ପାଣି ପାଇଁ ହଇରାଣ ଅନ୍ତେବାସୀ

ଲାଠୋର, ୧୮ା୪(ଡ଼ି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ କରୁଆଝର ପଞ୍ଚାୟତ ଅନ୍ତର୍ଗତ ସାନଗୁର୍ଜିଭଟା ସରକାରୀ ନୂତନ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରହିଥିବା ଋତୁକାଳୀନ ଆବାସିକ ପ୍ରଯତ୍ନ କେନ୍ଦ୍ରରେ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ଫଳରେ ଏଠାରେ ଥିବା ଛାତ୍ରୀଛାତ୍ର ପାଣି ପାଇଁ ହଇରାଣ ହେଉଛନ୍ତି। ଆବାସିକ ପ୍ରଯତ୍ନ କେନ୍ଦ୍ରରେ ୪୭ ଜଣ ଛାତ୍ରୀଛାତ୍ର ରହୁଛନ୍ତି। ସ୍ନାନଶୌଚାଦି ପାଇଁ ଗୋଟିଏ ନଳକୂପ ଏବଂ ଜଳଯୋଗାଣ କେନ୍ଦ୍ରରୁ ଜଳ ଯୋଗାଣ ବ୍ୟବସ୍ଥା ରହିଛି। ହେଲେ ୧୫ ଦିନରୁ ଉର୍ଦ୍ଧ୍ୱ ହେବ ସେଠାରେ ଥିବା ନଳକୂପ ଖରାପ ହୋଇଯାଇଛି। ଫଳରେ ଆବାସିକ କେନ୍ଦ୍ରର ୪୭ ଛାତ୍ରୀଛାତ୍ର ତଥା ବିଦ୍ୟାଳୟକୁ ପଢିବାକୁ ଆସୁଥିବା ଛାତ୍ରୀଛାତ୍ରଙ୍କୁ ପାଣି ନିଅଣ୍ଟ ହେଉଛି। ତାତି ବଢିଥିବା ଯୋଗୁଁ ଜଳାଭାବ ପରିସ୍ଥିତିକୁ ସଙ୍ଗୀନ କରିଛି। ସରକାରୀ ନିୟମ ଅନୁସାରେ ଆବାସିକ ପ୍ରଯତ୍ନ କେନ୍ଦ୍ରର ଛାତ୍ରୀଛାତ୍ର ଶୌଚ ଏବଂ ସ୍ନାନ ପାଇଁ ବାହାରକୁ ଯିବା କଥା ନୁହେଁ। ହେଲେ ପାଣିର ଅଭାବ ହେତୁ ସେମାନେ ବାଧ୍ୟ ହୋଇ ବିପଦପୂର୍ଣ୍ଣ ଅବସ୍ଥାରେ ବାହାରକୁ ଯାଉଛନ୍ତି। ଯଦି ଏ ନେଇ କୌଣସି ଅଘଟଣ ଘଟେ କିଏ ଦାୟି ହେବ ବୋଲି ଗ୍ରାମର ସଚେତନ ଯୁବ ଗୋଷ୍ଠୀ କହିଛନ୍ତି। ନଳକୂପ ମରାମତି ପାଇଁ କରୁଆଁଝର ସରପଞ୍ଚଙ୍କୁ ଅବଗତ କରାଯାଇଥିଲା। ହେଲେ ଅଦ୍ୟାବଧି ମରାମତି କରାଯାଇ ନାହଁି ବୋଲି ପ୍ରଧାନ ଶିକ୍ଷକ ଭଗବାନ ସେଠ ପ୍ରକାଶ କରିଛନ୍ତି। ଏନେଇ ସରପଞ୍ଛ ଜପସ୍ମିନି ସାହୁଙ୍କୁ ପଚାରିବାରୁ ଖୁବ୍‌ଶୀଘ୍ର ନଳକୂପ ମରାମତି କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଖସିଲା ପାରଦ, ଶିମିଳିପାଳରେ ତାପମାତ୍ରା ୧ ଡିଗ୍ରୀ ରେକର୍ଡ

