ପୁଅ, ଝିଅଙ୍କୁ ଟ୍ୟୁଶନ ଛାଡିବାକୁ ଯାଉଥିଲେ ବାପା, ବାଟରେ ଘଟିଲା ଛାତିଥରା ଘଟଣା

ଛତ୍ରପୁର,୧୮।୮(ଦିଲ୍ଲୀପ ସାମଲ): ଛତ୍ରପୁର ଜାତୀୟ ରାଜପଥ ଡିଆରଡିଏ ଛକ ନିକଟରେ ଟ୍ରକ ଦୁର୍ଘଟଣାରେ ଜଣେ ନାବାଳିକାର ମୃତ୍ୟୁ ହୋଇଥିବା ବେଳେ ବାପା ଓ ଦୁଇ ଭାଇ ଅଳ୍ପକେ ବଞ୍ଚିଯାଇଛନ୍ତି। ମୃତ ନାବାଳିକା ଜଣକ ହେଲେ କାଳିଆବାଲିର ଅବସରପ୍ରାପ୍ତ ଆର୍ମି ଏସ.ଦେବରାଜ ରେଡ୍ଡିଙ୍କ ଝିଅ ଏସ.ସୃତି ରେଡ୍ଡି(୧୫) । ସୂଚନା ମୁତାବକ ଦେବରାକ ନିଜ ସ୍କୁଟି ଯୋଗେ ଦୁଇ ପୁଅ ଓ ଝିଅକୁ ବସାଇ କାଳିଆବାଲିରୁ ଛତ୍ରପୁର ପିଲାମାନଙ୍କୁ ଟ୍ୟୁଶନ ଛାଡିବାକୁ ଆସୁଥିଲେ। ଛତ୍ରପୁର ଜାତୀୟ ରଜପଥ ଡିଆରଡିଏ ଛକରୁ ଛତ୍ରପୁର ଅଭିମୁଖେ ବୁଲିବା ସମୟରେ ଏକ ଗାଡି ତାଙ୍କୁ ଅତ୍ରିକ୍ରମ କରିଥିବାରୁ ସ୍କୁଟି ଚାଳକ ଭାରସାମ୍ୟ ହରାଇ ରାଜପଥରେ ପଡିଯାଇଥିଲେ। ସେହିସମୟରେ ପଛପଟୁ ଏକ ଟ୍ରକ ଓଡି୦୨ ସିଏମ୩୧୬୫ର ଚକତଳେ ଝିଅ ସୃତି ପଡିଯାଇଥିବାବେଳେ ଅନ୍ୟମାନେ ରାସ୍ତାରେ ଛିଟିକି ପଡିଥିଲେ । ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ ଛତ୍ରପୁର ମେଡିକାରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ସୃତିକୁ ମୃତ୍ୟୁ ଘୋଷଣା କରିଥିଲେ। ଦୁଇ ଭାଇ ଏସ.ବିକାଶ ଓ ଏସ.ଲୋକେଶ ଏବଂ ବାପା ଏସ.ଦେବାରାଜ ବର୍ତ୍ତି ଯାଇଥିଲେ । ସୃତି କେନ୍ଦ୍ରୀୟ ବିଦ୍ୟାଳୟରେ ଦଶମ ଶ୍ରେଣୀ ପାଠ ପଢୁଥିଲେ। ଖବର ପାଇଁ ଛତ୍ରପୁର ପୋଲିସ ଡିଆରଡିଏ ଛକରେ ପହଂଚି ଟ୍ରକକୁ ଜବତ କରିବା ସହ ଚାଳକକୁ ଅଟକ ରଖିଛି ଏବଂ ସ୍କୃଟି ମଧ୍ୟ ଜବତ କରିବା ସହ ମେଡିକାଲରେ ପହଂଚି ମୃତଦେହକୁ ମଧ୍ୟ ଜବତ କରି ଶବ ବ୍ୟବଚ୍ଛେଦ ପାଇ ପଠାଇବା ସହ ତଦନ୍ତ ଜାରି ରଖିଛି । ଅନ୍ୟପଟେ ସଙ୍ଗେ ସଙ୍ଗେ ଛତ୍ରପୁର ପ୍ରିୟ ବିଧାୟକ କୃଷ୍ଣଚନ୍ଦ୍ର ନାହାକ ଘଟଣାସ୍ଥଳରେ ମଧ୍ୟ ପହଞ୍ଚିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ସମରାଭ୍ୟାସ ‘ସାଗର କବଚ’ ଆରମ୍ଭ

ଛତ୍ରପୁର,୨୪ା୩(ଦିଲୀପ ସାମଲ): ସମୁଦ୍ର ପଥରେ ସମ୍ଭାବ୍ୟ ଆତଙ୍କବାଦୀ ଅନୁପ୍ରବେଶ ଏବଂ ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ମଙ୍ଗଳବାରଠାରୁ ଗଞ୍ଜାମ ଉପକୂଳରେ ମିଳିତ ସମରାଭ୍ୟାସ…

