Posted inଜାତୀୟ

ଟ୍ରୋଲ ହେବାରୁ ଥାନାରେ ପହଞ୍ଚିଲେ ଅଭିନେତ୍ରୀ

କୋଲକାତା,୨।୭: ଶ୍ୟାମଳ ବର୍ଣ୍ଣ କାରଣରୁ ସୋସିଆଲ ମିଡିଆରେ ଟ୍ରୋଲ ହେବାରୁ ଥାନାରେ ପହଞ୍ଚିଛନ୍ତି ବଙ୍ଗାଳି ଅଭିନେତ୍ରୀ। ଟିଭି ସିରିଏଲ ‘ତ୍ରିନୟନି’ ଜରିଆରେ କ୍ୟାରିୟର ଆରମ୍ଭ କରିଥିବା ଶ୍ରୁତି ଦାସ ଗତ ଦୁଇ ବର୍ଷ ହେଲା ଟ୍ରୋଲିଂର ସମ୍ମୁଖୀନ ହୋଇ ଆସୁଥିଲେ। ଏହାକୁ ଆଉ ସହ୍ୟ ନ କରିପାରି କୋଲକାତାର ସାଇବର ପୋଲିସ ନିକଟରେ ମାମଲା ରୁଜୁ କରିଛନ୍ତି।

ମୋ ରଙ୍ଗ କାରଣରୁ ମୋତେ ଟ୍ରୋଲ କରାଯାଉଥିଲା। ଏହାକୁ ପ୍ରଥମେ ମୁଁ ଅଣଦେଖା କରୁଥିଲି। କିନ୍ତୁ ସମୟ ସହିତ ଏହା ବଢ଼ିବାରେ ଲାଗିଥିଲା। ମୋ ପ୍ରତି ଘୃଣ୍ୟ ମନ୍ତବ୍ୟ ଦିଆଯିବା ସହ ମୋ ଚରିତ୍ର ଓ ଟ୍ୟାଲେଣ୍ଟ ଉପରେ ପ୍ରଶ୍ନ ଉଠାଯାଉଛି। ଯଦି ଏହାକୁ ଏବେ ରୋକା ନ ଯାଏ, ତେବେ ଆଗକୁ ଏହା ଆହୁରି ବଢ଼ିବ ବୋଲି ୨୫ ବର୍ଷୀୟା ଅଭିନେତ୍ରୀ କହିଛନ୍ତି।

ଫେସବୁକରେ ତାଙ୍କ ଉପରେ ହେଉଥିବା ଖରାପ କମେଣ୍ଟରେ କୋଲକାତା ପୋଲିସକୁ ଟ୍ୟାଗ କରିଥିଲେ ଅଭିନେତ୍ରୀ। ଅନଲାଇନରେ ହୋଇଥିବା ଗାଳିଗୁଲଜ ସମ୍ପର୍କରେ ଶ୍ରୁତି ଦାସ କୋଲକାତା ପୋଲିସର ସାଇବର ସେଲକୁ ମେଲ କରିଛନ୍ତି। ଅଭିଯୋଗରେ ଶ୍ରୁତି ଦର୍ଶାଇଛନ୍ତି, ୨୦୧୯ ଠାରୁ ଶ୍ୟାମଳ ବର୍ଣ୍ଣ ପାଇଁ ତାଙ୍କୁ ଟ୍ରୋଲ କରାଯାଉଛି। ଅଭିଯୋଗ ସହ ଗାଳିଗୁଲଜର ସ୍କ୍ରିନ ଶଟ୍‌ ମଧ୍ୟ ପଠାଇଛନ୍ତି ସାଇବର ସେଲକୁ ପଠାଇଥିବା ଜଣେ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାତକୁ ଦି’ ହାତ ହେଲେ IIT ବାବା: ଜାଣନ୍ତୁ କାହାକୁ ବାଛିଲେ ଜୀବନସାଥୀ

ଧର୍ମଶାଳା,୬।୪: ପ୍ରୟାଗରାଜ ମହାକୁମ୍ଭ ସମୟରେ ନିଜର ଅନନ୍ୟ ଶୈଳୀ ଏବଂ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ପାଇଁ ଜାତୀୟ ସ୍ତରରେ ପ୍ରସିଦ୍ଧି ଲାଭ କରିଥିବା ଆଇଆଇଟିଏନ ବାବା ଓରଫ୍‌ ଅଭୟ…

ପିସିଏସ ଅଧିକାରୀ ଜ୍ୟୋତି-ଆଲୋକଙ୍କ ବିବାଦରେ ନୂଆମୋଡ଼: ସ୍ତ୍ରୀ ଅଫିସର ହେବାପରେ ସଫେଇ କର୍ମଚାରୀ ସ୍ବାମୀଙ୍କୁ ଯାଇଥିଲେ ଭୁଲି, ଏବେ…

