ପୋଖରୀରେ ପଶିଲା ଟ୍ରକ: ଷ୍ଟିଅରିଂରେ ଚାପି ହୋଇ ଚାଲିଗଲା ଜୀବନ

ଦେବଗଡ଼,୧୪ା୧୧(ଡି.ଏନ.ଏ): ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇ ଦେବଗଡ ଥାନା ଅନ୍ତର୍ଗତ ସୁଗୁଡା ଗ୍ରାମରେ ରାଞ୍ଚତ୍-ବିଜୟୱାଡା ରାସ୍ତାକଡରେ ଥିବା ଏକ ପୋଖରୀ ମଧ୍ୟକୁ ଓଲଟିପଡିଛି। ଫଳରେ ଟ୍ରକ ଷ୍ଟିଅରିଂରେ ଚାପି ହୋଇ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତଦେହ ଉଦ୍ଧାର ପାଇଁ ଦେବଗଡ଼ ଆଦର୍ଶ ଥାନା ପୋଲିସ ଏବଂ ଅଗ୍ନିଶମ ବାହିନୀ ନାକେଦମ ହୋଇପଡିବା ସହ ଦୁର୍ଘଟଣାର ଦୀର୍ଘ ୧୬ ଘଣ୍ଟା ପରେ ମୃତଦେହ ଉଦ୍ଧାର କରିଥିଲେ। ଖବର ମୁତାବକ ରବିବାର ରାତି ପ୍ରାୟ ୩ଟାରେ ଦେବଗଡ ପଟୁ ତାଳଚେର ପଟକୁ ଯାଉଥିବା ବେଳେ ସୁଗୁଡା ଗ୍ରାମ ନିକଟସ୍ଥ ଏକ ବୁଲାଣିରେ ଟ୍ରକର ଚାଳକ ଭାରସାମ୍ୟ ହରାଇବାରୁ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସକାଳେ ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇ ଦେବଗଡ ଦମକଳ ବାହିନୀ ଉଦ୍ଧାର ପାଇଁ ଘଟଣା ସ୍ଥାଲରେ ପହଞ୍ଚିଥିଲା ା