ବାରିପଦା,୮।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନରେ ପାରଦ ନିମ୍ନଗାମୀ ହୋଇଛି । ଉପରବାରହାକାମୁଡାରେ ତାପାମାତ୍ରା ୧ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ନେଇ…

ତାଙ୍କ ହସ ମିଠା, କଥା ମିଠା, ନାଁ ମିଠି: ହେଲେ ଟିକେ ଟିକେ କଥାରେ ଚିଡିଯାନ୍ତି…

ତାଙ୍କ ହସ ମିଠା, କଥା ମିଠା। ମିଠା ମିଠା ଥିଲା ତାଙ୍କ ଅଭିନୟ ଓ ନୃତ୍ୟର ଯାଦୁ। ସେଇଥିପାଇଁ ତ ଓଡ଼ିଶାର ଦର୍ଶକଙ୍କ ହୃଦୟରେ ସେ ଏବେ…

ଇମ୍ରାନ ଖାନ-ବୁଶରା ବିବିଙ୍କୁ ୧୭ ବର୍ଷ ଜେଲଦଣ୍ଡ, ଲାଗିଛି କୋଟି କୋଟି ଟଙ୍କାର ଜରିମାନା

ଇସଲାମାବାଦ,୮।୨: ତୋଶାଖାନା-୨ ଦୁର୍ନୀତି ମାମଲାରେ ପୂର୍ବତନ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ୧୭ ବର୍ଷ ଜେଲଦଣ୍ଡ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ଉପ ମୁଖ୍ୟମନ୍ତ୍ରୀସ୍‌ଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ଜୋରଦାର 

କେସିଙ୍ଗା,୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକକୁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା  ସୋମବାର  ଗସ୍ତରେ ଆସିବେ। ଏ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଜୋରଦାର…

ଭାରତ ସହ T20 World Cupରେ ଖେଳିବାକୁ ରାଜି ହେଲା ପାକିସ୍ତାନ! କେମିତି ୨୪ ଘଣ୍ଟାରେ ବଦଳିଲା ମନୋଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୮।୨: ପାକିସ୍ତାନ କ୍ରିକେଟ ବୋର୍ଡ (PCB) ଫେବୃଆରୀ ୧୫ରେ ଭାରତ ବିପକ୍ଷରେ ହେବାକୁ ଥିବା T20 ବିଶ୍ୱକପ ମ୍ୟାଚ ବର୍ଜନ କରିବା ପାଇଁ ଆଲୋଚନା ଆରମ୍ଭ କରିବାକୁ…

ରିଜର୍ଭ ବ୍ୟାଙ୍କରେ ବମ୍ପର ନିଯୁକ୍ତି ସୁଯୋଗ, ଏହି ଦିନ ରହିଛି ଆବେଦନର ଶେଷ ତାରିଖ

ନୂଆଦିଲ୍ଲୀ,୮|୨: ଭାରତୀୟ ରିଜର୍ଭ ବ୍ୟାଙ୍କ ଆଇନ ଅଧିକାରୀ, ପରିଚାଳକ ଏବଂ ସହାୟକ ପରିଚାଳକ ସମେତ ଅନେକ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି। ଆଗ୍ରହୀ ଶିକ୍ଷାର୍ଥୀମାନେ ଫେବୃଆରୀ…

ବେଡ୍‌ରୁମ୍‌ରେ କେବେବି କରିବେନି ଏଭଳି ଭୁଲ୍ : ନହେଲେ

ସ୍ତ୍ରୀସ୍ବାମୀଙ୍କ ସମ୍ପର୍କ ସବୁଠୁ ମଧୁର ଓ ସବୁଠୁ ସୁନ୍ଦର। ଏହି ସମ୍ପର୍କକୁ ଦୀର୍ଘସ୍ଥାୟୀ ଓ ନିବିଡ଼ କରାଇବା ଦିଗରେ ସେମାନଙ୍କ ବେଡ୍‌ରୁମ୍‌ର ବି ଯଥେଷ୍ଟ ଭୂମିକା ରହିଥାଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri