Categories: ଜାତୀୟ

ତ୍ରିପୁରାରେ ଭାଜପା ୫୫, ସହଯୋଗୀ ଆଇପିଏଫଟି ୫ ଆସନରେ ଲଢିବେ ନିର୍ବାଚନ, ପ୍ରାର୍ଥିପତ୍ର ଦାଖଲ ପାଇଁ ରହିଛି ମାତ୍ର ଦୁଇଦିନ

ଅଗରତାଲା,୨୯ ।୧: ଭାରତୀୟ ଜନତା ପାର୍ଟି(ଭାଜପା) ତ୍ରିପୁରାରେ ଅଗାମୀ ୧୬ ଫେବୃୟାରୀରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଲାଗି ପୁରୁଣା ସହଯୋଗୀ ଇଣ୍ଡିଜେନସ ଫିପୁଲ୍ସ ଫ୍ରଣ୍ଟ ଅଫ ତ୍ରିପୁରା(ଆଇପିଏଫଟି)ସହ ଆସନ ବୁଝାମଣାକୁ ଶେଷ ରୂପ ଦେଇ ସାରିଛି । ଭାଜପା ତା’ର ସହଯୋଗୀକୁ ୫ଟି ଆସନ ଦେଇଛି, ଯାହା ୨୦୧୮ରେ ମିଳିଥିବା ଆସନଠାରୁ ୪ଟି କମ । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ମାଣିକ ଶାହା ପ୍ରେସ କନଫରେନ୍ସରେ ବିସ୍ତାର ଭାବରେ ଏହାର ସୂଚନା ଦେଇଛନ୍ତି । ସେ ଅଗରତାଲା ଖବରଦାତା ସମ୍ମିଳନୀରେ କହିଛନ୍ତି, ଭାଜପା ୫୫ ଆସନରେ ନିର୍ବାଚନ ଲଢିବ ।
ଗଣମାଧ୍ୟମ ସହ କଥା ହୋଇ ଆଇଟିଏଫଟିର ବରିଷ୍ଠ ନେତା ଶୁକ୍ଳା ଚରଣ ନୋଆତିୟା କହିଛନ୍ତି, ଦଳ ଭାଜପା ସହ ମିଶି ୫ଟି ଆସନ ପାଇଁ ନିର୍ବାଚନ ଲଢିବ । ସେ କହିଛନ୍ତି ଦଳର ଅଧ୍ୟକ୍ଷ ପ୍ରେମ କୁମାର ରିୟାଂଗ ଆସନ ବୁଝାମଣାକୁ ମଞ୍ଜୁରୀ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ମାଣିକ ଶାହା ବାରଡୋବଲି(ସହର)ରୁ ନିର୍ବାଚନ ଲଢିବେ, ଯେଉଁ ଆସନରେ ଗତବର୍ଷ ହୋଇଥିବା ଉପ ନିର୍ବାଚନରେ ସେ ବିଜୟୀ ହୋଇଥିଲେ ।

Share