବାଟରେ ବିକ୍ରି କରି ଦେଇଥିଲେ। ଏହା ପରେ ୨୬ ନଂ. ଜାତୀୟ ରାଜପଥ ଲୋଇସିଂହା ଦେଇ ବଲାଙ୍ଗୀର ସହରକୁ ଆସିବା ବାଟରେ ଜାମସର ପୋଖରୀକୁ ଟ୍ରକକୁ ପଶାଇ ଦେଇ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ପୋଖରୀ ଭିତରୁ ଅନେକ ସାମଗ୍ରୀ ନ ମିଳିବାରୁ ବଲାଙ୍ଗୀର ସହରର ମାଲିକକୁ ସନ୍ଦେହ ହୋଇଥିଲା। ସମ୍ପୃକ୍ତ ମାଲିକ ଜଣକ ପୋଲିସ ତଦନ୍ତ ଦାବି କରିଥିଲେ। ଜିଲା ପୋଲିସ ନିର୍ଦ୍ଦେଶରେ ଆଗଲପୁର ପୋଲିସ ଗୁରୁବାର ବିଳମ୍ବିତ ରାତିରେ ବରପଦର ଗ୍ରାମରୁ ସମ୍ପୃକ୍ତ ଡ୍ରାଇଭରଙ୍କୁ ଧରିବାରେ ସକ୍ଷମ ହୋଇଥିଲା। ଡ୍ରାଇଭର ପରିବହନ ସାମଗ୍ରୀକୁ ବାଟେଘାଟେ ବିକ୍ରି କରିଥିବା କେତେକ ସାମଗ୍ରୀ ଉଦ୍ଧାର କରାଯାଇଥିବା ନେଇ ଆଗଲପୁର ପୋଲିସ ସୂତ୍ରରୁ ପ୍ରକାଶ। ଏପରି କାରବାର ଯୋଗୁ ସମ୍ପୃକ୍ତ ଡ୍ରାଇଭରଙ୍କ ନାଁରେ ବିଭିନ୍ନ ଥାନାରେ ମାମଲା ରହିଥିବା ଜଣାପଡିଛି। ପୋଖରୀରେ ପଶିଯାଇଥିବା ଟ୍ରକ ଦୀର୍ଘଦିନ ଧରି ଉଦ୍ଧାର ନ ହେବା କାରଣରୁ ପୋଖରୀ ପାଣି ପ୍ରଦୂଷିତ ହୋଇ ପଡିଛି ା ପୋଖରୀ ପାଣି ସ୍ଥାନୀୟ ଲୋକ ଓ ରାଜପଥ ଯାତ୍ରୀଙ୍କ ପାଇଁ ବ୍ୟବହାର ଅନୁପଯୋଗୀ ହୋଇପଡିଛି ା

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ଗଡାଣି ନିକଟରେ ଓଲଟିଲା ଅଟୋ

ନନ୍ଦପୁର,୧୮।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ ଦେଗନ୍ଧନା ଗ୍ରାମ ସ୍କୁଲ ଗଡାଣି ନିକଟରେ ଭାରସାମ୍ୟ ହରାଇ ଅଟୋ ଓଲଟି ୧୦ ଯାତ୍ରୀ ମଙ୍ଗଳବାର…

୩ ମହଲା କୋଠାରେ ଲାଗିଲା ନିଆଁ: ୭ ଜଣ ଜୀବନ୍ତ ଜଳିଗଲେ

ଇନ୍ଦୋର,୧୮।୩: ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ବଡ଼ ଅଗ୍ନିକାଣ୍ଡ ଘଟଣାରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ସର୍ଟସର୍କିଟ ଯୋଗୁ ଘଟିଥିଲା। ରିପୋର୍ଟ ଅନୁଯାୟୀ, ଘର ବାହାରେ…

ଅଭିଯୋଗ ପରେ ଆସିଲା ଚାଉଳ

ନନ୍ଦପୁର,୧୮ା୩ (ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ପଞ୍ଚାୟତରେ ଚାଉଳ ଷ୍ଟକ ନ ଥିବା ଦର୍ଶାଇ ପଡିକାର୍ଡ ଧାରୀଙ୍କୁ ମାଗଣା ଚାଉଳ ଓ…

ମିଳିଲାନି ଧାନବିକ୍ରି ଟୋକନ: ନାତୁଣୀ ବାହାଘର ପାଇଁ ବନ୍ଧା ପକାଇଲେ ଧାନ

ବରଗଡ଼/ଗାଇସିଲେଟ୍‌,୧୮।୩(ପ୍ରେମାନନ୍ଦ ଖମାରୀ/ଦୁର୍ଗାପ୍ରସାଦ ତ୍ରିବେଦୀ): ରବିଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ବର୍ତ୍ତମାନ ଚାଷୀ ପଞ୍ଜୀକରଣ ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଖରିଫ୍‌ ଧାନବିକ୍ରି ପାଇଁ…

ବାସକୀ ନଦୀ ଉପରେ ପୋଲ ନିର୍ମାଣ ନେଇ ମାଟି ପରୀକ୍ଷା

ନନ୍ଦପୁର,୧୮ା୩ (ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ରାଇସିିଂ ପଞ୍ଚାୟତ ଦେଷଣ୍ଢଗୁଡା ଗ୍ରାମ ସମ୍ମୁଖ ବାସକି ନଦୀ ଉପରେ ୬୦ ମିଟର ଲମ୍ବର ପୋଲ ନିର୍ମାଣ…

ଅନ୍‌ଲାଇନ ଆବେଦନର ବର୍ଷେ ବିତିଲାଣି,ବିଦ୍ୟୁତ୍‌ ନାହିଁ: ୩୩ ପରିବାରକୁ ଡିବିରୀ ଭରସା

ଦାରିଙ୍ଗବାଡି, ୧୮ା୩ (ଅରୁଣ ସାହୁ ):ଗାଁରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ଅଛି, ବିଦ୍ୟୁତ୍‌ ସଂଯୋଗ ରହିଛି ମାତ୍ର ଗ୍ରାମବାସୀଙ୍କୁ ବିଦ୍ୟୁତ୍‌ ସେବା ମିଳୁନି। ଟ୍ରାନ୍ସଫର୍ମରଠାରୁ ଘର ପର୍ଯ୍ୟନ୍ତ ବିଦ୍ୟୁତ୍‌…

ଦୁର୍ଦ୍ଦାନ୍ତ ଅପରାଧୀ ଟିମା ଝାଙ୍କରଙ୍କୁ ଏନକାଉଣ୍ଟର: ତିନି ସହଯୋଗୀଙ୍କୁ ବାନ୍ଧିଲା ପୋଲିସ

ସମ୍ବଲପୁର, ୧୮।୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ନାକଟିଦେଉଳ ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବୁଧବାର ସକାଳୁ ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ହୋଇଥିବା ଗୁଳି…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri