ଟ୍ରକ୍‌ ଦୁର୍ଘଟଣା: ଜଣେ ମୃତ

ରୁପ୍ରା ରୋଡ଼,୨।୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ନର୍ଲା ବ୍ଲକ ଅନ୍ତର୍ଗତ ଗୋହିରାପଦର ରେଳ ଫାଟକ ନିକଟରେ ଶନିବାର ଏକ ଟ୍ରକ୍‌ ଦୁର୍ଘଟଣା ଘଟିଛି। ଏଥିରେ ଟ୍ରକ୍‌ ହେଲପରଙ୍କ ମୃତ୍ୟୁ ଘଟିଥିବା ବେଳେ ଡ୍ରାଇଭର ଅଳ୍ପକେ ବର୍ତ୍ତିଯାଇଛନ୍ତି । ଦୁର୍ଘଟଣାସ୍ଥଳରେ ନର୍ଲା ପୋଲିସ ପହଞ୍ଚି ତଦନ୍ତ କରୁଛି। ଟ୍ରକ୍‌ଟି ଭୋର୍‌ରୁ ମ.ରାମପୁର ପଟୁ ଭବାନୀପାଟଣା ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟଥିବା ଜଣାପଡିଛି।