ଚିନ୍ତା ବଢାଇଲାଣି ତ୍ରିପୁରା: ୯୦ରୁ ଅଧିକ ଡେଲ୍ଟା ପ୍ଲସ ଭାରିଏଣ୍ଟ ଦ୍ୱାରା ସଂକ୍ରମିତ

ଅଗରତାଲା,୧୦ ।୭: ତ୍ରିପୁରାରୁ ପଶ୍ଚିମବଙ୍ଗକୁ ଜିନୋମ ସିକ୍ୱେନସିଂ ପାଇଁ ପଠାଯାଇଥିବା ୧୫୧ ସାମ୍ପଲ ମଧ୍ୟରୁ ୯୦ରୁ ଅଧିକ ପଜିଟିଭ ରହିଥିବା ବେଳେ ଏମାନେ ସମସ୍ତେ ଡେଲ୍ଟା ପ୍ଲସ ଭାରିଏଣ୍ଟ ଦ୍ୱାରା ସଂକ୍ରମିତ । ଏହା ଜଣାପଡିବା ପରେ କୋଭିଡର ତୃତୀୟ ଲହର ଆସିବାର ଆଶଙ୍କା ଆହୁରି ବଢି ଯାଇଛି । ରାଜ୍ୟର ମେଡିକାଲ ଏକ୍ସପର୍ଟ ଏହି ସୂଚନା ଦେଇଛନ୍ତି । ତ୍ରିପୁରାର ଜଣେ କୋଭିଡ-୧୯ ନୋଡାଲ ଅଧିକାରୀ ଡା. ଦୀପ ଦେବ ବର୍ମା କହିଛନ୍ତି, ତ୍ରିପୁରାରୁ ପଶ୍ଚିମବଙ୍ଗକୁ ଜିନୋମ ସିକ୍ୱେନସିଂ ପାଇଁ ୧୫୧ ଆର୍ଟି-ପିସିଆର୍ ସାମ୍ପଲ ପଠାଯାଇଥିଲା । ଏଥିମଧ୍ୟରୁ ୯୦ରୁ ଅଧିକ ସାମ୍ପଲ ଡେଲ୍ଟା ପ୍ଲସ ଭାରିଏଣ୍ଟ ଦ୍ୱାରା ସଂକ୍ରମିତ ବୋଲି ଜଣାପଡିଛି । ଏହାଦ୍ୱାରା ତୃତୀୟ ଲହର ଆସିବାର ସମ୍ଭାବନା ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି ।

Share