Posted inଜାତୀୟ

ଯଦି କଶ୍ମୀରରୁ ଧାରା ୩୭୦ ହଟିପାରିଲା, ତେବେ ଯେକୌଣସି ଦିନ ପିଓକେରେ ତ୍ରିରଙ୍ଗା ଉଡ଼ିପାରେ; କେନ୍ଦ୍ରମନ୍ତ୍ରୀ କହିଲେ ‘ଅସମ୍ଭବ ନୁହେଁ’

ନୂଆଦିଲ୍ଲୀ,୧୭।୧୨: ଗତ କିଛି ଦଶନ୍ଧି ଧରି ପାକିସ୍ତାନ ଜମ୍ମୁ-କଶ୍ମୀରର ଏକ ଅଂଶ ଦଖଲ କରିଛି। ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)କୁ ଭାରତ କବ୍‌ଜା କରି ପୁଣିଥରେ ଭାରତରେ ସାମିଲ ହେବ କି? ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଭିଭାଷଣ ପରେ ଏଭଳି କଳ୍ପନାଜଳ୍ପନା ବୃଦ୍ଧି ପାଇଛି। ଏହି କ୍ରମରେ କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ନିଶିତ ପରମାଣିକ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତାକାର ଦେଇ ଏହା ଅସମ୍ଭବ ନୁହେଁ। ପିଓକେରେ ଯେକୌଣସି ଦିନ ତ୍ରିରଙ୍ଗା ଉଡ଼ିପାରିବ ବୋଲି ସେ ବଡ଼ ବୟାନ ଦେଇଛନ୍ତି।

ଶାହାଙ୍କ ବିବୃତ୍ତିକୁ ନେଇ ନିଶିତ କହିଛନ୍ତି, ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଭଳି କଠୋର ନିଷ୍ପତ୍ତି ନେବା ଲୋକ ରହିବେ ତେବେ କିଛି ବି ହୋଇପାରେ। ଯଦି ଧାରା ୩୭୦ କଶ୍ମୀରରୁ ଉଚ୍ଛେଦ ହୋଇପାରିବ ଏବଂ ଲାଲ ଚୌକରେ ତ୍ରିରଙ୍ଗା ଉଡ଼ିପାରିବ ତେବେ ଦିନେ ଆପଣ ସକାଳୁ ଉଠି ପିଓକେରେ ଭାରତୀୟ ପତାକା ଉଡ଼ୁଥିବା ମଧ୍ୟ ଦେଖିପାରିବେ। ଏହା ଅସମ୍ଭବ କଥା ନୁହେଁ। ଦୁଇଜଣ ଶକ୍ତିଶାଳି ବ୍ୟକ୍ତି ଏବେ ଦେଶର ନେତୃତ୍ୱ ନେଉଛନ୍ତି। ସେମାନେ ଦେଶର ସମ୍ମାନ ଏବଂ ସ୍ବାର୍ଥ ଲାଗି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିପାରିବେ। ଏପରିକି ଭାଜପା ପିଓକେକୁ ଭାରତର ଏକ ଅଂଶ ଭାବେ ମାନେ ବୋଲି ସେ କହିଛନ୍ତି।

ଏହାଛଡ଼ା ଲୋକ ସଭା ନିର୍ବାଚନ ପୂର୍ବରୁ ପିଓକେ ଭାରତରେ ସାମିଲ ହେବ କି ପ୍ରଶ୍ନର ଜବାବରେ ଭାଜପା ନେତା କହିଛନ୍ତି, ତାହା ମୁଁ କହିପାରିବି ନାହିଁ। ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ କାମ କରିବା ପୂର୍ବରୁ କିଛି କୁହନ୍ତି ନାହିଁ। ଧାରା ୩୭୦ ହଟାଯିବାର ୨ ଦିନ ପୂର୍ବରୁ ଏ ବିଷୟରେ କୌଣସି ସୂଚନା ନ ଥିଲା। ପିଓକେ ଏବେ ପାକିସ୍ତାନର ଅଂଶ ଥିଲେ ହେଁ ଏହା ଭାରତର ବୋଲି ସେ କହିଛନ୍ତି।

ପ୍ରକାଶ ଯେ, ନିକଟରେ ଶାହା ପାର୍ଲାମେଣ୍ଟରେ ଜମ୍ମୁ କଶ୍ମୀରର ଆସନକୁ ନେଇ ଆଲୋଚନା କରିଥିଲେ। ଏହି ସମୟରେ ସେ କହିଥିଲେ ଯେ ପିଓକେ ଲାଗି ବିଧାନସଭାର ୨୪ ଆସନ ସଂରକ୍ଷିତ ରହିଛି। ତେବେ ଏହି ବିବୃତ୍ତିକୁ ନେଇ ମୋଦି ସରକାର ପିଓକେକୁ ଶୀଘ୍ର ଅଧିଗ୍ରହଣ କରିବ ବୋଲି ଚର୍ଚ୍ଚା ଜୋର ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶା ଟପ୍ପର ସାତ୍ତ୍ୱିକ ସତ୍ୟକାମ: ସମ୍ବର୍ଦ୍ଧିତ କରି ମୁଖ୍ୟମନ୍ତ୍ରୀ କହିଲେ କେନ୍ଦୁଝରର ପୁଅ…

ଭୁବନେଶ୍ୱର,୭ା୩: ସର୍ବ ଭାରତୀୟ ସିଭିଲ ସର୍ଭିସ୍‌ ପରୀକ୍ଷା (UPSC)ରେ ଅଲ୍‌ ଇଣ୍ଡିଆ ର଼୍ୟାଙ୍କରେ ୧୦୦ତମ ସ୍ଥାନ ହାସଲ କରିଥିବା କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ମେଧାବୀ ଛାତ୍ର…

କମାଲ୍‌ କଲେ ସାରା ଅର୍ଜୁନ: ଧୂରନ୍ଧର: ଦି ରିଭେଞ୍ଜରେ…

‘ଧୂରନ୍ଧର: ଦି ରିଭେଞ୍ଜ’ର ଟ୍ରେଲର ରିଲିଜ ହୋଇଛି। ଦର୍ଶକ ଏହାକୁ ବେଶ୍‌ ପସନ୍ଦ କରିଛନ୍ତି। ଏହି ଟ୍ରେଲର ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଦର୍ଶକ ପୁଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri