ଭଞ୍ଜନଗର,୧୮।୫(ବାବୁଲା ପ୍ରଧାନ)-‘ଅପରେଶନ ସିନ୍ଦୁର’ର ସଫଳତାକୁ ନେଇ ଭାରତୀୟ ସେନାଙ୍କୁ ସମ୍ମାନ ଜଣାଇବା ଓ ଉତ୍ସାହିତ କରିବା ସକାଶେ ବିଭିନ୍ନ ସ୍ଥାନରେ ତ୍ରିରଙ୍ଗା ଶୋଭାଯାତ୍ରା ଚାଲିଛି। ରବିବାର ଭଞ୍ଜନଗର ସହରରେ ବିରାଟ ତ୍ରିରଙ୍ଗା ଶୋଭାଯାତ୍ରା ହୋଇଥିଲା। ଏଥିରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।
ଶୋଭାଯାତ୍ରା ଭଞ୍ଜନଗର ସହର ପରିକ୍ରମା କରିଥିଲା। ୧୦୦ ମିଟର ଲମ୍ବ ତ୍ରିରଙ୍ଗା ପତାକା ଧରି ଲୋକେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଶୋଭାଯାତ୍ରାକୁ ଭାଜପା ଘୁମୁସର ସାଙ୍ଗଠନିକ ଜିଲା ସଭାପତି ନୀଳ ମାଧବ ପାତ୍ର ସଂଯୋଜନା କରିଥିଲେ। ଏମପି ପ୍ରତିନିଧି ସନ୍ତୋଷ ତିଆଡ଼ି, ଶିବ ଶଙ୍କର ପ୍ରଧାନ, ରବିନ୍ଦ୍ର ଗୌଡ଼, ଧୋବା ଗୌଡ଼, ଶିବ ମହାପାତ୍ର, ସୁବାସ ବରାଡ଼ ପ୍ରମୁଖ ଉପସ୍ଥିତ ଥିଲେ।


