Categories: ଜାତୀୟ

‘ଆମକୁ ପଦ ଓ ଟଙ୍କାର ଲାଳସା ଦିଆଯାଉଛି’ ଟିଆରଏସ୍ ବିଧାୟକଙ୍କ ସୂଚନା ପରେ ତେଲେଙ୍ଗାନା ପୋଲିସର ରେଡ, ଜବତ ହେଲା ୧୫ କୋଟି ଟଙ୍କା

ହାଇଦ୍ରାବାଦ,୨୭ ।୧୦: ତେଲେଙ୍ଗାନାର ସାଇବରାବାଦ ପୋଲିସ ଟିଆରଏସର ୪ ବିଧାୟକଙ୍କୁ କିଣାବିକା କରାଯାଉଥିବା ଦାବି କରିଛି । ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିବା ସହ ୧୫ କୋଟି ଟଙ୍କା ଜବତ କରିଥିବା କୁହାଯାଉଛି । ସାଇବରାବାଦର ସିପି ଷ୍ଟିଫେନ ରବିନ୍ଦ୍ର କହିଛନ୍ତି, ଆମକୁ ଟିଆରଏସ ବିଧାୟକଙ୍କଠାରୁ ସୂଚନା ମିଳିଥିଲା କି ତାଙ୍କୁ ଟଙ୍କା ଓ ପଦର ଲାଳସା ଦିଆଯାଉଛି । ଏହାପରେ ଆମେ ଫାର୍ମ ହାଉସରେ ଚଢାଉ କରିଥିଲୁ । ଆମେ ଏହି ଘଟଣାକୁ ନେଇ ମାମଲାର ଯାଞ୍ଚ କରିବୁ ।
ପୋଲିସର ସୂଚନା ଅନୁଯାୟୀ, ସଇବାରାବାଦରେ କେଏଲ ବିଶ୍ୱବିଦ୍ୟାଳୟ ନିକଟରେ ଅଜିଜ ନଗରରେ ଏକ ଫାର୍ମ ହାଉସରୁ ୩ ଜଣଙ୍କୁ ଗିରଫ କରାଯାଇଛି । ଏମାନେ ଦିଲ୍ଲୀରୁ ଆସିଥିବା ବେଳେ ଏମାନଙ୍କ ନିକଟରୁ ବହୁପରିମାଣର ଟଙ୍କା ଜବତ କରାଯାଇଛି । ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଜଣେ ହୋଟେଲ ବ୍ୟବସାୟୀ ରହିଛନ୍ତି । ସେ ଜଣେ ବଡ ନେତାଙ୍କ ନିକଟତର ବୋଲି କୁହାଯାଉଛି ।
ତେଲେଙ୍ଗାନା ରାଷ୍ଟ୍ର ସମିତି(ଟିଆରଏସ) ଦାବି କରିଛି ଯେ ଭାରତୀୟ ଜନତା ପାର୍ଟି(ଭାଜପା) ତା’ର ୪ ବିଧାୟକଙ୍କୁ କିଣିବାକୁ ଚଷ୍ଟା କରୁଛି । ଭାଜପା ପକ୍ଷରୁ ଟିଆରଏସ ବିଧାୟକ ରେଗା କାନ୍ଥା ରାଓ, ଗୁଲୱାଲା ବାଲାରାଜୁ, ବିରମ ହର୍ଷବର୍ଦ୍ଧନ ରେଡ୍ଡି ଓ ପାଇଲଟ ରୋହିତ ସେଟ୍ଟିଙ୍କୁ କିଣିବାକୁ ଚେଷ୍ଟା କରାଯାଉଛି ।

Share