ଅଭିନେତ୍ରୀଙ୍କ ଡ୍ୟାନ୍ସ ଦେଖି ପ୍ରଶଂସକ କହିଲେ…

ମୁମ୍ବାଇ: ଅଭିନେତ୍ରୀ ଉର୍ଫି ଜାଭେଦ ତାଙ୍କର ବୋଲ୍ଡନେସ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ଥା’ନ୍ତି। ଏବେ ଇନଷ୍ଟାଗ୍ରାମରେ ଏକ ବୋଲ୍ଡ ଭିଡିଓ ଶେୟାର କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି। ଏଥିରେ ସେ ଗଣେଶ ଆଚାର୍ଯ୍ୟଙ୍କ ନିକଟରେ ରିଲିଜ ହୋଇଥିବା ଗୀତ ‘ଦେହାତି ଡିସ୍କୋ’ରେ ନାଚୁଥିବା ଦେଖିବାକୁ ମିଳିଛି। ଉର୍ଫି ଫଟୋ ଶେୟାର କରିବାର କିଛି ସମୟ ମଧ୍ୟରେ ୧୩୦୦ କମେଣ୍ଟ ଦେଇଛନ୍ତି ୟୁଜର। ଅନେକ ୟୁଜର ଭିଡିଓରେ ହାର୍ଟ ଏବଂ ଫାୟାର ଇମୋଜି ବି ଦେଇଛନ୍ତି।

ଏହି ଗୀତରେ ନାଚିବା ପାଇଁ ଅନେକ ଲୋକ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଜଣେ ଲେଖିଛନ୍ତି, ‘ଖଣ୍ଡା ଦରକାର ନାହିଁ, ହତ୍ୟା କରିବା ପାଇଁ ତୁମର କାର୍ଯ୍ୟ ଯଥେଷ୍ଟ।’ ଅନ୍ୟ ଜଣେ ଲେଖିଛନ୍ତି , ‘ଏତେ ସୁନ୍ଦର’ ଯେତେବେଳେ ଅନେକ ଲୋକ ଓ୍ବାଓ, ଆମାଜିଂ, ସୁନ୍ଦର, ସର୍ବଦା ମୋର ପ୍ରିୟ ଉର୍ଫି ମାଡାମ ବୋଲି ଲେଖିଛନ୍ତି। କିଛି ଲୋକ ତାଙ୍କୁ ଟ୍ରୋଲ ବି କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘ଏହା ତୁମର କି ରୋଗ’? ଆଉ ଜଣେ ଲେଖିଛନ୍ତି, ମାଙ୍କିଡ଼ି। ଉର୍ଫିଙ୍କ ବୋଲ୍ଡନେସ୍‌କୁ କିଛି ଲୋକ ପସନ୍ଦ କରିଥିବା ବେଳେ ଆଉ କିଛି ଲୋକ ନାପସନ୍ଦ ବି କରିଛନ୍ତି। କିନ୍ତୁ ଏସବୁ କିଛି ବି ଫରକ ପଡ଼େନା ଅଭିନେତ୍ରୀଙ୍କୁ।

Share