ଯୁଦ୍ଧ ବୁଡାଜାହାଜ ପଠାଇଲା ଆମେରିକା, ଚାଇନା ସହ ଯୁଦ୍ଧ ସଙ୍କେତ! ୩ ମହାସାଗରରେ ହଲଚଲ…

ବେଜିଂ,୨୪।୩: ଚୀନ ଏକ ବିଶାଳ ଜଳମଗ୍ନ ସର୍ଭେ ଏବଂ ମ୍ୟାପିଂ ଅପରେସନ ଆରମ୍ଭ କରୁଛି। ଏହାର ଉଦ୍ଦେଶ୍ୟ ହେଉଛି ସମୁଦ୍ର ବିଷୟରେ ଗଭୀର ସୂଚନା ସଂଗ୍ରହ କରିବା,…

ନୂଆ ଗ୍ୟାସ କନେକ୍ସନ ନେଉଥିଲେ ବଡ଼ ଘୋଷଣା, ଏପ୍ରିଲ ୩୦ ଯାଏ ମାଗଣା ମିଳିବ ଗ୍ୟାସ…

ନୂଆଦିଲ୍ଲୀ,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଯୋଗୁଁ ତରଳ ପେଟ୍ରୋଲିୟମ ଗ୍ୟାସ (LPG) ବ୍ୟବହାରକାରୀମାନେ ସମ୍ମୁଖୀନ ହେଉଥିବା ଅସୁବିଧା ମଧ୍ୟରେ, ପାଇପଲାଇନ ମାଧ୍ୟମରେ ପ୍ରାକୃତିକ ଗ୍ୟାସ ଯୋଗାଣ କରୁଥିବା…

ତିନି ମହଲା ବିଶିଷ୍ଟ ଧନୀ ଲୋକଙ୍କ ଘରେ ଲାଗିନି ୱାଟର ମିଟର: ବିଭାଗର ଅନୁକମ୍ପା ନା ପାୱାର କରିଡର ସରକାରୀ ଦଳର…

ଗଞ୍ଜାମ,୨୪।୩(ବିଦ୍ୟାଧର ସାହୁ): ୧୨ଟି ୱାର୍ଡକୁ ନେଇ ଗଞ୍ଜାମ ଏନଏସି ଗଠିତ ହୋଇଛି। ଗଞ୍ଜାମ ସହରର ବିଭିନ୍ନ ସାହିରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୱାଟର ମିଟର ଲଗା ଯାଇଛି…

ପୋଲିସ -ପଡାବାସୀ ମୁହାଁମୁହିଁ : ଗରିବଙ୍କ ଘର ଉପରେ ମାଡିଲା ବୁଲଡୋଜର

ବରଗଡ଼,୨୪।୩(ପ୍ରେମାନନ୍ଦ ଖମାରୀ) : ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ଚାଲିଛି। ପର୍ଯ୍ୟାୟକ୍ରମେ ସହରର ଗୋଟିଏ ପଡାରୁ ଅନ୍ୟ ପଡାରେ ଏହି ଅଭିଯାନ ଚାଲିଛି। ତେବେ ଏଥିରେ ଅଧିକ…

ଦ୍ୱିତୀୟ ବିବାହ କଲେ ରାପର୍‌ Badshah, ଫଟୋ ସେୟାର କରି ଚମକାଇଲେ ଶାଶୁ

ମୁମ୍ୱାଇ: ପଞ୍ଜାବୀ ଗାୟକ ଏବଂ ରାପର୍‌ ବାଦଶାହଙ୍କ କିଏ ବା ଜାଣିନି? ସମଗ୍ର ଦେଶ ତାଙ୍କ ଗୀତରେ ଝୁମି ଉଠୁଛି। ତଥାପି, ତାଙ୍କ ବିଷୟରେ ଏକ ବଡ଼…

ଏତେ କୋଟି ଟଙ୍କାରେ ବିକ୍ରି ହେଲା ରାଜସ୍ଥାନ ରୟାଲ୍ସ , ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୨୪।୩: ରାଜସ୍ଥାନ ରୟାଲ୍ସ ଦଳକୁ ୧.୬୩ ବିଲିୟନ ଆମେରିକୀୟ ଡଲାରରେ ବିକ୍ରି କରାଯାଇଛି। ଆମେରିକୀୟ ବ୍ୟବସାୟୀ କାଲ ସୋମାନୀଙ୍କ ନେତୃତ୍ୱରେ ଏକ ସଂଘ ପ୍ରାୟ ୧୫,୨୮୬ କୋଟିରେ…

ଇଂଲଣ୍ଡର ମୁଖ୍ୟ କୋଚ୍‌ ଭାବେ କାର୍ଯ୍ୟ ଜାରି ରଖିବେ ମ୍ୟାକୁଲମ

ଲଣ୍ଡନ,୨୪ା୩: ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ବ୍ରେଣ୍ଡନ ମ୍ୟାକୁଲମ ୩ଟି ଫର୍ମାଟରେ ଇଂଲଣ୍ଡ ଦଳର ମୁଖ୍ୟ କୋଚ୍‌ ଭାବେ କାର୍ଯ୍ୟ ଜାରି ରଖିବେ। ଏ ନେଇ ଇଂଲଣ୍ଡ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri