ପ୍ରେମିକଙ୍କ ମୃତ୍ୟୁକୁ ଏବେ ବି ଗ୍ରହଣ କରିପାରୁନାହାନ୍ତି ସଞ୍ଜୟ ଦତ୍ତଙ୍କ ଝିଅ, କହିଲେ ‘ଦେହରେ ଜୀବନ ନ ଥିବା ଭଳି ଲାଗୁଛି’

ବମ୍ବେ: ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତଙ୍କ ଝିଅ ତ୍ରିଶାଳା ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ। ଫିଲ୍ମଜଗତ ସହ ତାଙ୍କର କୌଣସି ସମ୍ପର୍କ ନ ଥିଲେ ହେଁ ସୋସିଆଲ ପ୍ଲାଟଫର୍ମରେ ତାଙ୍କର ବହୁତ ପ୍ରଶଂସକ ଅଛନ୍ତି। ତ୍ରିଶାଳା ମଝିରେ ମଝିରେ ପ୍ରଶଂସକଙ୍କ ସହ କଥା ହୋଇଥାନ୍ତି। ନିକଟରେ ସେ ନିଜ ଇନ୍‌ଷ୍ଟା ପୃଷ୍ଠାରେ ‘ଆକ୍ସ ମି ଏନିଥିଙ୍ଗ୍‌’ ସେଶନ ରଖି ଫ୍ୟାନ୍ସମାନଙ୍କ ଅନେକ ପ୍ରଶ୍ନର ଉତ୍ତର ଦେଇଥିଲେ।

ଦେଢ଼ ବର୍ଷ ତଳେ ତ୍ରିଶାଳାଙ୍କ ପ୍ରେମିକଙ୍କ ମୃତ୍ୟୁ ଘଟିଥିଲା।ଏହାକୁ ନେଇ ଜଣେ ପ୍ରଶଂସକ ତାଙ୍କୁ ପ୍ରଶ୍ନ ପଚାରିଥିଲେ। କିଭଳି ଭାବେ ସେ ନିଜକୁ ସମ୍ଭାଳିବାକୁ ଚେଷ୍ଟା କରୁଛନ୍ତି ତାହା ଜାଣିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏହାର ଜବାବରେ ତ୍ରିଶାଳା କହିଥିଲେ, ଦେହରେ ଏବେ ଜୀବନ ନ ଥିବା ଭଳି ତାଙ୍କୁ ଲାଗୁଛି। ମୁଁ ଏବେ ସେହି ଘଟଣା ସହ ଡିଲ୍‌ କରୁଛି। ବହୁତ ଲୋକଙ୍କ ସହାୟତା ନେବାକୁ ହେଉଛି। କୋଭିଡ ଯୋଗୁ ସାମାଜିକ ଦୂରତା ରଖି ପରିବାରକୁ ଭେଟିବା ସହ ଡାକ୍ତରଙ୍କ ପରାମର୍ଶ ମଧ୍ୟ ନେଉଛି। ତାଙ୍କ ମୃତ୍ୟୁ ପରେ କିଛି ଦିନ ପାଇଁ ସୋସିଆଲ ମିଡିଆରୁ ଦୂରେଇ ଯାଇଥିଲି। କାରଣ ନିଜକୁ ସମୟ ଦେବାକୁ ଇଚ୍ଛା ହୋଇଥିଲା। ଦେଢ଼ ବର୍ଷ ବିତିଥିଲେ ହେଁ ଏବେ ଏହାକୁ ସାଧାରଣ ଭାବେ ଗ୍ରହଣ କରିବାକୁ ଚେଷ୍ଟା କରୁଛି ବୋଲି ତ୍ରିଶାଳା କହିଛନ୍ତିି।

Share