ଲକ୍ଷ୍ନୌ,୬।୪: ଉତ୍ତର ପ୍ରଦେଶର ବହୁଚର୍ଚ୍ଚିତ ପିସିଏସ ଅଧିକାରୀ ଜ୍ୟୋତି ମୌର୍ଯ୍ୟ ଏବଂ ତାଙ୍କ ସ୍ବାମୀ ଆଲୋକ ମୌର୍ଯ୍ୟ ନାମକ ଜଣେ ସଫେଇ କର୍ମଚାରୀଙ୍କ ମଧ୍ୟରେ ଦୀର୍ଘ ଦିନର…

ଭାରତକୁ ସାହାଯ୍ୟ ମାଗିଲା ଇରାନ, ଏହି ବ୍ୟକ୍ତି ବଢାଇଲେ ଏମିତି ସହଯୋଗର ହାତ ସବୁଠି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୬।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ସାରା ବିଭିନ୍ନ ରାଜ୍ୟର ଲୋକମାନେ ଯୁଦ୍ଧ ଦ୍ୱାରା ପ୍ରଭାବିତ ଇରାନୀ ନାଗରିକମାନଙ୍କୁ ସହାୟତା…

ପ୍ରଥମେ ଜୟଶଙ୍କରଙ୍କ ସହ କଥା ହୋଇ ପୁଣି ରୁଷିଆକୁ ଫୋନ ଲଗାଇଲା ଇରାନ, ବିଶ୍ୱକୁ ଦେଲା କେଉଁ ବିପଦର ଚେତାବନୀ? ଟ୍ରମ୍ପଙ୍କ ଧମକ ପରେ…

ତେହରାନ/ନୂଆଦିଲ୍ଲୀ,୬।୪: ଆମେରିକା ସହିତ ବିବାଦ ମଧ୍ୟରେ, ଇରାନର ବୈଦେଶିକ ମନ୍ତ୍ରୀ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏବଂ ରୁଷିଆର ବୈଦେଶିକ ମନ୍ତ୍ରୀ ଲାଭରୋଭଙ୍କ ସହ ଟେଲିଫୋନ…

ଟ୍ରମ୍ପଙ୍କ ଧମକ ପରେ ହର୍ମୁଜ ଖୋଲିବାକୁ ନେଇ ସର୍ତ୍ତ ରଖିଲା ଇରାନ, ବଢିବ ଭାରତର ଟେନସନ!

ତେହରାନ/ନୂଆଦିଲ୍ଲୀ,୬।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଏକ ସମୟସୀମା ଜାରି କରିଛନ୍ତି। ସେ କହିଛନ୍ତି ଯେ ଇରାନ ମଙ୍ଗଳବାର ସା…

ଝିଅଙ୍କୁ ଠାବ କରିବାରେ ପୋଲିସ ସହାୟତା କରିଥିବା ମାନିଲେ ବାପା

ବିଜୟଓ୍ବାଡ଼ା,୬ା୪: ଆନ୍ଧ୍ରପ୍ରଦେଶର ମାଚେର୍ଲାରେ ଜଣେ ୨୩ ବର୍ଷୀୟା ଯୁବତୀ ବାପାଙ୍କ ଇଚ୍ଛା ବିରୋଧରେ ବିବାହ କରିବାରୁ ତାଙ୍କୁ ମାରିଦିଆଯାଇଛି। ଟଙ୍କା ନେଇ ଝିଅଙ୍କୁ ଖୋଜି ବାହାର କରିବାରେ…

ଇସି ପ୍ରାର୍ଥୀଙ୍କ ଉପରେ ନିର୍ଭରକଲେ ନିର୍ବାଚନ ନିରପେକ୍ଷ ହୋଇପାରିବ ନାହିଁ

ନୂଆଦିଲ୍ଲୀ,୬ା୪: ଭୋଟ ପରିଚାଳନା କରୁଥିବା ପଦାଧିକାରୀ ଯଦି ପ୍ରାର୍ଥୀମାନଙ୍କ ଉପରେ ନିର୍ଭର କରନ୍ତି, ତେବେ ନିର୍ବାଚନ ନିରପେକ୍ଷ ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ବି.ଭି. ନାଗରତ୍ନା…

ଝିଅ ଡିଭର୍ସରେ ଖୁସିରେ ବିଭୋର ବାପା, ନାଚଗୀତରେ ଝୁମିଲେ ପୂରା ପରିବାର, ଭିଡିଓ ଦେଖିଲେ…

ମିରଟ,୬ା୪: ଜଣେ ଝିଅ ତାଙ୍କ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇ ବାପଘରକୁ ଫେରିଆସିଲେ ସାଧାରଣ ଭାବେ ଦୁଃଖଦ ପରିବେଶ ସୃଷ୍ଟି ହୋଇଥାଏ। ତେବେ ଉତ୍ତରପ୍ରଦେଶର ମିରଟରେ ଛାଡ଼ପତ୍ର ଦେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri