୯ ମାସ ହେବ ଅଜବ ଦୁର୍ଗନ୍ଧରେ ଫାଟି ପଡୁଛି ଏହି ସହର, ବାନ୍ତି କରି ଲୋକେ ନୟାନ୍ତ

ଲଣ୍ଡନ,୨ା୭: ନିକଟରେ ବ୍ରିଟେନରୁ ଏକ ଖବର ଆସିଛି, ଯାହା ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରୁଛି। ହଠାତ୍‌ ଏଠାକାର ଏକ ସହରରେ ଦୁର୍ଗନ୍ଧ ବ୍ୟାପିବାରେ ଲାଗିଛି। ଏହି ଦୁର୍ଗନ୍ଧ ଯୋଗୁ ଲୋକଙ୍କର ପ୍ରବଳ ବାନ୍ତି ହେଉଛି। ଯାହାକି ବହୁତ କଷ୍ଟର। ଏପରିକି ଆବଶ୍ୟ ସମୟରେ ଲୋକେ ଘରୁ ବାହାରକୁ ବାହାରି ପାରୁନାହାନ୍ତି।

ଏକ ରିପୋର୍ଟ ଅନୁଯାୟୀ, ବ୍ରିଟେନର ଓ୍ବେଷ୍ଟ ମିଡଲ୍ୟାଣ୍ଡ(ବର୍ମିଂହାମ୍‌)ରେ ଏପରି ସମସ୍ୟା ଦେଖିବାକୁ ମିଳିଛି। ସ୍ଥାନୀୟ ବାସିନ୍ଦା କହିଛନ୍ତି, ଗତ ୯ ମାସ ଧରି ଏପରି ଏହି ସମସ୍ୟା ଲାଗି ରହିଛି। ଏହି କାରଣରୁ ଆମେ ବହୁତ ଅସୁବିଧାରେ ପଡୁଛୁ। ସାଧାରଣତଃ ପିଲାମାନଙ୍କୁ ଅଧିକ ସମସ୍ୟା ହେଉଛି। ସେମାନେ ବାରମ୍ବାର ବାନ୍ତି କରୁଛନ୍ତି। ଜଣେ ବ୍ୟକ୍ତି କହିଛନ୍ତି, ଗନ୍ଧ ଯୋଗୁ ତାଙ୍କ ଶରୀରରେ କୁଣ୍ଡେଇ ହେଉଛି।

ଅନ୍ୟ ଜଣେ କହିଛନ୍ତି, ଆମେ ଚାହିଁଲେ ବି ଆମର ଝରକା ଖୋଲିପାରୁନାହୁଁ। ସକାଳୁ ଦୁର୍ଗନ୍ଧ ଆରମ୍ଭ ହେଉଛି। ଲୋକମାନେ କୁହନ୍ତି ଯେ, ଏହି ଘଟଣା ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲା, ଯେତେବେଳେ ଆମେ ଅନୁଭବ କଲୁ ଯେ କିଛି ଗ୍ୟାସ କୌଣସି ସ୍ଥାନରୁ ଲିକ୍‌ ହୋଇଯାଇଥିଲା। ମାତ୍ର କେଉଁ ସ୍ଥାନରେ ବି ଲିକ୍‌ ମିଳି ନଥିଲା। ଏବେ ଏହି ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ସେହି ସହରରେ ରହୁଥିବା ଅନ୍ୟ ଜଣେ କୁହନ୍ତି, ଏହି ସହରରେ ଜଣେ ଅତ୍ୟଧିକ ଗରମ, ଉପରରୁ ଦୁର୍ଗନ୍ଧ ହେତୁ ଘରର ଝରକା ଚାହିଁଲେ ମଧ୍ୟ ଖୋଲି ହେଉ ନାହିଁ।

ଏହି ଦୁର୍ଗନ୍ଧର କାରଣ କ’ଣ ଜାଣିବା ପାଇଁ ମଧ୍ୟ ପ୍ରୟାସ କରାଯାଉଛି। ଏହି କାର୍ଯ୍ୟ ପରିବେଶ ଏଜେନ୍ସି ଏବଂ ସ୍ଥାନୀୟ ସଡକ ତିଆରି କମ୍ପାନୀ ଦ୍ୱାରା କରାଯାଉଛି।

ପରିବେଶ ଏଜେନ୍ସିର ମୁଖପାତ୍ର କହିଛନ୍ତି, କିଲି ବ୍ରୋସରେ ବିସ୍ତାରିତ ଦୁର୍ଗନ୍ଧ ବିଷୟରେ ଆମ ଦଳ ଅବଗତ ଅଛନ୍ତି। ଏହାକୁ ହଟାଇବା ପାଇଁ କିଛି କାମ କରାଯାଇଛି, ଆଉ କିଛି ଉପରେ କାମ ଚାଲିଛି।

ଉଲ୍ଲେଖଥାଉ କି, ଚଳିତ ବର୍ଷ ଏପ୍ରିଲରେ ପରିବେଶ ଏଜେନ୍ସି ସ୍ଥାନୀୟ ଲୋକଙ୍କୁ ଏକ ଚିଠି ଲେଖି ସାଇଟ୍‌ ଅପରେଟରଙ୍କୁ ଦୁର୍ଗନ୍ଧ ଦୂର କରିବା ପାଇଁ ତଥା ଓ୍ବାଶ ପ୍ଲାଣ୍ଟ ଅଞ୍ଚଳରୁ ଜମା ହୋଇଥିବା ଜଳକୁ ବାହାର କରିବାକୁ କହିଥିଲେ। ଯାହାଫଳରେ ଗନ୍ଧ ଟିକେ କମିଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri