Categories: ଜାତୀୟ

ଶରଣାର୍ଥୀ ଥଇଥାନକୁ ନେଇ ତ୍ରିପୁରା ଜଳୁଛି

ଅଗରତାଲା, ୨୨।୧୧: ବ୍ରୁ ଶରଣାର୍ଥୀମାନଙ୍କ ଥଇଥାନ ବିରୋଧରେ ବିକ୍ଷୋଭ ଶନିବାର ହିଂସାତ୍ମକ ରୂପ ନେଇଛି। ବିକ୍ଷୋଭକାରୀଙ୍କୁ ଘଉଡ଼ାଇବାକୁ ଯାଇ ପୋଲିସ ଗୁଳି ଚଳାଇବାରୁ ଜଣଙ୍କର ମୃତ୍ୟୁ ଘଟିବା ସହ ଅନ୍ୟ କେତେଜଣ ଆହତ ହୋଇଛନ୍ତି। ଶରଣାର୍ଥୀ ଥଇଥାନ ବିରୋଧରେ ମିଳିତ ଆନ୍ଦୋଳନ କମିଟି (ଜେଏମ୍‌ସି) ପକ୍ଷରୁ ୫ ଦିନ ହେଲା ବିକ୍ଷୋଭ ଜାରି ରହିଛି। ଶନିବାର ସକାଳେ ବିକ୍ଷୋଭକାରୀମାନେ ଉତ୍ତର ତ୍ରିପୁରା ଜିଲାର ପାନିସାଗରଠାରେ ଜାତୀୟ ରାଜପଥ ଅବରୋଧ କରିଥିବାବେଳେ ସେମାନଙ୍କୁ ଘଉଡାଇବାକୁ ଯାଇ ପୋଲିସ ଗୁଳି ଚଳାଇଥିଲା। ଫଳରେ ସ୍ଥିତି ହିଂସାର ରୂପ ନେଇଥିଲା। ମୃତକଙ୍କ ନାମ ଶ୍ରୀକାନ୍ତ ଦାସ। ଆହତଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣରେ କେତେଜଣ ପୋଲିସ ଆହତ ହୋଇଛନ୍ତି। ବିକ୍ଷୋଭକାରୀମାନେ ପୋଲିସ ଭ୍ୟାନ୍‌କୁ ଜାଳିଦେଇଛନ୍ତି।

Share